ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ଵର : ଗତ ରବିବାର ଦିନ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ର ତୃତୀୟ ବାର୍ଷିକ ଉତ୍ସବ ଓ ମୁଖପତ୍ର ‘ଚରୈବେତି’ ଉନ୍ମୋଚିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଢେଙ୍କା ପୀଠଠାରୁ ମଶାଲ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରାଯାଇଥିଲ । ପରେପରେ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ କବିତା ଆସରରେ ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଶତାଧିକ କବି, କବୟିତ୍ରୀ ଉପସ୍ଥିତ ରହି କବିତାପାଠ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଭାଷା ଭାରତୀ ଓ ମାଟି ଜାତି ଇତିବୃତ୍ତିକୁ ସମ୍ମାନ ଜଣାଇ ଶ୍ରୀଜଗନ୍ନାଥଙ୍କ ପାଖରେ ମଙ୍ଗଳ ଗାନ ଅନ୍ତେ ଅନୁଷ୍ଠାନର ସଭାପତି ସୋମେନ୍ଦୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ସାହିତ୍ୟ ସଭାର ଆୟୋଜନ କରାଯାଇଥିଲା ।

ଏହି ସଭାରେ ମୁଖ୍ୟଅତିଥି ଭାବରେ ଡଃ ପ୍ରତିଭା ମହାରଥୀ, ମୁଖ୍ୟବକ୍ତା ଭାବେ ଦର୍ଶନଶାସ୍ତ୍ରୀ ତଥା ସ୍ତମ୍ଭକାର ଡଃ ନିରଞ୍ଜନ ପାଢ଼ୀ ଓ ସମ୍ମାନୀତ ଅତିଥି ଭାବରେ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଡଃ ସୁବାଷ ଚନ୍ଦ୍ର ପଟ୍ଟନାୟକ ତତସହିତ ଡଃ ଭବାନୀ ଶଙ୍କର ମିଶ୍ର ଯୋଗ ଦେଇ ସଭାର ଗରିମା ବୃଦ୍ଧି କରିଥିଲେ । ଓଡ଼ିଆ ଅସ୍ମିତାକୁ ବାରମ୍ବାର ଦୋହରାଇ ଥିଲେ ଡଃ ମିଶ୍ର । ପୁଣି ଚିନ୍ତନ ସ୍ତରକୁ ବିଶ୍ଵସ୍ତରୀୟ କରିବାକୁ ସ୍ଵୀୟ ମତ ପ୍ରକାଶ କରିଥିଲେ । ସେଇପରି ଡଃ ପ୍ରତିଭା ମହାରଥୀ ଆପଣା ବକ୍ତବ୍ୟରେ ‘ସାହିତ୍ୟ ଏକ ଦିଗବାରେଣି ଖୁଣ୍ଟି’ କହିଥିବାବେଳେ ଏହାକୁ ସ୍ତମ୍ବକାର ଡଃ ପାଢ଼ୀ ବ୍ୟକ୍ତି ଜୀବନ ଓ ବିଶ୍ଵ ଜୀବନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ ଯାହାକୁ ଶୁଣି ସମସ୍ତେ ବିମୁଗ୍ଧ ଶ୍ରୋତା ପାଲଟି ଯାଇଥିଲେ । ଅଧ୍ୟାପିକା ବାସନ୍ତୀ ମହାନ୍ତି ଓ ବିଦ୍ୟାଧର ବାରିକଙ୍କୁ
ଚରୈବେତି ସମ୍ମାନ ୨୦୨୪, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କୁ ନନ୍ଦିନୀ ଦେବୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପରିଶେଷରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *