# ଓଡ଼ିଶା ସାହିତ୍ୟ > ଓଡ଼ିଆ ଇ-ସାହିତ୍ୟକୁ ଆଗକୁ ନେବାକୁ ଏକ ନୂଆ ପ୍ରଚେଷ୍ଠା ## Posts - [ଶୀତ ଓ ଗୀତ](https://odishasahitya.com/song-of-winter/): ସତ୍ୟନାରାୟଣ ଗନ୍ତାୟତ ବର୍ଷକ ଛଅ ଋତୁ ଭିତରେ ଆମକୁ ଲାଗେ ଶୀତ ଏକ ଚୁପଚାପ ଋତୁ । ଗ୍ରୀଷ୍ମ ପରି ତତଲା ସୂର୍ଯ୍ୟ କି ବର୍ଷା ପରି କଳାହାଣ୍ଡିଆ ମେଘ ଆଦିଙ୍କୁ ସାଥିରେ ନେଇ ଆସେନି । ଆସେ ନିରବରେ । ବର୍ଷା ଆସି ଚାଲି ଯିବା ପରେ ପହିଲେ ଶରତକୁ ପଠାଇ ଚୌଦିଗକୁ ସଫା ତୋଫା କରି ସାରି ମନ୍ଦେ ଅଳସ ଛନ୍ଦେ ଆସେ ଶୀତ ! କେହି କହନ୍ତି ମହାଳୟାରେ ମାଆ ବଜ୍ର ମହାକାଳିଙ୍କ କରୁଣାରୁ ତାଙ୍କ ପ୍ରସାଦ ଆରର୍ଦ୍ରା ହାଣ୍ଡି ଶୀତଳ ହେବା ସହ ଶୀତଳତା ନେଇ ଆସେ ଶୀତ। ପୁଣି କେହି କହନ୍ତି ଦୀପାବଳିରେ ବଡବଡୁଆଙ୍କୁ ଡାକ ଶୁଣାଇ ସେମାନଙ୍କ ଉଦ୍ଦେଶ୍ୟରେ ଦୀପଦାନର ଉଷ୍ମତାନୁଭବିବାର୍ଥେ ଆସେ ଶୀତ । ତେବେ ପୁଣ୍ୟ ମାସ କାର୍ତ୍ତିକ ଆରମ୍ଭ ହେବା ବେଳକୁ ଶୀତର ଅନୁଭବାରମ୍ଭ ହୋଇ ସାରିଥାଏ । ଅବଶ୍ୟ ତା’କୁ ଖାତିର ନକରି ଜୀବନର ସାୟାହ୍ନରେ ଥିବା… - [ଇତିହାସ](https://odishasahitya.com/history-of/): ବିନୟ ମହାପାତ୍ର ଥରେ ପଛକୁ ଚାହିଁ, ଦେଖ !କଣ ଛାଡି ଗଲ,ଜୀବନର ଚଲା ପଥେ,ବର୍ଷା ଉପରାନ୍ତେ,କାଦୁ ପଚ୍ ପଚ୍ ଗାଆଁ ଦାଣ୍ଡେତୁମର ସେ କୁନିକୁନି ପାଦ ଚିହ୍ନ,ଅବା ମନ୍ଦିରର ଚଟାଣରେସଦ୍ୟଧୂଆ, ତୁମ ଓଦା ପାଦର ଦସ୍ତଖତ । କାଦୁଅ ତ କେବେଠାରୁ ଶୁଖି ସାରିଲାଣି,କେତେ ଯେ ବାଟୋଇ ଚାଲି ଗଲେ,ଦଳି ଚକଟି ତୁମ ପାଦ ଚିହ୍ନ,ହେଲେ, କୁନି କୁନି ପାଦ ଥାପିତା ଉପରେ କେହି ବି ଚାଲିଲାନି,କିନ୍ତୁ ତୁମର ସେ ପାଦ ଚିହ୍ନକେବେ ଠାରୁ ଲିଭି ସାରିଲାଣି । ତଥାପି, କିଛି ପାଦ ଚିହ୍ନଏବେ ବି ଜଳଜଳ ଦିଶି ଯାଏ,କିନ୍ତୁ, ସେ ପାଦ ଚିହ୍ନ, ତୁମର ନୁହଁଇ । ତୁମେ ଡରି ଗଲ,ଅନୁକୂଳ କରି, ବାଟୋଇ କେବେପଛକୁ ଦେଖେନା ବୋଲି,ଦେଖିଲେ, କାଳେ ଅଶୁଭ ହୁଏ,ଅତୀତର ଭୁତ ଡରାଇ ଦିଏ,ପାଦ ଅଟକି ଯାଏ, ରାସ୍ତା ମଝିଟାରେଆଉ ବୃକ୍ଷ ଛାୟାରେ ଢୁଳ‌ଉ ଢୁଳଉସେଇଠି କାଳେ ବାଟୋଇକୁନିଦ ଆସିଯାଏ । କେମିତି ତୁମେ ଡରି ଗଲପଛେ… - [ପକ୍ଷୀଏ ଯାହାର ବ୍ୟାକରଣ](https://odishasahitya.com/a-bird-whose-grammar/): ସୌମ୍ୟ ସାରସ୍ଵତ ଦାଶ ଜୀବନରେ ସମ୍ପୂର୍ଣ୍ଣତା ଖୋଜୁଥିବା ମଣିଷ, ସବୁବେଳେ ଅନୁଭବ କରେ କେଉଁଠି କିଛି ଗୋଟାଏ ବାକି ରହିଗଲା । କିଛି ଅବସୋସ, କିଛି ଶୂନ୍ୟତା । ଏହିଭଳି କିଛି ଦୃଶ୍ୟପଟ୍ଟରୁ ଆରମ୍ଭ ବହିର ଉତ୍ସର୍ଗ । “ଆକାଶ ଆଡ଼କୁ ଚାହିଁଲା ପରେ ବିଯିଏ ସମ୍ପୂର୍ଣ୍ଣ ଆକାଶ ଦେଖି ପାରିନାହିଁସେଇ ଝରକାକୁ !!!” ଜୀବନ କେବଳ ନକାଟି ଜୀଉଁଥିବା, ଭୋଗୁଥିବା ବ୍ୟକ୍ତି ହିଁ ସ୍ବୀକାର କରିପାରେ ଯେ, ତାଙ୍କ ଭିତରେ ଅନେକ କିଛି ଥିଲା କହିବା ପାଇଁ । ଆଉ ସେ ସବୁକୁ କବି କେଉଁଠି ନାକେଉଁଠି ଉତ୍ତାରିଛନ୍ତି ଶବ୍ଦରେ, କବିତାରେ….। ବହିଟିର ପ୍ରତ୍ୟେକ କବିତାରେ ଅଛି ନିଚ୍ଛକ ଜୀବନ, ଯେଉଁଗୁଡ଼ିକୁ ପଢ଼ିଲେ ଦିଶେ ଗୋଟେ ଅନୁଭବୀ ମଣିଷର ଶିଥିଳ ମୁହଁ । ଆଉ ସେଇ ମୁହଁଟି ହସି ହସି ଗୋଟିଏ ପରେ ଗୋଟିଏ ଗାଇ ଚାଲିଛି କେବଳ ନିରୁତା ଜୀବନର ଗୀତ । ପିଚ୍ଛିଳ ରାସ୍ତାରେ ବାଟ ଚାଲି… - ['ପେନ୍ ଇନ୍ ବୁକ୍ସ' ପକ୍ଷରୁ ୯ମ ଯୁବ ଲେଖକ ସମ୍ମାନ](https://odishasahitya.com/9th-young-writers-award-from-pen-in-books/): ଭୁବନେଶ୍ଵର : ‘ପେନ୍ ଇନ୍ ବୁକ୍ସ’ ପକ୍ଷରୁ ୯ମ ଯୁବ ଲେଖକ ସମ୍ମାନ ସମାରୋହ ହୋଟେଲ ଶୀତଲରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ଦାଶ ବେନହୁର ଯୋଗଦେଇ ଏଭଳି ପ୍ରୟାସ ତରୁଣଙ୍କ ମନରେ ଆଶା ଓ ଆତ୍ମବିଶ୍ଵାସ ବୁଦ୍ଧିରେ ଏହା ସହାୟକ ହେବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ‘କାଦମ୍ବିନୀ’ର ସମ୍ପାଦକ ଇତିରାଣୀ ସାମନ୍ତ ଯୋଗଦେଇ ସଂଘର୍ଷ ନଥିଲେ ସଫଳତା ମିଳେ ନାହିଁ ବୋଲି କହିଥିଲେ । ଉତ୍ସବରେ ଅଧ୍ୟକ୍ଷତା କରି ସମ୍ମାନର ପ୍ରବର୍ତ୍ତକ ଶୁଭ୍ରାଂଶୁ ପଣ୍ଡା କହିଥିଲେ ଯେ ଧୈର୍ଯ୍ୟ ଓ ଆତ୍ମସମୀକ୍ଷା ଜଣେ ଲେଖକର ସବୁଠୁ ବଡ଼ ଅଳଙ୍କାର । ଏହି ସ୍ଵତନ୍ତ୍ର ଉତ୍ସବରେ ୧୦ ଜଣ ଯୁବ ଲେଖକ ସେମାନଙ୍କ ପାଣ୍ଡୁଲିପି ନିମନ୍ତେ ୨୦୨୫ ମସିହା ପାଇଁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଅନୁରୂପ ଭାବେ ୨୦୨୪ରେ ସମ୍ମାନିତ ଲେଖକଙ୍କ ପୁସ୍ତକ ମଧ୍ୟ ଏ ଅବସରରେ ପ୍ରକାଶ ପାଇଥିଲା… - [ଇତିଶ୍ରୀ ନାୟକ, ଗାର୍ଗୀ ଶତପଥୀଙ୍କୁ 'ଲେଖନୀ ଧାରା' ସମ୍ମାନ](https://odishasahitya.com/itishree-nayak-gargi-satapathy-to-be-conferred-with-lekhni-dara-award/): ଭୁବନେଶ୍ୱର : ଗଣମାଧ୍ୟମ ଗୁଡ଼ିକରେ ବିଭିନ୍ନ ସ୍ତମ୍ଭକାରଙ୍କ ଆଲେଖ୍ୟରେ ଯେତେବେଳେ ପ୍ରେମ ଓ ବିପ୍ଲବର ସମ୍ବନୟ ରହେ, ସେତେବେଳେ ଯୁବ ସମାଜ ତାକୁ ଅନୁଶୀଳନ କରି ନୂତନ ସମାଜ ସୃଷ୍ଟି ପାଇଁ ଆଗଭର ହୁଏ ବୋଲି ବିଦ୍ୟା ଫାଉଣ୍ଡେସନ ପକ୍ଷରୁ ‘ଓଡ଼ିଆ ଅସ୍ମିତାର ପରିଚୟ ଅ ରୁ କ୍ଷ’ ଶୀର୍ଷକ ସ୍ତମ୍ଭ ଆଲେଖ୍ୟ ପ୍ରଦର୍ଶନୀରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ମଙ୍ଗଳବାର ବୁଦ୍ଧ ମନ୍ଦିର ପରିସରରେ ସ୍ତମ୍ଭକାର ପ୍ରହ୍ଲାଦ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ତମ୍ଭକାର ଅଧ୍ୟାପକ ବିଶ୍ଵରଞ୍ଜନ ଯୋଗ ଦେଇ କହିଥିଲେ, ‘ପ୍ରେମ କରିଥିବା ମଣିଷ ହିଁ ପରିବର୍ତ୍ତନ ପାଇଁ ବିପ୍ଲବ ସୃଷ୍ଟି କରିପାରେ । ଭଗବାନ ଶ୍ରୀକୃଷ୍ଣ କେବଳ ଗୋପୀ ନାରୀଙ୍କ ବଂଶୀଧାରୀ ପ୍ରେମିକ ନଥିଲେ , ସେ ହିଁ ମହାଭାରତ ଚକ୍ରୀ ଥିଲେ । ଗ୍ରୀସରେ ଆଗାଥନ୍, ସକ୍ରେଟିସ, ପ୍ଲାଟୋଙ୍କ ସାନ୍ଧ୍ୟ ସମ୍ମିଳନୀରେ ପ୍ରେମ ହିଁ ଏକମାତ୍ର ଶକ୍ତି, ଯାହା ସମଗ୍ର ବିଶ୍ୱକୁ… - [ପ୍ରକାଶ ପାଇଲା ୧୩୮ କବିଙ୍କର କବିତା 'ବୋଉଲୋ' କବିତା ସଂକଳନ](https://odishasahitya.com/boulo-poetry-collection-published/): ଭୁବନେଶ୍ଵର : ବିଦ୍ୟା ପବ୍ଲିଶିଂ ନିବେଦିତ ଓଡ଼ିଶାର ୧୩୮ଜଣ ପ୍ରତିଷ୍ଠିତ କବିମାନଙ୍କର ବୋଉ ଉଦ୍ଦେଶ୍ୟରେ ଲେଖା ଯାଇଥିବା କବିତାରେ ସମୃଦ୍ଧ ‘ବୋଉଲୋ’ କବିତା ସଂକଳନ ଅଣଆନୁଷ୍ଠାନିକ ଭାବେ ଦିବଂଗତ ବୋଉ ପ୍ରମିଳା ସ୍ଵାଇଁଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କ ସୁପୁତ୍ର ପ୍ରବାସୀ ଡାକ୍ତର ସହଦେବ ସ୍ଵାଇଁଙ୍କ ଆନୁକୁଲ୍ୟରେ ଅବସରପ୍ରାପ୍ତ ପ୍ରଫେସର ଶଶୀଭୂଷଣ ବିଶ୍ଵାଳ ଓ ସଂକଳୟିତା ଡକ୍ଟର ବାସନ୍ତୀ ମହାନ୍ତିଙ୍କ ଦ୍ଵାରା ପୁଷ୍ପକ ହୋଟେଲରେ ଉନ୍ମୋଚିତ ହୋଇ ଯାଇଛି । ସୂଚନା ଥାଉ ଯେ ଆସନ୍ତା ୧୬ ତାରିଖରେ ପୁସ୍ତକ ମେଳାସ୍ଥିତ ବାଜି ରାଉତ ମଞ୍ଚରେ ଆନୁଷ୍ଠାନିକ ଭାବେ ଏହା ପୁନଃ ଉନ୍ମୋଚିତ ହେବ । ଯେଉଁ ସ୍ରଷ୍ଟାମାନଙ୍କର ସୃଷ୍ଟିରେ ଏପରି ଏକ ପୁସ୍ତକ ସମ୍ଭବ ହୋଇପାରିଛି ସେମାନଙ୍କୁ ନିମନ୍ତ୍ରଣ ଏହି ଉତ୍ସବରେ ଉପସ୍ଥିତ ରହି ସେମାନଙ୍କ ସୌଜନ୍ୟ କପି (ଵିନା ଦେୟରେ) ଗ୍ରହଣ କରିବା ହେବେ । - [ସାହିତ୍ୟରେ ଭୋଜ ବାଜି](https://odishasahitya.com/feast-in-literature/): ସତ୍ୟନାରାୟଣ ଗନ୍ତାୟତ ବ୍ୟାଙ୍କ ଅଫିସର ଭାବେ ଚାକିରି କରିବା ସହ ଲେଖାଲେଖି ମଧ୍ୟ କରି ସାହିତ୍ୟ ସହ ଜଡ଼ିତ ହୋଇ ରହି ଆସିଥିବା ଆମ ପିଲାଦିନର ସାଙ୍ଗ ସତ୍ୟଜିତ ଅଚାନକ ସେଦିନ ଆମ ଘରେ ପହଞ୍ଚି ଯାଇ ସିଧାସିଧା କହି ଉଠିଲା : ମନେ ପଡୁଛି ଗଡ଼ଗଡ଼ା ସହରରେ ରହୁଥିବା ଆମ ପିଲାଦିନର ସାଙ୍ଗ ଭୂଷଣ୍ଡା କଥା ? ଆଜି ମୋ ସହ ଫୋନରେ ଗପିବା ଭିତରେ ସିଏ ମୋତେ ଗୋଟେ ଅଫର୍ ଦେଲା ! ଆମେ କହିଲୁ ଭୂଷଣ୍ଡା ମାନେ, ଗ୍ରାଜୁଏସନ ପରେ ସେଇ ଗଡ଼ଗଡ଼ା ସହରରେ ହିଁ ଥିବା ତାଙ୍କ ପାରିବାରିକ ବିଦେଶୀ ମଦ ବ୍ୟବସାୟ ସମ୍ଭାଳୁଛି, ସିଏ ତ ? : ହଁ ସେଇ ! କହିଲା ସତ୍ୟଜିତ । ଆମେ ପଚାରିଲୁ,କଣ କହୁଥିଲା, କି’ ଅଫର୍ ଫେର୍ ସିଏ ଦେଲା ଅଫିସ ଓ ଘର କାମ ବାଦ୍ ସାହିତ୍ୟ ଭିତରେ ଡୁବି ରହୁଥିବା ତୋ ଭଳି… - [ପାତ୍ରପାତ୍ରୀ ନିର୍ବାଚନ](https://odishasahitya.com/candidate-election/): ଡମ୍ବରୁଧର ବେହେରା ଆଜିକାଲି ୩୦-୩୫ ବର୍ଷ ବୟସର ପିଲାମାନେ ବିବାହ କରୁନାହାଁନ୍ତି । ତାପଛରେ ଅନେକ କାରଣ ରହିଛି । ତନ୍ମଧ୍ୟରୁ ଏଠାରେ ଏକ ଉଦାହରଣ ମାଧ୍ୟମରେ ସମାଧାନ କରିବା ଉଦ୍ଦେଶ୍ୟ ନିମ୍ନମତେ ନିଜ କଥା ରଖିଲି । ଦିନେ ବିବାହ ପାଇଁ ଜଣେ ୨୪ ବର୍ଷୀୟ ଝିଅର ବାପାଙ୍କୁ ଆଉ ଜଣେ ନିକଟ ସମ୍ପର୍କୀୟ କହିଥିଲେ, ପୁଅଟିଏ ଅଛି । ସହରରେ କାମ କରେ । ଦେଖିବାକୁ ସୁନ୍ଦର । ବ୍ୟବହାର ଭଲ । ବାପାମାଆ ମଧ୍ୟ ଭଲ ଏବଂ ଧନୀ । ପୁଅଟି ୨୫ ବର୍ଷର, ସବୁକିଛି ଭଲ । ଝିଅର ବାପା କହିଲେ ଯେ ସବୁ ଠିକ୍ ଅଛି କିନ୍ତୁ ପୁଅଟିର ରୋଜଗାର କେତେ ?ମଧ୍ୟସ୍ଥି କହିଲେ ୩୦ ହଜାର ଟଙ୍କା । ପରିବାରର ରୋଜଗାର ଅଛି ।ଝିଅ ବାପା ଉତ୍ତର ଦେଲେ ହଁ… ସହରରେ ୩୦ ହଜାର ଟଙ୍କାରେ କ’ଣ ହୁଏ ? ପରିବାର ରୋଜଗାର… - [ଆରମ୍ଭ ହେଲା ବହି ରସିକଙ୍କ ମହାକୁମ୍ଭ : ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ](https://odishasahitya.com/7th-odisha-state-book-festival/): ଭୁବନେଶ୍ଵର : ଓଡ଼ିଆ ଭାଷା ଭାରତର ଅନ୍ୟତମ ପୁରାତନ ଭାଷା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ହାତୀଗୁମ୍ଫା ଶିଳାଲିପି, ତୃତୀୟ ଶତାବ୍ଦୀର ଧଉଳି ଓ ଜଉଗଡ଼ର ପ୍ରାଚୀନ ଅଭିଲେଖ, ତାମ୍ରଫଳକ ଓ ତାଳପତ୍ର ପୋଥିରୁ ଆମ ଓଡ଼ିଆ ଭାଷା କେତେ ପ୍ରାଚୀନ ତାହା ପ୍ରମାଣିତ ହୋଇଛି । ଏହାର ବିକାଶ ଦାୟିତ୍ଵ ଆମର । ୟୁନିଟ ୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ‘ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-୨୦୨୫’ର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ପୁସ୍ତକ ସଂଗ୍ରହ ଓ ପଠନ ପ୍ରତି ତାଙ୍କର ବିଶେଷ ରୁଚି ରହିଛି । ଏ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚରୁ ଛଅ ହଜାର ପୁସ୍ତକ ସଂଗ୍ରହ କରି ପୁସ୍ତକାଗାରରେ ରଖିଛନ୍ତି ଏବଂ ସମୟ ପାଇଲେ ପଢୁଛନ୍ତି । ମାତ୍ର ଆଜିଠାରୁ ସେ ପୁସ୍ତକକୁ ଉପହାର ସ୍ୱରୂପ ସମସ୍ତଙ୍କୁ ପ୍ରଦାନ କରିବେ । ଅନ୍ୟମାନେ ମଧ୍ୟ ପୁସ୍ତକ… - [ହଟ୍ ଆଉ କୂଲ୍](https://odishasahitya.com/hot-and-cool/): ସତ୍ୟନାରାୟଣ ଗନ୍ତାୟତ ସହଜେ ଶୀତକାଳ ! ତହିଁରେ ଫେର୍ ରାତିରେ ଭୋଜି ! ଆୟୋଜନ ହୋଇଥାଏ ବର ଘରର ତଥାନାମିତ “ରିସେପସନ” ଉପଲକ୍ଷେ “ଡିନର୍”  ! ଏଭଳି ବାହାଘରିଆ ଭୋଜି କଥା ଶୁଣିଲେ ଗତାନୁଗତିକ ଭାବେ ସେଇ ସେଇ କତିପୟ ଦୃଶ୍ୟ ମନ ଆଇନାରେ ନାଚି ଯାଆନ୍ତି । ପ୍ରବେଶ ପଥରେ ସୁଦୃଶ୍ୟ ତୋରଣ ବାଦ୍ ଶୋଭା ପାଉଥିବ ବରକନ୍ୟାଙ୍କ ମାତବରିଆ ଭଙ୍ଗୀର ଏଡ଼େ ବଡ ଫଟୋ !  ବି ଏଲ. ସି. ଡି  ପରଦାରେ ତରଙ୍ଗାୟିତ ହେଉଥିବ ଦୁହିଁଙ୍କ ପ୍ରାକ୍ ବୈବାହିକ ଅନ୍ତରଙ୍ଗତାର ଭଳିକି ଭଳି ରୋଚକ ଦୃଶ୍ୟ ।  ଏସବୁ ସୂଚନାରୁ ଅତିଥି ନିଶ୍ଚେ ଜାଣିଯିବେ ଯେ ବର ସିନେମା ହିରୋ ଓ କନ୍ୟା ସିନେମା ହିରୋଇନ ବାଗିଆ ଦିଶିବାର୍ଥେ କେଡ଼େ ଘାଏଁ ପ୍ରୟାସ ହୋଇଛି ! ତେବେ ଛାଡ଼ ହୋ, ଆଶୀର୍ବାଦ ଦେବା ପାଇଁ  ଉଲ୍ଲେଖ ସହ ଭୋଜିର ବି ସବିଶେଷ ସୂଚନା ପ୍ରଦାନ କରତଃ ଆମକୁ ନିମନ୍ତ୍ରଣ କରିଛନ୍ତି ମାନେ… - [ପ୍ରାବନ୍ଧିକ ଶୈଳେନ୍ଦ୍ର ଦ୍ଵିବେଦୀଙ୍କ ପରଲୋକ](https://odishasahitya.com/administrator-saalitendra-dwivedi-passes-away/): ଭୁବନେଶ୍ଵର : ରାଜ୍ୟର ଜଣେ ବିଶିଷ୍ଟ ପ୍ରାବନ୍ଧିକ ତଥା ପୂର୍ବତନ ପ୍ରଶାସକ ଶୈଳେନ୍ଦ୍ର ଦ୍ଵିବେଦୀଙ୍କର ପରଲୋକ ହୋଇଯାଇଛି । ରାଜଧାନୀର ଏକ ଘରୋଇ ଚିକିତ୍ସାଳୟରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେ ଓଡ଼ିଶା ସରକାରୀଙ୍କ ଅଧୀନରେ ତହସିଲଦାର ଭାବେ କାର୍ଯ୍ୟ ଆରମ୍ଭ କରି ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ଗତ ବର୍ଷ ସେ ସାଧାରଣ ଉଦ୍ୟୋଗ ବିଭାଗରୁ ସ୍ଵତନ୍ତ୍ର ସଚିବ ଭାବେ ଅବସର ନେଇଥିଲେ । ଜଣେ ଦକ୍ଷ ପ୍ରଶାସକ ସହିତ ସେ ଥିଲେ ଜଣେ ବାଗ୍ମୀ ସ୍ତମ୍ଭକାର । ଏକଦା ‘ସମ୍ବାଦ’ ଭଳି ଏକ ଆଗଧାଡ଼ିର ଖବରକାଗଜରେ ତାଙ୍କର ନିୟମିତ ସ୍ତମ୍ଭ ‘ସିଧା କଥା’ ପ୍ରକାଶିତ ହେଉଥଲା । ଏତଦବ୍ୟତୀତ ସେ ଥିଲେ ଜଣେ ସୁଦକ୍ଷ ସାହିତ୍ୟିକ । ତାଙ୍କ ରଚିତ ପୁସ୍ତକ ‘ମାୟାମିରିଗ’, ‘ନିଜ… - [ତୁ](https://odishasahitya.com/you/): ସତ୍ୟନାରାୟଣ ଗନ୍ତାୟତ ଯେ କେହି ‘ତୁ’ ଶବ୍ଦଟି ଉଚ୍ଚାରିବା ମାତ୍ରେ ମନକୁ ଆସିଯାନ୍ତି ମାଆ ! ପରେ ପରେ ବାପା ! କାରଣ ଜନ୍ମ ଦେଇଥିବା ଶିଶୁକୁ ଗୋଡ଼ରେ ଶୁଆଇ ତେଲ ମାଲିସ କରତଃ ସେକାସେକି କରିବା ବେଳଠୁ ଦୁଇ ଗୋଡ଼ ଯୋଡ଼ି ତା ଊପରେ ବସାଇ ଝୁଲାଇ ଝୁଲାଇ “ଗୁ ଗୁ ପାଞ୍ଚି” କରିବା ବେଳେ “ତୁ ମୋ ସୁନା, ତୁ ମୋ ଟଙ୍କା ତୁ ମୋ ଧନ” ଆଦି କହି ମାଆ ହିଁ ଶିଶୁଟିର ମନ ଭିତରେ ପ୍ରବେଶି ତାକୁ ମୋହି ନେଇଥାନ୍ତି । ସେବ କାଳର ଏକାନ୍ନବର୍ତ୍ତୀ ପରିବାର ମାନଙ୍କରେ ବୋଇଲା ପରି ଥିଲେ ‘ଗୋଠେ କୁଟୁମ୍ବ’ । ଜେଜେବାପା, ଜେଜେମାଆ, ବଡ଼ବାପା, ବଡ଼ମାଆ, ଦାଦା, ଖୁଡ଼ି ଆଦି କେତେ ଯେ ଗୁରୁଜନ, ଯେଉଁମାନେ ସେମାନଙ୍କ ହୃଦୟ ନିଗିଡ଼ା ପୋଷପୋଷ ସ୍ନେହାମୃତକୁ ଅବିରତ ଢାଳି ଦେଉଥିଲେ ପରିବାରର ଶିଶୁଙ୍କ ଉପରେ । ତ’ ଏମାନେ “ତୁ ଆ’ଟି… - [ମାଟି ଉପରେ ଗଛବୃଚ୍ଛ](https://odishasahitya.com/plantation-on-soil/): ସତ୍ୟନାରାୟଣ ଗନ୍ତାୟତ ଗଛର ଉପକାରିତା ସମ୍ପର୍କରେ କହିବା ଆଦୌ ଆବଶ୍ୟକ ନାହିଁ । କାରଣ ଗ୍ରୀଷ୍ମ ଋତୁ ଲମ୍ବିଲମ୍ବି ତଥାକାଂକ୍ଷିତା ମୌସୁମୀ ଆସିବାରେ ଚିରାଚରିତ ବିଳମ୍ବ ଘଟିଲେ ପ୍ରାୟତଃ ସଭିଏଁ ଏକମୁଖ ହୋଇ ଜଳବାୟୁର ପରିବର୍ତ୍ତନ କଥା ଉଠାଇ ଢେର୍ କଥା କହିସାରି ଅବଶେଷେ ଗଛ ଲଗାଇବା ଠେଇଁ ଅଟକି ଯାଆନ୍ତି । ଗଛ କେମିତି ଆମ ପାଇଁ ଉପକାରୀ ତାହା ସତରେ କାହାକୁ ବା ଅଗୋଚର ଯେ ? ପିଲାଏ ତ ପ୍ରତିବର୍ଷ ପରିବେଶ ସୁରକ୍ଷା ବିଷୟକ ପ୍ରତିଯୋଗିତା ମାନଙ୍କରେ ଭାଗ ନେଇନେଇ ଗଛର ଅନେକ ଉପକାର ମଧ୍ୟରୁ “ଅଙ୍ଗାରକାମ୍ଳ ଶୋଷି ଅମ୍ଳଜାନ ଯୋଗାଉଥିବା ନିଃଶୁଳ୍କ ସେବା” ଦୃଷ୍ଟିରୁ ଏହା କେମିତି ଏକ ପ୍ରକୃତି ପ୍ରଦତ୍ତ ଅକ୍ସିଜେନ୍ ପ୍ଲାଣ୍ଟ ଅଟେ, ବଡ଼ ସରଳରେ ଓ ଅତି ସହଜରେ ବୁଝାଇ ପାରିବେ । ପିଲାଏ ଯଦି ଏସବୁ ଜାଣି ବୁଝାଇ ପାରିବେ ମାନେ ସେମାନଙ୍କ ପରିବାର ଜନ, ସେମାନଙ୍କ ମଗଜରେ ଏସବୁ… - [ପୁରୁଷଟିଏ : ପଥର ନୁହେଁ](https://odishasahitya.com/men-are-not-stone/): ଡମ୍ବରୁଧର ବେହେରା “ସିଏ ପୁରୁଷଟିଏ : ପଥର ନୁହେଁ ……” ପିଲାଟି ଦିନରୁ ଶିଖାଇ ଦିଆଯାଏ… ଆରେ ଏଇ ତୁ ପରା ପୁଅ ପିଲାଟା କାନ୍ଦୁଛୁ କ ‘ଣ… ଛି..ଛି…. ପୁଅ ପିଲାମାନେ କେବେ କାନ୍ଦନ୍ତି…. ?ତୋ ମୁହଁରେ ଟିକେ ଲାଜ ନାହିଁ କି ସରମ ନାହିଁ…? ବଡ଼ ହେଲେ ତୁ ପରା ଆମକୁ ସମ୍ଭାଳିବୁ…? ପିଲାଟି ଦିନରୁ ଶିଖାଇ ଦିଆଯାଏ… ପୁଅ ପିଲାଟା ପରା କାନ୍ଦୁଛୁ କ ‘ଣ… ଛି… ଛି…ପୁଅ ପିଲାମାନେ କାନ୍ଦନ୍ତି…? ବଡ଼ ହେଲେ ଆମକୁ ସମ୍ଭାଳିବୁ… ବାସ୍‌ ସେହିଦିନଠାରୁ ହିଁ ଦାୟିତ୍ୱବାନ ହୋଇଯାଆନ୍ତି ପୁରୁଷମାନେ । ବିନା କୌଣସି ଅଭିଯୋଗରେ, ବିନା କୌଣସି ଆପତ୍ତିରେ ଦାୟିତ୍ୱର ବୋଝ କାନ୍ଧେଇ ନିଏ ତା ‘ ମୁଣ୍ଡ ଉପରକୁ । କାହିଁକି ନା ସେ ଜଣେ କାହାରି ବାପା…. କାହାରି ଜଣେ ପୁଅ… କାହାରି ଜଣେ ଭାଇ ଓ କାହାରି ଜଣେ ସ୍ୱାମୀ । ସର୍ବଶେଷରେ କହିବାକୁ ଗଲେ… - [ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା](https://odishasahitya.com/capital-book-fair-awards-announced/): ଭୁବନେଶ୍ଵର : ରାଜଧାନୀ ପୁସ୍ତକମେଳା କମିଟି ପକ୍ଷରୁ ୨୦୨୫ ମସିହା ପାଇଁ ଓଡ଼ିଆ ସାହିତ୍ୟର ୧୧ଟି ବିଭାଗରେ ୨୫ ତମ ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା କରାଯାଇଛି । ରାଜଧାନୀ ପୁସ୍ତକମେଳା କମିଟିର ସଭାପତି ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ଚୟନ କମିଟି ବୈଠକରେ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଆବାହକ ରମେଶ ଚନ୍ଦ୍ର ସ୍ଵାଇଁ, ସଭ୍ୟ ବୀରକିଶୋର ପ୍ରଧାନ ଓ କମଳିନୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଉପନ୍ୟାସ ‘ବସୁଧା ନନ୍ଦିନୀ’ ପାଇଁ ଶକୁନ୍ତଳା ବଳିଆରସିଂହ, ‘ଅହଲ୍ୟା’ ପାଇଁ ପୁଷ୍ପାଞ୍ଜଳି କର, କ୍ଷୁଦ୍ରଗଳ୍ପ ପୁସ୍ତକ ‘ଚକ୍ରବ୍ୟୁହ’ ପାଇଁ ରଶ୍ମି ମିଶ୍ର, କବିତା ‘ଆଜି ବି ସେଇଠି’ ପାଇଁ ସୁଧାକର ମହାନ୍ତି, ଧର୍ମସାହିତ୍ୟ ପୁସ୍ତକ ‘ଭାବ ଭକ୍ତିର ଲହରୀ ଓ ଗୀତାମୃତ’ ପାଇଁ ବ୍ରଜ କିଶୋର ମିଶ୍ର, ପ୍ରବନ୍ଧ ପୁସ୍ତକ ‘ସାହିତ୍ୟ: ମର୍ମ ଓ ମର୍ମାନ୍ତର’ ପାଇଁ ସଞ୍ଜୟ କୁମାର ପଣ୍ଡା, ଅନୁବାଦ ସାହିତ୍ୟ ପୁସ୍ତକ ‘ଲବଙ୍ଗ’ ପାଇଁ… - [ଚୁପ୍, ଗଧ ସ୍ତାବକେ ଶୁଣି ପକାଇବେ !](https://odishasahitya.com/shut-up-the-donkey-will-hear-the-noise/): ସତ୍ୟନାରାୟଣ ଗନ୍ତାୟତ ନବଜାତ ଶିଶୁଟି ଯେତେବେଳେ ତା’ ଦରୋଟି ସ୍ୱରରେ “ମାଆଆ…ବାପ୍ପା ଆଆ” କହିବା ଆରମ୍ଭ କରେ, ଜନ୍ମଦାତ୍ରୀ ଓ ଜନ୍ମଦାତାଙ୍କ ସମେତ ପରିବାର ଜନେ ଆନନ୍ଦରେ ଅଧୀର ହୋଇ ଉଠନ୍ତି । ସେମାନେ ସସ୍ନେହ ପ୍ରତିକ୍ରିୟା ପ୍ରଦର୍ଶନ କ୍ରମରେ “ଆଆ…କନ ଧନ ଅଅ…”, “ଦୁଧ ପିଇବୁ ଉଉ” ଆଦି କହନ୍ତେ ଶିଶୁଟି ସେସବୁ ଧୀରେଧୀରେ ବୁଝେ ଓ ତଦନୁଯାୟୀ ତା’ ନିଜ ମତେ ହାତ ଗୋଡ଼ ମଥା ହଲାଇ ତା’ ମନକଥା ଜଣାଇବା ଆରମ୍ଭ କରେ । ଏପରି ଶିଶୁଟି ସହ ଭାବ ବିନିମୟ ହୁଏ । କଥା କହିବା ବୋଇଲେ ଆଉ କଣ କି ? ଏହି ଭାବ ବିନିମୟ ହିଁ ସିନା ! ଏମିତି ସରଳ ଭାବେ କଥା କହି ଶିଖିଥିବା ନିରୀହ ଶିଶୁଟିର ବୟସ ବଢିବା ସହ ସେ ଘରଲୋକ ସାହିପଡ଼ୋଶୀ ବନ୍ଧୁବାନ୍ଧବ ଆଦିଙ୍କ ସଂସ୍ପର୍ଶରେ ଆସି ନାନା କଥା କହିବା ଶିଖେ । ଅଢେଇ… - [ରାଜଧାନୀ ପୁସ୍ତକମେଳା ଉଦ୍ଘାଟିତ](https://odishasahitya.com/capital-book-fair-inaugurated/): ଭୁବନେଶ୍ଵର : ସହିଦନଗର ଦୁର୍ଗାପୂଜା ପଡ଼ିଆଠାରେ ୨୫ତମ ରାଜଧାନୀ ପୁସ୍ତକମେଳା ଉଦ୍ଘାଟିତ ହୋଇଯାଇଛି । ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଏହାକୁ ଉଦ୍ଘାଟନ କରିଥିଲେ । ରାଜଧାନୀ ପୁସ୍ତକମେଳା କମିଟି ଓ ଏକାମ୍ର ପୁସ୍ତକ ମହୋତ୍ସବ କମିଟିର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ଉପେନ୍ଦ୍ର କୁମାର ଜେନା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ସାହିତ୍ୟିକା ସଂଘମିତ୍ରା ମିଶ୍ର, ମୁଖ୍ୟବକ୍ତା ଭାବେ ପୀତବାସ ରାଉତରାୟ, ସମ୍ମାନିତ ଅତିଥି ଭାବେ ଅଭୟ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହାସହିତ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ ବିବରଣୀ ପାଠ କରିଥିଲାବେଳେ ରମେଶ ଚନ୍ଦ୍ର ସ୍ଵାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭ୍ୟ ବୀରକିଶୋର ପ୍ରଧାନ ଓ କମଳିନୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ । ଏହି ମେଳା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାର ବହୁ ପ୍ରତିଷ୍ଠିତ ପ୍ରକାଶକ ଏହି ପୁସ୍ତକମେଳାରେ ଯୋଗ ଦେଇଛନ୍ତି ।… - [ଦିଲ୍ଲୀ କା ଲଡୁ](https://odishasahitya.com/delhi-ka-ladu/): ବିନୟ ମହାପାତ୍ର ସବୁ କିଛି ନପାଇବା ଭଲ,ଖୋଜିବାରେ ଆନନ୍ଦ ଥାଏ,ପ୍ରତୀକ୍ଷାରେ ଉତ୍କଣ୍ଠା ଥାଏ,କେବେ ବସି ଦିନ ଗଣେ,କେବେ କାନ୍ଥ ଘଡ଼ି ଦେଖିଦେଖିରାତି ପାହିଯାଏ ।ସବୁ କିଛି ପାଇଗଲେ,ପ୍ରତୀକ୍ଷାର ଅନ୍ତ ହୋଇଯିବଥରେ ପାଇଗଲେ,ହରାଇବାର ଡର ଯେ ରହିବ ।ଥରେ ପାଇଗଲେ, ଲାଗେ,ସବୁ ସତେ କେତେ ମୂଲ୍ୟହୀନଦରବ ଦେହଘଷା ହୋଇଯାଏପ୍ରାପ୍ତିର ଉତ୍କଣ୍ଠାରେ ଖୁସି,ପାଇଗଲେ ସ୍ୱାଦହୀନ,ମନ ଭରିଯାଏ ।ଆଶା ଛାଡ଼ିଦେଲେନିରାଶାରେ ବୁଡ଼ି ଯିବ,ଆଶାରେ ବଞ୍ଚି ରହିବାଜୀବନର ଅନ୍ୟନାମ । ସବୁ କିଛି ନଜାଣିବା ଭଲ,ନଜାଣିଲେ ଖୁସି ଥାଏ,ଉତ୍ସୁକତାର ମୁହୁର୍ତ୍ତଗୁଡ଼ିକଜୀଇଁବା ଶିଖାଇ ଦିଏ,ମୃତ୍ୟୁର ତାରିଖ, ଜଣାଥିଲେମଣିଷ ଯେ ନିତି ଝୁରୁଥାନ୍ତା,ଫାଶି ଅପେକ୍ଷାରେ କଏଦୀଟେ ପରିନିତି ଜୀଇଁ, ନିତି ମରୁଥାନ୍ତା ।ଅନେକ କିଛି ନପାଇବା ଭଲସବୁ କିଛି ପାଇବା ଆଶାରେପ୍ରତୀକ୍ଷାରେ ଦିନ ଗଣୁଗଣୁଏ ଜୀବନ ସତେ,କେତେ ଲମ୍ବା ହୋଇଯାଏ,ପ୍ରତିଟି ଦୁଃଖଦ ମୁହୁର୍ତ୍ତ ପରେକେତେ ଅସଜଡ଼ା ସମ୍ପର୍କପୁଣିଥରେ ଯୋଡ଼ି ହୋଇଯାଏ । ସବୁ କିଛି ଜାଣି ଗଲେ,ବିଶ୍ୱାସ ତୁଟିଯିବ,କେବେ ପଶ୍ଚାତାପ ହେବ,ଜୀବନରେ କେତେକେତେଅବଶୋଷ ରହିଯିବ,କେବେ ହତାଶାର ଅନ୍ଧକାରେପ୍ରାଣ ବୁଡ଼ି ଯିବ… - [ଗାଁ ଚାଷ](https://odishasahitya.com/village-farming/): ରଜୀତ ଦାସ ତମେ ବଦଳିଲ ମୁଁ ବଦଳିଲିବଦଳି ଗଲା ମୋ ଦେଶସବୁ ଗାଁ ଲୋକ ସହରିଆ ହେଲେଛାଡ଼ି ଦେଇ ଚାଷବାସ । ଚାଳଘର ଭାଙ୍ଗି କୋଠାବାଡ଼ି କଲମନରେ ବୁଣିଲ ବିଷପୁଳାପୁଳା ଟଙ୍କା ରୋଜଗାର କଲେଭୋକରେ ଖାଇବ କିସ ? ଆରେ ଫେରିଆସ ଫେରି ଆସନିଜକୁ ବଞ୍ଚେଇ ଅନ୍ୟକୁ ବଞ୍ଚାଅଆଉଥରେ କରି ଚାଷ । ଚାଷ ବାସ ଛାଡ଼ି ସହରେ ରହିଲଗାଁ’କୁ କରିଲ ପରଗାଁ ଚାଷଜମି କାରଖାନା କଲଚାଷୀ ହେଲା ହତାଦର ।ଚାଉଳ ଗହମ ଅମଳ ନହେଲେଟଙ୍କାରେ ଭରିବ ପେଟ ?ଟଙ୍କା ନୁହେ ବନ୍ଧୁ ଖାଦ୍ୟ ଦରକାରପେଟ ପାଇଁ ସବୁ ନାଟ । ତମେ ଫେରି ଆସ ଫେରିଆସଦାଦନ ହୁଅ କି ହୁଅ ଅଫିସରଦେଖ ଆସି ଗାଁ ଚାଷ । ସିଙ୍ଗିଟାଳି, କୁଜଙ୍ଗ, ପାରାଦ୍ୱୀପ ଲେଖକ ପରିଚୟ ପେସା ଔଷଧ ବ୍ୟବସାୟ, ନିଶା ଓଡ଼ିଆ ସାହିତ୍ୟକୁ ଭଲପାଇବା । ଭଲ ପାଠକଟେ ହେବା । କବିତା ଓ ଗଳ୍ପ ଲେଖିବା । ସ୍କୁଲ… - [ପୁଣ୍ୟମାସ ପରର ଚିନ୍ତା](https://odishasahitya.com/thoughts-after-the-holy-month/): ସତ୍ୟନାରାୟଣ ଗନ୍ତାୟତ ଏମିତିରେ ବର୍ଷକର ବାର ମାସରେ ଆମେ କୁଆଡ଼େ ତେର ପର୍ବ ପାଳନ କରିଥାଉ। ଏଥିରୁ ସ୍ପଷ୍ଟ ଯେ ସତରେ ଆମେ କେତେ ଧର୍ମପ୍ରାଣ ! ତଥାପି ମାସଙ୍କ ଭିତରେ କାର୍ତ୍ତିକ ମାସ ହିଁ ପୁଣ୍ୟ ମାସ ଭାବେ ସର୍ବଜନ ଗୃହୀତ । କୁହାଯାଏ କାର୍ତ୍ତିକ ଭଳି ମାସ ନାହିଁ, ସତ୍ୟଯୁଗ ସଦୃଶ୍ୟ ଯୁଗ ନାହିଁ, ବେଦ ତୁଲ୍ୟ ଶାସ୍ତ୍ର ନାହିଁ । ବି ନାହିଁ ଗଙ୍ଗା ଭଳି ତୀର୍ଥ ! ଆଉ ଏହି ମହାନ ମାସକୁ ଆମ ମାଆ ମାଉସୀ ଅପା ନାନୀମାନେ ଅପେକ୍ଷା କରିଥାନ୍ତି । କେମିତି ଅଶିଣ ସରିବ ଓ କାର୍ତ୍ତିକ ଆରମ୍ଭ ହେବ ! କାରଣ ଏହି କାର୍ତ୍ତିକ ମାସ ଏତେ ପବିତ୍ର ଯେ ଅନେକ ଏହି ମାସରେ ହିଁ ଧାର୍ମିକ ପୂଜାୟୋଜନମାନ ସମ୍ପନ୍ନ କରିବାକୁ ସ୍ଥିର କରିଥାନ୍ତି । ଏହି ମାସରେ ଧର୍ମକାର୍ଯ୍ୟ ଆରମ୍ଭ କରିବା ଅର୍ଥ ତୀର୍ଥାଟନ ଲବ୍ଧ ପୁଣ୍ୟ ଅର୍ଜନ… - [ପ୍ରସିଦ୍ଧ କବି ତଥା ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକ](https://odishasahitya.com/veteran-bjp-leader-and-poet-shankar-parida-passes-away/): ଭୁବନେଶ୍ଵର : ପ୍ରସିଦ୍ଧ କବି ତଥା ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡ଼ାଙ୍କ ଦେହାନ୍ତ ହୋଇଯାଇଛି । ବିଗତ କିଛି ସମୟ ଧରି ସେ ଫୁସ୍‌ଫୁସ୍ କର୍କଟ ରୋଗରେ ପୀଡ଼ିତ ଥିଲାବେଳେ ଭୁବନେଶ୍ଵର ସ୍ଥିତ ଏମ୍‌ସରେ ଚିକିତ୍ସିତ ହେଉଥିଲେ । ଗତ ୩୦ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ଏହି ଖବର ମିଳିବା ପରେପରେ ସାହିତ୍ୟିକ, ରାଜନେତା ଓ ବିଭିନ୍ନ ମହଲରେ ଗଭୀର ଶୋକ ଦେଖିବାକୁ ମିଳିଛି ।   ଶଙ୍କର୍ଷଣ ପରିଡ଼ା ଜଣେ ପ୍ରସିଦ୍ଧ କବି ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଥିଲେ । ପୂର୍ବରୁ କର୍କଟ ରୋଗରେ ପୀଡ଼ିତ ହୋଇ ସେ ମୁମ୍ବାଇରେ ଚିକିତ୍ସିତ ହୋଇ ଫେରିଥିଲେ । ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଖରାପ ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ତାଙ୍କୁ ଭୁବନେଶ୍ଵର ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା । ତେବେ ତାଙ୍କ ଦେହବସାନ ନେଇ… - [ଜଗି ରଖି](https://odishasahitya.com/jagirakhi/): ସତ୍ୟନାରାୟଣ ଗନ୍ତାୟତ ହଁ ‘ଜଗି ରଖି ‘ ! ଜଗିରଖି ହିଁ ଚଳିବା ଚାହି । ଏକଥା ଆମ ମନକୁ କେମିତି ଆସିଲା ଜାଣନ୍ତି ? “ବୁଝି ବିଚାରି କାମ କଲେ, ବିପଦ ନପଡ଼ଇ ଭଲେ” ବୋଲି ଠାଏ ସତର୍କ ବାଣୀ ଶୁଣି ପକାଇଲୁ ତ’ ! ଏମିତିରେ ଆମେ ପ୍ରାୟତଃ ଏଭଳି ବାଣୀଗୁଡ଼ିକୁ ଶୁଣି ନଶୁଣିଲା ପରି ବା ପଢି ନପଢିବା ପରି ଆଡ଼େଇ ଦେଇଥାଉ । ଏହା ଏଥିପାଇଁ ଯେ ମୂଳରୁ ଆମ ସ୍ୱଭାବ ସହ “ଓଳିଆରେ ପଡୁ ପଡୁ କୁଆଡ଼େ ଗଜା” ଜାତୀୟ କଥା ପଦକ ଯେବେ ଜଡ଼ିତ ହୋଇ ଆମକୁ ଏଡ଼େ ଘାଏଁ ଅସ୍ୱାଭାବିକ କରି ପକାଇଛି, ଏସବୁ ଅଉଲ ନମ୍ବରିଆ କଥାଗୁଡ଼ା କାଳେ ଆମ ଦିହରେ ଯାଇ ନପରେ ! ସୁତରାଂ ଆଉ ଏଭଳି ମହତବାଣୀ ମାନ ମାନିବାକୁ ମନ ନବଳନ୍ତେ ଆମେ ଆମ ବାଗିଆ ମଣିଷ (?) ବୋଲାଇ ରହି ଆସୁଛୁ ।… - [ପ୍ରେମମୟୀ](https://odishasahitya.com/premamayee/): ମଧୁମିତା ମିଶ୍ର କୁହେ ସେ କେବଳ ପ୍ରେମର କଥା ପ୍ରେମ ତା’ ସ୍ନେହ ପ୍ରେମ ହିଁ ଶ୍ରଦ୍ଧାପ୍ରେମ ବିନା ସବୁ ଅଧୁରା ଲାଗଇ ପ୍ରେମ ବିନା ତା’ର ଜୀବନ ଅଧାପ୍ରେମ ତା’ ପୂଜା ପ୍ରେମ ଆରାଧନା ପ୍ରେମ ତା’ ଜୀବନ ଜିଇଁବା ସ୍ରୋତପ୍ରେମ ପାଇଁ ଆସି ପ୍ରେମକୁ ପ୍ରକାଶି ପ୍ରେମରୁ କରେନା କା’କୁ ବଞ୍ଚିତ । ପ୍ରେମ ସତ୍ୟ ତା’ର ପ୍ରେମ ସମର୍ପଣ ପ୍ରେମ ତା ବିଶ୍ଵାସ ପ୍ରେମ ନିଃଶ୍ୱାସପ୍ରେମ ତା’ ଆଶା ପ୍ରେମ ହିଁ ଭରସା ପ୍ରେମ ହିଁ ତାହାର ଜୀବନ ପ୍ରୟାସଦୈନନ୍ଦିନ କର୍ମ ପୂଜା ବ୍ରତ ଧର୍ମ ପ୍ରେମ ବିନା ସେ ଜାଣେନା କିଛିପ୍ରେମ ପାଇଁ ସେ ବାଇଆ ହୁଅଇ ପ୍ରେମ ଯେଉଁଠି ସେ ସେଠି ହିଁ ଅଛି । କଙ୍କଣ ପାଉଁଜି ନାଚି ଉଠେ ତା’ର ବଂଶୀ ଗାଏ ଯେବେ ପ୍ରେମର ସ୍ୱରକଟି ହସ୍ତ ପଦ ଭ୍ରୁଲତା ନାଚଇ ନାଚଇ ସେ ନାଚେ ଓଢଣି ତା’ରଲୋକଲଜ୍ଜା ହେଉ… - [ପ ଫ ବ ଭ ମ](https://odishasahitya.com/p-f-b-bh-m/): ଡ. ଜ୍ୟୋତି ପ୍ରକାଶ ମହାପାତ୍ର ତା’ ନାଆଁଟି ଖାଲି ସେଇଆ – ପ’ । ଗୋଟିଏ ଅକ୍ଷର ଜମାରୁ । ଏମିତି ନାଆଁ ଥାଏ ବୋଲି ଛୋଟବେଳେ ବିଶ୍ୱାସ ହେଉ ନଥିଲା । ସେ ପଢୁଥିଲା ବୈଦ୍ୟରାଜପୁର ସ୍କୁଲରେ । ସେଠି ଭଲ ପଢ଼ା ହୁଏ ବୋଲି । ଆମେ ଗୋଖନା ସ୍କୁଲରେ । ପ’ ଆଉ ତା’ ସାଙ୍ଗ ଅଶୋକ ସାଥି ହୋଇ ଯୋଡ଼େ ବେଗ ପକେଇ କଲେଜ ଛକ ଆଡୁ ତାଙ୍କ ସ୍କୁଲରୁ ଫେରନ୍ତି । ଆମେ ଯାଉ କଲେଜ ଛକ ଆଡ଼େ । ମଝି ରାସ୍ତାରେ ଦେଖାହୁଏ କେବେ କେମିତି । ଜିତେନ୍ଦ୍ର ମତେ କହିଥିଲା – ସେ ଯୋଉ ପିଲା ଆଉଛି ତା ନାଆଁ ପ’ ବୋଲି । ଆମେ ଜିତେନ୍ଦ୍ର ମୁଁ ସାଙ୍ଗ ହୋଇ ଫେରୁ, ନିଜ ଇଛାରେ ବୁଲିବାଲି । ସେତେବେଳେ ରାସ୍ତା କଡ଼ରେ ଥିଲା ବିଶାଳ ଆମ୍ବ ଗଛ ଯେତେ, ପାଖକୁ… - [ଦେବଦାସ ଛୋଟରାୟଙ୍କୁ ୪୬ ତମ ଶାରଳା ପୁରସ୍କାର](https://odishasahitya.com/devdas-chhotoraya-to-be-conferred-with-46th-sharla-award/): ଭୁବନେଶ୍ଵର : ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତିବର୍ଷ ‘ଇଣ୍ଡିଆନ ମେଟାଲସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ପ୍ରଦାନ କରାଯାଇଛି । ରବିବାର ସନ୍ଧ୍ୟାରେ ସ୍ଥାନୀୟ ହୋଟେଲ ସ୍ଵସ୍ତି ପ୍ରିମିୟମରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ହିନ୍ଦୀ କବି ଓ ଲେଖିକା ପ୍ରଫେସର ସବିତା ସିଂହ ଶ୍ରୀ ଛୋଟରାୟଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ତାଙ୍କର ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ପ୍ରାପ୍ତ ଏହି ପୁରସ୍କାର ବାବଦରେ ଲେଖକଙ୍କୁ ତାମ୍ରଫଳକ, ଉପାୟନ ସହ ସାତ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଏହା ସହିତ କଳା କ୍ଷେତ୍ରରେ ଜୀବନବ୍ଯାପୀ ସାଧନା ପାଇଁ ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ ଓ ଚିତ୍ରଶିଳ୍ପୀ ମହାରଥାଙ୍କୁ ଅଢେଇ ଲକ୍ଷ ଲେଖାଏଁ ଅର୍ଥରାଶି ଓ ତାମ୍ରଫଳକ ସହ ‘ଇଲା… - [ଦେଖାଇ ହେବା](https://odishasahitya.com/to-be-shown/): ସତ୍ୟନାରାୟଣ ଗନ୍ତାୟତ “ଦେଖାଇବା” ବୋଇଲେ ଏଇଆ ବୁଝି ହୁଏ ଯେ, କିଛି ଅଛି ଓ ଯାହା ପାଖରେ ଅଛି, ସିଏ ଦେଖାଉଛି । ଦେଖାଉଛି ଅର୍ଥ ଅନ୍ୟୁନ କେହିଜଣେ ଦେଖିବା ପାଇଁ ବି ରହିଛି । ଯେବେ ସିଏ ତା ଆପଣାଛାଏଁ ନଦେଖାଇ ତାକୁ କେହି “କାଇଁ ଦେଖାନି” କହିଥିବାରୁ ହିଁ ଦେଖାଉଛି ତ କିଛି କଥା ନାଇଁ । ତେବେ କେହି ଦେଖାଇବାକୁ କହି ନଥିଲେ ସୁଦ୍ଧା ଯଦି ସେ ଦେଖାଉଛି ତ ଏଇଠୁ ଦେଖାଇହେବା ସୁରୁ ବୋଲି ଜାଣିବାକୁ ହେବ । କାରଣ ଏଭଳି ନିଜଆଡୁ ଦେଖାଇବା ଓ ଏହାର ପୌନଃପୁନିକତା ହିଁ ପ୍ରକାରାନ୍ତରେ ଦେଖାଇ ହେବା । ଆପଣ କହିପାରନ୍ତି ଏହି ଦୁଇ କିସମର ଦେଖାଇବା ତ ପ୍ରାୟ ସବୁ ମଣିଷଙ୍କ ସହ ଜଡ଼ିତ । ହଁ ଆଜ୍ଞା, ଛୋଟ ପିଲାଟିଏକୁ ଥରୁଟେ ନିରେଖନ୍ତୁ । ଦେଖିବେ ସେ କେମିତି ତା ହାତରେ ଧରାଇ ଦିଆ ଯାଇଥିବା… - [ମମତା ଦାଶ ପାଇବେ 'ଗୋଦାବରୀଶ ମିଶ୍ର' ସମ୍ମାନ](https://odishasahitya.com/mamata-dash-will-receive-the-godavarish-mishra-award/): ଭୁବନେଶ୍ଵର : ବିଶିଷ୍ଟ କବି ମମତା ଦାଶ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଗୋଦାବରୀଶ ମିଶ୍ର’ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ଆଗାମୀ ୨୬ ତାରିଖ ଅର୍ଥାତ ଆସନ୍ତାକାଲି ସନ୍ଧ୍ୟାରେ କଟକର ସାରସ୍ଵତ ପୀଠ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦ ଦ୍ଵାରା ଆୟୋଜିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ ପାଳନ ଅବସରରେ ଶ୍ରୀମତୀ ଦାସ ଏହି ସମ୍ମାନ ଲାଭ କରିବେ । ଏନେଇ ସଂସଦର ପ୍ରତିଷ୍ଠାତା ଓ ସଭାପତି ଡାକ୍ତର ନିରଞ୍ଜନ ତ୍ରିପାଠୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ସୂଚନାଥାଉ ଯେ ଏହି ପୁରସ୍କାର ସ୍ଵରୂପ ଶ୍ରୀମତୀ ଦାଶଙ୍କୁ ପଚାଶ ହଜାର ଟଙ୍କା ଅର୍ଥାରାଶି ସହିତ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯିବ । ଶ୍ରୀମତୀ ଦାଶଙ୍କ କୃତି ମଧ୍ୟରେ ଭୂମିସ୍ପର୍ଶ, ଅନ୍ୟ ଜଗତର ସକାଳ, କେହି ଜଣେ ବିଶାଖା, ଆମ ସାହିତ୍ୟରେ ଶ୍ରୀରାଧା ବିଳାସ, ପ୍ରଥମ ଆଲୋକ, ଏକତ୍ର ସୂର୍ଯ୍ୟଚନ୍ଦ୍ର ଆଦି ଅନ୍ୟତମ । ମୋଟ ୪୦ ଟି… - [ଅଟକିଗଲା କଲମ ... ଅଫେରା ରାଇଜରେ କବି ରାଜେନ୍ଦ୍ର କିଶୋର ପଣ୍ଡା](https://odishasahitya.com/the-pen-stopped-poet-rajendra-kishore-panda-on-offera-rise/): ଭୁବନେଶ୍ୱର : ଓଡ଼ିଶାର ବିଶିଷ୍ଟ କବି, ଔପନାସିକ ତଥା ପୂର୍ବତନ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି । ପ୍ରତିଥଯଶା ଓଡ଼ିଆ କବି ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ଵର ସ୍ଥିତ ତାଙ୍କ ବାସଭବନରେ ଦେହ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ତାଙ୍କ ଅନ୍ତିମ ସମୟରେ ଦୁଇ ଝିଅ, ଜ୍ଵାଇଁ, ନାତି ଉପସ୍ଥିତ ଥିଲେ । ପୂର୍ବରୁ କବି ରାଜେନ୍ଦ୍ରଙ୍କ ଶରୀର ଦାନ ହୋଇଥିବାରୁ ପରିବାର ଲୋକେ ତାଙ୍କ ମରଶରୀରକୁ ଏମ୍ସକୁ ହସ୍ତାନ୍ତର କରିଛନ୍ତି । ତାଙ୍କ ବିୟୋଗରେ ସାରା ସାହିତ୍ୟ ଜଗତ ସହିତ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ସୂଚନାଥାଉ ଯେ ଗତ ମାସରେ ଅସୁସ୍ଥତା କାରଣରୁ ସେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଗତ ପାଞ୍ଚ ତାରିଖ ଦିନ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଅତ୍ୟଧିକ ଦୁର୍ବଳ ଓ ନିଷ୍କ୍ରିୟ ହୋଇପଡ଼ିଥିଲେ… - [ଚିତ୍ର ଚରିତ୍ର](https://odishasahitya.com/art-and-character/): ବସନ୍ତ ବେହେରା ମୁଁ ଗୋଟିଏ ଚିତ୍ର ଆଙ୍କୁଚି – ଅନ୍ଧାରରନିଃସଙ୍ଗତାର ତୂଳୀରେବିଷାଦର ରଙ୍ଗ ଗୋଳେଇଦୁଃଖର କ୍ୟାନଭାସ୍ ଉପରେ ଅନ୍ଧାର ବଡ଼ ସୁନ୍ଦର ଲାଗୁଛିତାର ପ୍ରସ୍ତପ୍ରସ୍ତ ପ୍ରଲମ୍ବିତ ଛାଇକୃଷ୍ଣ ଅଜଗର ପରି ଗୁଡ଼େଇ ରଖିଛିଝର୍କା ସେପଟୁ ପଶି ଆସିଥବା ଗୋଟେ ଛିନ୍ନପ୍ରାୟଆଲୁଅର ବାର୍ହା ଛୁଆକୁବାର୍ହା ଛୁଆଟି ବିକଳରେ ବୋବାଳି ଛାଡୁଛିପ୍ରଚ୍ଛଦପଟରେ ନିରଙ୍କୁଶ ନିଦରେଘୁଙ୍ଗୁଡ଼ି ମାରୁଛି ରାତିର ନିର୍ଦୟ ଅରଣ୍ୟ ଅନ୍ଧାର ଯେତିକି ସୁନ୍ଦର ହେଉଛିସେତିକି ସତ୍ୟ ଲାଗୁଛି ପୃଥିବୀଚିତ୍ରର ମଝି ମଝିରେ ବିକାରଗ୍ରସ୍ତ ଆକାଂକ୍ଷାଗୁଡ଼ିକନଗ୍ନ, ବିକଳ ଦେଖାଯାଉଛନ୍ତିମୁଁ ଚିତ୍ର ଆଙ୍କିଚାଲିଛି … । ଚିତ୍ରପଟର ଅନତି ଦୂରରେବିଛେଇ ପଡ଼ିଛି ସ୍ୱର୍ଣ୍ଣିମ ସୂର୍ଯ୍ୟାଲୋକପ୍ରାନ୍ତର ସାରା ଚିତ୍ରିତ ରୌଦ୍ରଛାୟାସେ ଛାୟାଲୋକର ଆକର୍ଷଣରେ ଏକ ତୃଷାର୍ତ୍ତ ହରିଣଶ୍ୟାମଳ ଅନ୍ଧାର ଛାଡ଼ି ଦୌଡୁଛି ଯେ ଦୌଡୁଛି । ମୁଁ ଚିତ୍ର ଆଙ୍କିଚାଲିଛିଆହୁରି ଗାଢ଼ କରି ରଙ୍ଗଆହୁରି ସୂକ୍ଷ୍ମ କରି ତୂଳୀନିରନ୍ଧ୍ର ଅନ୍ଧାରର ଅଜଗରଟିଆଲୁଅର ବାର୍ହା ଛୁଆଟିକୁ ଗିଳିବ ଗିଳିବ ହେଉଛି । ଅନ୍ଧାର ଯେତେ ବହଳ ହେଉଛିଆଲୁଅ ସେତେ… - [ଭାତ, ବହଳ ଡାଲି ଓ ଆଳୁ ଭର୍ତ୍ତା](https://odishasahitya.com/rice-pulse-and-potato-bharta/): ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଯୁକ୍ତ ତିନିରେ ବଟାନି ଅନର୍ସ କ୍ଲାସ ସମୟରେ ଲାଗେ, ବିରାଟ ସେ କଲେଜର ପୁରୁଣା ଝରକା ସେପାଖରୁ ବହଳିଆ ବରଗଛ ଯେମିତି ଡାକୁଛି । ତାରି ବଡ଼ବଡ଼ ଡାଳ, ଡାଳ ଉପରେ ବିସ୍ତୃତ ପତ୍ର ଗହଳ, ଗଛ ଅଣ୍ଟାରେ ଲମ୍ବା ଶିଆଳି ପଇତା । ସେ ଝରକା ବାଟେ ବହଳ ଗଛ ଆନମନା କରି ଦେଉଥିଲା ଚିରକାଳ । ଦେବକୀ ମ୍ୟାଡାମ ଜେନେଟିକ୍ସ କ୍ଲାସ ନେଉଥିଲେ । ଗୋରା ଡେଙ୍ଗା ମଣିଷ, ଆଖିରେ ଗୋଲ ଚଷମା, ମୁହଁରେ ଦୀପ୍ତି । ଗୋଟେ ହାତରେ ଚକ୍ ଓ ଅନ୍ୟ ହାତରେ ଫର୍ଦ୍ଦେ କାଗଜ – ସେ ପଢ଼େଇ ଚାଲନ୍ତି ତ କ୍ଲାସ ସରେନି । ସଞ୍ଜ ନଇଁ ଆସେ, ମ୍ୟାଡାମଙ୍କ କ୍ଲାସ ସରେନି । ପଢ଼େଇବାର, ପଢ଼େଇବା ବେଳେ ଶୃଙ୍ଖଳା ରଖି ପାଠରେ ହିଁ ବାନ୍ଧି ରଖିବାର ଅପୂର୍ବ କଳା ତାଙ୍କୁ ହିଁ ଜଣାଥିଲା । ଦିନ… - [ବୋଲଗଡ଼ 'ସମ୍ବାଦ ସାହିତ୍ୟଘର'ର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ](https://odishasahitya.com/11th-annual-celebration-of-bolgarh-sambad-sahitya-ghar-held/): ଭୁବନେଶ୍ଵର : ବୋଲଗଡ଼ ‘ସମ୍ବାଦ ସାହିତ୍ୟଘର’ର ଏକାଦଶ ବାର୍ଷିକ ଉତ୍ସବ ରବିବାର ଦିନ ସ୍ଥାନୀୟ ନନ୍ଦିଘୋଷ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୋଲଗଡ଼ ‘ସମ୍ବାଦ ସାହିତ୍ୟଘର’ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବର ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ସମାଜରେ ବିଭିନ୍ନତା ମଧ୍ୟରେ ଭାଗ ଭାଗ ହେଉଥିବା ସମସ୍ତଙ୍କୁ ସାହିତ୍ୟ ଏକାଠି କରି ଯୋଡ଼ିଥାଏ । ସର୍ବକାଳୀନ ସମୂହ ହିତ ପାଇଁ ସାହିତ୍ୟ ଆହ୍ଵାନ ଦିଏ । ଓଡ଼ିଶାରେ ସବୁ ଘର ସାହିତ୍ୟଘର ହୋଇଯିବା ପାଇଁ ଏହା ଏକ ସଫଳ ପରିକଳ୍ପନା । ଓଡ଼ିଶାର ଭାଷାସାହିତ୍ୟ, ସଂସ୍କୃତି ଜଗତର ହିତ ଉଦ୍ଦେଶ୍ୟରେ ‘ସମ୍ବାଦ ସାହିତ୍ୟଘର’ର ୩୭୨ ଟି ଶାଖାରେ ହଜାର ହଜାର ସଂଖ୍ୟାରେ କବି, କବୟତ୍ରୀ, ସାହିତ୍ୟିକ ଓ ଭାଷାପ୍ରେମୀ ସାହିତ୍ୟ ମାଧ୍ୟମରେ ଯୋଡ଼ି ହୋଇ ପାରିଛନ୍ତି… - [ଚାରିରେ ପାଞ୍ଚ](https://odishasahitya.com/chari-re-pancha/): ସତ୍ୟନାରାୟଣ ଗନ୍ତାୟତ ନା, ନା ଜମା କହନୁନି “ଇଏ ଅଇଲା ଆମକୁ ଅଙ୍କ ପଢାଇବାକୁ !” ବୋଲି । କାରଣ ଆଉ ଆଉ ଅନେକଙ୍କ ପରି ଆମକୁ ବି ଆମ ପଢାରମ୍ଭ ବେଳେ ଐକିକ ଧାରା, ସାଙ୍କେତିକ ଧାରା ଓ ସୁଧକଷାଦି ସମେତ ଯାବତ ଅଙ୍କଙ୍କ ଆଗରେ ଯେତେ “ସରଳ” ବୋଲି ଲେଖା ଯାଇଥିବା ସତ୍ତ୍ୱେ ସେସବୁ ଜଟିଳ ହିଁ ଲାଗୁଥିଲା । ତେବେ ଆମ ବେଳର ସାର୍ ମାନେ ଏଡ଼େ ଘାଏଁ କିମିଆ ଜାଣିଥିଲେ ଯେ ସେସବୁ ଜଟିଳ ଅଙ୍କଙ୍କୁ ସରଳ ତରଳ କରତଃ ବଡ଼ କାଇଦାରେ କଷିବା ନାଁରେ ଆମ ଦ୍ୱାରା ନିୟମିତ ଅଭ୍ୟାସ କରାଇ ଏକରକମ ଗୋଳାଇ ପିଆଇ ଆମ ମଗଜରେ ମିଳାଇ ଦେଉଥିଲେ । ଫଳତଃ ଆମେ ନିହାତି ଶହେରୁ ଶହେ ଆଣି ସେଇ ସଂଖ୍ୟା ନ୍ୟୂନ ଅଉଲ ନମ୍ବରିଆ ଛାତ୍ରଙ୍କ ପ୍ରାୟେ ହୋଇ ପାରିନଥିଲେ ହେଁ ସଚରାଚର ଆତଙ୍କ ସୃଷ୍ଟିକାରୀ ଏହି ଅଙ୍କ ବିଷୟଟିରେ… - [ଧନ୍ୟବାଦ ଭଗବାନ](https://odishasahitya.com/thank-u-god/): ଶିବାଶିଷ ପାଢ଼ୀ ସାମାନ୍ୟ ଅସୁସ୍ଥ ଥିଲା ଦେହ । ବାପା ନିଜେ ଯାଇଥିଲେ ସରକାରୀ ଡାକ୍ତରଖାନା । ଆଶାନୁରୂପ ଭାବେ କିଛି ସାଧାରଣ ଔଷଧ ଦେଇ ସିଧା ବଡ଼ ଡାକ୍ତରଖାନାକୁ ରେଫର୍ କରିଦେଇଥିଲେ ଡାକ୍ତର । ଏମିତି ଅନେକଥର ହୁଏ । ଥରେଥରେ ଭଲ ହୋଇଯାଆନ୍ତି ବାପା ତ କେବେକେବେ ବାହାରକୁ ନେବାକୁ ପଡ଼େ । ଅନେକଗୁଡ଼ିଏ ପରୀକ୍ଷା ପାଇଁ ଲେଖି ଦେଇଥିଲେ ଡାକ୍ତର । କଥାଟିକୁ ହାଲୁକା ଭାବେ ନେଇଥିଲୁ ଆମେ । କିନ୍ତୁ ସେ ସାମାନ୍ୟ ଅବହେଳା ହିଁ କାଳ ହୋଇଥିଲା । ଦିନକ ଭିତରେ ଗୁରୁତର ହୋଇଯାଇଥିଲେ ବାପା । ଆମେ ସିଧା ଚାଲି ଆସିଥିଲୁ ବଡ଼ ଡାକ୍ତରଖାନାକୁ । ପଡ଼ୋଶୀ ଅନିତା ମାଉସୀଙ୍କ ଦାୟିତ୍ୱରେ ଛୋଟ ଝିଅକୁ ଛାଡ଼ି ମାଆ, ଶ୍ରୀୟା ଓ ମୁଁ । ବିଗିଡ଼ି ଯାଉଥିଲା ବାପାଙ୍କ ଅବସ୍ଥା । ବିଭିନ୍ନ ପରୀକ୍ଷା କରାଯାଉଥିଲା । ବାରମ୍ବାର ଡାକ୍ତରଙ୍କ ପାଖକୁ ଯିବାକୁ ପଡୁଥିଲା… - [ଶ୍ରୀ ତମ୍ବାପଟ୍ଟା ରଘୁନାଥ ସାହିତ୍ୟ ସଂସ୍କୃତି କଳା ସଂସଦର ରାଜ୍ୟସ୍ତରୀୟ ସାରସ୍ଵତ ମହୋତ୍ସବ ଅନୁଷ୍ଠିତ](https://odishasahitya.com/state-level-saraswat-mahotsav-of-sri-tambapatta-raghunath-sahitya-sanskriti-kala-sansad-is-being-held/): ଭୁବନେଶ୍ଵର : ଶ୍ରୀ ତମ୍ବାପଟ୍ଟା ରଘୁନାଥ ସାହିତ୍ୟ ସଂସ୍କୃତି କଳା ସଂସଦର ଦ୍ୱିତୀୟ ରାଜ୍ୟସ୍ତରୀୟ ସାରସ୍ଵତ ମହୋତ୍ସବ ଜିଲ୍ଲା ଲେଖକ ସଂସଦ ସଭାକକ୍ଷରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ପର୍ଯ୍ୟାୟରେ ଶ୍ରୀମତୀ ନିର୍ମଳା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୯ଘଟିକା ୩୦ମି ସମୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ପୁଷ୍ପାଞ୍ଜଳି ରାଉତ ଜ୍ୟୋତିର୍ମୟ ନାଥ, ସରୋଜିନୀ ବେହେରା, ଲଳିତ ମୋହନ ବେହେରା, ବିକାଶ ରଥ, ଗୋକୁଳ ଚନ୍ଦ୍ର ପଣ୍ଡା, ବଂଶୀଧର ସାହୁ, କିଶୋର ଚନ୍ଦ୍ର ସାହୁ, ସୁରେଶ କୁମାର ପଣ୍ଡା, ରାମଚନ୍ଦ୍ର ଦାଶ ଆଦି ସେ କବିତା ପାଠୋତ୍ସବରେ ମୁଖ୍ୟ ଭୂମିକା ତୁଲାଇଥିଲେ । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ ସଂସଦର ଉପସଭାପତି ବସନ୍ତ କୁମାର ପାଣି । ସଭାସାଙ୍ଗ କରିଥିଲେ କୋଷାଧ୍ୟକ୍ଷ ହେମନ୍ତ କୁମାର ପଣ୍ଡା । ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମରେ ଉଦଘାଟକ ଶ୍ରୀଯୁକ୍ତ ବିଭୁତିଭୂଷଣ ପ୍ରଧାନ, ବିଶିଷ୍ଟ ଅତିଥି ପ୍ରସନ୍ନ କୁମାର… - [ସାରୁ, ବାଇଗଣ, ଆଳୁ ପରିବା](https://odishasahitya.com/saaru-baigana-aalu-pariba/): ସତ୍ୟନାରାୟଣ ଗନ୍ତାୟତ ସବୁ ପତ୍ରରେ କିଛି ନା କିଛି ଔଷଧୀୟ ଗୁଣ ରହିଥାଏ ବୋଲି ପିଲାଦିନେ ପଢିଥିବା ପାଠ ବହିରେ ଠାଏ ଲେଖା ହୋଇଥିଲା । ପରେ ଆମ ଖାଇବାରେ ଧନିଆ, ପୋଦିନା, ଭ୍ରୁସଙ୍ଗ ଓ ତେଜପତ୍ର ଭଳି କତିପୟ ପତ୍ରଙ୍କ ବ୍ୟାପକ ବ୍ୟବହାରରୁ ଜାଣିଲୁ ଯେ ଔଷଧୀୟ ଗୁଣ ସହ ସତରେ ଏ ପତ୍ରମାନେ ଭାରି ରୋଚକ ବି ! ଆମର ବିଶ୍ୱାସ, ପତ୍ରମାନଙ୍କର ଏହି ଗୁଣବତ୍ତା ପତ୍ରରେ ଭରା ବିଭିନ୍ନ ଶାଗରେ ବି ଭରି ରହିଥାଏ ବୋଲି ଆମ ବୋଉମାନେ ଶାଗ ଖାଇବାକୁ ବରାବର କହି ଆସୁଛନ୍ତି୍ । ସେମାନଙ୍କ ଏଭଳି ଭଲ କଥା ଆମକୁ ଗନ୍ଧେଇବାରୁ ହିଁ ସମ୍ଭବତଃ ଏବେ ସେଇ ଏକା କଥା ଡାକ୍ତର ଓ ଡାଏଟିସିଆନମାନଙ୍କୁ ଉପଯୁକ୍ତ ଫିସ୍ ଦେଇ ପରାମର୍ଶ ମାଧ୍ୟମରେ ପ୍ରାପ୍ତ ହେଉଅଛି । ଯେବେ ପତ୍ର ଓ ଶାଗ ଆମ ଦିହପା’ ପାଇଁ ଏତେ ହିତକାରୀ, ବିଭିନ୍ନ ପନିପରିବା ଆମ… - [ମାଆ ! ଥରେ ଆସ !](https://odishasahitya.com/maa-once-come/): ମଞ୍ଜୁଳା ପ୍ରଧାନ ଆସ ମାଆ ଅମ୍ବିକେ ଜଗଦମ୍ବା ତୁମେଛାଡ଼ି ସରଗପୁର,ଦେଖିଯାଅ ଥରେ ଏ ମର୍ତ୍ତ୍ୟ ଭୂମିରେକେତେ ଯେ ମହିଷାସୁର,ତୁମେ ସିନା ବଧ କରିଥିଲ ସତ୍ୟେମହିଷାସୁର ଗୋଟିଏ,ଆଜି କିନ୍ତୁ ଏଠି ଦଳଦଳ ହୁଅନ୍ତିମହିଷାସୁର କୋଟିଏ । ଅସୁରକ୍ଷିତ ଏ ନାରୀର ସମାଜକାମୁକର କମାଗ୍ନିରେ,ଲୋକ ଲଜ୍ୟାରେ ଆଜିର ଯୁବତୀଆତ୍ମହତ୍ୟା କରି ମରେ । ନିରବେ କାନ୍ଦଇ ଅନୂଢା ବାଳିକାନୟନୁ ନିଗାଡ଼ି ଲୁହ,ସତୀର ସତୀତ୍ଵ ଆଜି ବେସହରାକା’ ଆଗେ କହିବ କୁହ । ଧର୍ମ ମୁଖା ପିନ୍ଧି ଅଧର୍ମ କରନ୍ତିସମସ୍ତେ ତ ସଇତାନ,ଲୋକ ଦେଖାଣିଆ ବାହାବା ନିଅନ୍ତିଦିଅନ୍ତି ମିଛ ସ୍ଳୋଗାନ । ଆସ ଦଶଭୁଜା ଦିଅ ବାରେ ସଜ୍ଜାଏ ରକ୍ଷକୂଳ ଜାତିକୁ,ନହେଉ କୁକର୍ମ ସଂସ୍ଥାପିଣ ଧର୍ମଦୂରକର ଏ ଭିତ୍ତିକୁ । କାଠିକୁଟାର ଏ ରାବଣ ଦହନେକୁହ ମାତା କେଉଁ ଲାଭ,ଜୀବନ୍ତ ରାବଣ ଦହନେ ସମାଜପାଆନ୍ତା ପୂର୍ବ ଗୌରବ । ସି. ଡି.ଏ., କଟକ ଲେଖକ ପରିଚୟ କଲେଜ ଜୀବନରୁ ଲେଖାଲେଖି ପ୍ରତି ମୋର ରୁଚି ରହିଅଛି… - ['ଝୁମୁକା'ର ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ](https://odishasahitya.com/jhumukas-sharadhya-expert-reveals/): ଭୁବନେଶ୍ଵର : ଶିଶୁ ସାହିତ୍ୟକୁ ବଞ୍ଚାଇବାକୁ ଶିଶୁ ଓ କିଶୋର ପାଠକଙ୍କ ମନରେ ପୁସ୍ତକ ପଢିବାର ଆଗ୍ରହ ସୃଷ୍ଟି ହେବା ଦରକାର । ପତ୍ରିକାଗୁଡ଼ିକରେ ଉପଯୁକ୍ତ ବିଷୟବସ୍ତୁ ସ୍ଥାନିତ ହେଲେ ପିଲାଙ୍କ ମନରେ ପଢିବାର ଆଗ୍ରହ ବଢିବ । ଏଣୁ ଶିଶୁ ସାହିତ୍ୟିକମାନଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ହେବ । ସେହିଭଳି ବିଷୟବସ୍ତୁ ଚୟନ ବେଳେ ଶିଶୁ ସାହିତ୍ୟ ପତ୍ରିକାଗୁଡ଼ିକୁ ସଚେତନ ହେବାକୁ ପଡିବ । ଶିଶୁ କିଶୋର ତ୍ରୈମାସିକ ‘ଝୁମୁକା’ର ଶାରଦୀୟ ବିଶେଷାଙ୍କ ଉନ୍ମୋଚନ ଅବସରରେ ଅତିଥିମାନେ ଏଭଳି କହିଛନ୍ତି । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ମନୋରଞ୍ଜନଧର୍ମୀ ଲେଖା ସହିତ ରଙ୍ଗୀନ ପୃଷ୍ଠାରେ ବିଷୟବସ୍ତୁ ପ୍ରକାଶ ପାଇଲେ, ଶିଶୁ ପତ୍ରିକାଗୁଡ଼ିକ ଆଦୃତି ଲାଭ କରିପାରିବ । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ପିଲାମାନଙ୍କୁ ଶିଶୁ ସାହିତ୍ୟ ପଢିବା ଲାଗି ଅଭିଭାବକମାନେ ସେମାନନଙ୍କ ମନରେ ଆଗ୍ରହ ବଢାଇବା… - [ହଙ୍ଗେରୀ ଲେଖକ ଲାସଲୋ କ୍ରାସ୍ନାହୋରକାଇ ଜିତିଛନ୍ତି ସାହିତ୍ୟରେ ନୋବେଲ](https://odishasahitya.com/hungarian-author-laszlo-krasznahorkai-wins-nobel-literature-prize/): ଭୁବନେଶ୍ୱର : ହଙ୍ଗେରୀର ପ୍ରଖ୍ୟାତ ଔପନାସିକ ଲାସଲୋ କ୍ରାସ୍ନାହୋରକାଇ ସାହିତ୍ୟରେ ୨୦୨୫ ମସିହାର ନୋବେଲ ପୁରସ୍କାର ଜିତିଛନ୍ତି । ମୂଲ୍ୟବୋଧ ଯୁକ୍ତ କାଳଜୟୀ ସାହିତ୍ୟ କୃତି ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିବା ନେଇ ସୂଚନା ମିଳିଛି । ୧୯୫୪ ମସିହାରେ ହଙ୍ଗେରୀର ଗ୍ୟୁଲାରେ ଜନ୍ମଗ୍ରହଣ କରିଥିବା କ୍ରାସ୍ନାହୋରକାଇ ଯୁଦ୍ଧ ପରବର୍ତ୍ତୀ ୟୁରୋପର ଦୟନୀୟ ଅବସ୍ଥା ଓ ରାଜନୀତି ଅବକ୍ଷୟ ଭିତରେ ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଉପନ୍ୟାସ ‘ସାଟାନଟାଙ୍ଗୋ’ (୧୯୮୫ ରେ ପ୍ରକାଶିତ ଉପନ୍ୟାସ) ପାଠକମାନଙ୍କୁ ଏକ ଭିନ୍ନ ରଚନାଶୈଳୀ ସହିତ ପରିଚିତ କରାଇଥିଲା । ପରବର୍ତ୍ତୀ ସମୟରେ ଏହା ବେଲା ଟାରଙ୍କ ଦ୍ଵାରା ସାତ ଘଣ୍ଟାର ଚଳଚ୍ଚିତ୍ରରେ ରୂପାନ୍ତରିତ ହୋଇଥିବା ଏକ ସାଂସ୍କୃତିକ ମାଷ୍ଟରପିସ ହୋଇଗଲା । ୧୯୮୯ରେ ପ୍ରକାଶିତ ଉପନ୍ୟାସ ‘ଦି ମେଲାନକୋଲି ଅଫ୍ ରେଜିଷ୍ଟାନ୍ସ’କୁ ପ୍ରାୟତଃ କ୍ରାସ୍ନାହୋରକାଇଙ୍କ ଶ୍ରେଷ୍ଠ କୃତି ଭାବରେ ଦେଖାଯାଏ । ତାଙ୍କ ଲେଖାଗୁଡ଼ିକ ଅବିସ୍ମରଣୀୟ, ଏକ… - [ବର୍ଷା](https://odishasahitya.com/rain-2/): ରାମକୃଷ୍ଣ ହୁଗୁଳା ହାତ ମୁଠାରୁଲଗାମ ଖସି ଯାଉଥିବାବେଳେଫେରି ଆସିଲେ ପୁନର୍ବାର ସମସ୍ତେ,ପାଦ ଶବ୍ଦରେ ଭରିଗଲା ଘର ଓ ଅଗଣା । ବାଘର ବନ୍ଦ ପାଟି ଚିରିଠେକୁଆମାନେ ଜନ୍ମ ନେଲେକଳାହାଣ୍ଡିଆ ମେଘ ମୁଣ୍ଡ ଟେକିଲା ଆଗ୍ନେୟଗିରିର ଗର୍ଭରୁଚାଟଶାଳୀରୁ ଚଉଠି ରାତି ଯାଏଲମ୍ବିଥିବା ଶବ୍ଦର ପଟୁଆର୍ଧନ, ଜନ, ଗୋପ, ଲକ୍ଷ୍ମୀଲେଉଟି ଆସିଲେ ସମସ୍ତେଦରବାରରେ ସୁରକ୍ଷିତନିଜ ନିଜର ନିର୍ଦ୍ଧାରିତ ସ୍ଥାନକୁ । ଧଳା ଉତ୍ତରୀୟରେ ବନ୍ଧାବ୍ୟାକୁଳ ସ୍ଵପ୍ନମାନେ ଫେରି ଆସିଲେଉଜାଣି ପବନରେକାଦୁଅର ଗନ୍ଧରେ ଡେଇଁଲା ନାକପୁଡ଼ା କପାଳରେ ଫୁଟିଲା ଝାଳଆଖ ବୁଜି ହୋଇଗଲା । ନିଶ୍ଵାସର ମହ୍ଲାରରେରକ୍ତର ନିଆଁରେ ଓଦା ହେଲା ଓଠଶବାଧାରରୁ ହୁଗୁଳା ହାତ ମୁଠାରେଲଗାମ୍ ଭିଡ଼ିଲିବର୍ଷା, ବିଜୁଳି, ଘଡ଼ଘଡ଼ି ଖଳଖଳ ଜଳ ଋତୁସ୍ରାବମଦ ଓ ଆମିଶ ଗନ୍ଧରେଉତ୍ସବ ମୁଖର ହେଲାମରୁଡି ବିଧ୍ଵସ୍ତ ଗୋଟେ ଗାଁ । କୁଦୋପାଲି, ବରଗଡ଼ ଲେଖକ ପରିଚୟ ଏଯାବତ ୯ ଖଣ୍ଡ କବିତା ସଂକଳନ ପ୍ରକାଶିତ ହୋଇସାରିଥିବାବେଳେ ୧୦ମ କବିତା ସଂକଳନ ‘ଅଛି’ ପ୍ରକାଶନ ଅପେକ୍ଷାରେ । ଦୁଇଟି… - [କମ୍ କିଣ !](https://odishasahitya.com/less-purchase/): ସତ୍ୟନାରାୟଣ ଗନ୍ତାୟତ ‘କମ୍ କିଣ’ କଥାଟି ଶୁଣିବା ମାତ୍ରେ ଆମ ମନ ଆଇନାରେ ନାଚି ଯାଉଛି ରେଳ ଯାତ୍ରାବେଳେ ରେଳ ଷ୍ଟେସନରେ ପ୍ରାୟତଃ ପରିଦୃଷ୍ଟ “କମ୍ ଜିନିଷ : ଯାତ୍ରା ସହଜ” ଶୀର୍ଷକ ଫଳକଟି ! ଜାଣିଥିବେ ତ ! ଆମ ମଥାରେ ବେଳେବେଳେ ଏମିତି କିଛି କଥା ଅଚାନକ ପ୍ରବେଶି କେମିତି ଆମକୁ ଚିନ୍ତନାର୍ଥେ ଖୁବ୍ ପ୍ରଚୋଦିତ କରିଥାନ୍ତି । ତ’ ଏନେଇ ବି ସେମିତି ନିମିଷେ ରଗଡ଼ାରଗଡ଼ି ବୋଲେ ତୋ, ମାନସ ମନ୍ଥନ କରିବାକୁ ବାଧ୍ୟ ହେଲୁ । ଏଥର ଆମର ମନେହେଲା ଯେ ଏ ସଂସାରଟା ସତରେ ଯା’ଆସ ପାଇଁ ଏକ ଲକ୍ଷ୍ୟସ୍ଥଳ । ଏଠାକୁ ଆସିବା ଓ ଏଠୁ ଯିବା ଭିତରେ ଆମେ ଯେତିକି ସମୟ ଏଠି ବିତାଇ ଥାଉ ତାହା ହିଁ ଜୀବନ, ବାରାନ୍ତରେ ଜୀବନ ଏକ ଯାତ୍ରା ! ଏହି ଯାତ୍ରା ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏଠାକୁ ଆସିବାବେଳେ ଜଣେ କିଛି… - [ଆମେ ଆଧୁନିକ ?](https://odishasahitya.com/are-we-modern/): ସତ୍ୟନାରାୟଣ ଗନ୍ତାୟତ ହଁ , ଏମିତିରେ ହଁ ନବୋଇଲେ ତ ନିସ୍ତାର ନାହିଁ ! ତେବେ ଏନେଇ ସେତେବେଳେ ଧନ୍ଦି ହୋଇଥାଉ ଯେବେ “ଆମ ବାପାଙ୍କ ବାପାଙ୍କ ବାପାଙ୍କ ବାପା…ଥିଲେ ଜଣେ ମାଙ୍କଡ଼” ଗୀତାଂଶଟି କେଜାଣି କେମିତି ଆମ ମଗଜ ଭିତରେ ଅଚାନକ ପଶି ଘାଣ୍ଟ ଚକଟ ସୁରୁ କରିଦିଏ । ଏମିତି ଉପରେ ଉପରେ ଗଲେ ଲାଗିବ ଯଦି ଆମ ପୂର୍ବ ବଂଶଜ ମାଙ୍କଡ଼ ଥିଲେ ଓ ଆମେ ସେ ରୂପରୁ ବିବର୍ତ୍ତିତ ହୋଇହୋଇ ଏବର ଏ ମଣିଷ ବୋଲାଉଥାଇଁ, ତେବେ ତ ଆମେ ଆଧୁନିକ ବୋଲାଇବା ନିଶ୍ଚେ ବଡ଼ ସହଜିଆ । ହେଲେ କଥାଟା ଏତେ ସହଜିଆ ନୁହଁଇ । କାରଣ ଏନେଇ ଯାବତ ଗଡ଼ବଡ଼ ଉପୁଜାଉଛି ତଥାପି ଆମ ସହ ସମତାଳରେ ଏଠି ମହଜୁଦ ରହି ଆପଣାକୁ ଶାଖାମୃଗ ବୋଲାଇ ଡାଳରୁ ଡାଳକୁ ଡେଇଁ ବୁଲୁଥିବା ଖୋଦ୍ ସେଇ ମାଙ୍କଡ ! ଏହା ଶୁଣି ଆପଣ ବି… - [ଜଗତ ଜନନୀଙ୍କ ଆଗମନ](https://odishasahitya.com/jagat-janani-aagaman/): ଅରୁଣ କୁମାର ମିତ୍ର ଜଗତ ଜନନୀ ଆସିଲେଣି ଆମ ଗୃହେସାଜସଜ୍ଜାରେ ପୁର ଓ ପଲ୍ଲୀ ବାସୀମାଆଙ୍କ ଆଶିଷ ଝରଇ ପରମ ସ୍ନେହେସବା ଅନ୍ତରେ ଗଦଗଦ ଭାବ ଖୁସି । ଝରଇ ବରଷା ସକାଳରୁ କ୍ଷଣେକ୍ଷଣେନଈ କୂଳେ ଭରା କାଶତଣ୍ଡୀର ବଣପ୍ରେୟସୀ ମୋହର ନିଦାରୁଣ ଅଭିମାନେବାହାରି ପାରୁନି ଭାରାକ୍ରାନ୍ତ ମନ । କାହିଁକି କେଜାଣି ବୃଷ୍ଟିର ନାହିଁ ଇତିକଳାକଳା ଘନ ବରଷଇ ଦିନ ସାରାଶ୍ଵେତ ଶୁଭ୍ର ଶରତ ମେଘର ପ୍ରୀତିମନ ଜ୍ୟୋତ୍ସ୍ନାରେ ସୁରଭି ଶିଉଳି ମେଳା । କର୍ଦମାକ୍ତ ବାଟ ଘାଟ ଗଳିକନ୍ଦିମୃଣ୍ମୟୀ ମାର ମୂରତି ଗମ୍ଭୀର କାୟାଆଗମନୀ ସୁର ଚିତ୍ତେ ଗଲାଣି ଛନ୍ଦିବାଜିଲା ବାଦ୍ୟ ଦଶଭୁଜା ମହାମାୟା । ବାଳକବାଳିକା ଯୁବକଯୁବତୀ ମାନେନୂତନ ବସ୍ତ୍ର ଅଙ୍ଗରେ ପରିଧାନଶରତ ସନ୍ଧ୍ୟା ଆଜି ପୁଲକିତ ମନେକରନ୍ତି ଦେବୀର ଶ୍ରୀଚରଣ ଦର୍ଶନ । ଦେବୀ ମାଆ ଦୂର୍ଗା ଅସୁର ଦଳନୀ ଆଜିମରତେ ଆଗତ ପରିବାର ତାଙ୍କ ସାଥେରଣଂଦେହୀ ଯେ ଆସିଛି ଶତ୍ରୁ ଖୋଜିନାଶ କରିଦିଅ ଦୈତ୍ୟ… - [ଦାସତ୍ୱ](https://odishasahitya.com/slavery/): ବିନୟ ମହାପାତ୍ର ମନକୁ ବୁଝାଇଦେଲି,ଏ ପଞ୍ଜୁରୀ ତୋ ପାଇଁସବୁଠାରୁ ନିରାପଦ ।ଏଠି ନାହିଁ ବାହାରର ହେମାଳ ପବନଅବା ବୈଶାଖର ଦେହଜଳା ଖରା,ନା ଅଛି ଆଷାଢ଼ର ବଜ୍ର ବିଜୁଳି ଅବାଶ୍ରାବଣର ଅବିରତ ଧାରା । ଏଠି କେବଳ ଶାନ୍ତି ଆଉ ଶାନ୍ତି,ନିରାପଦ ଅଭୟ ଚାନ୍ଦୁଆ,ଆତ୍ମାର ଗଳା ଚିପିନିଜ ଅସ୍ମିତାର ସମର୍ପଣ କରିଦେଲେତୋ ପାଇଁ ରାଜଭୋଗ ଥୁଆ । ମନ ମୋର ବୁଝିଗଲାସୁନା ପିଲାଟିଏ ପରି,ପଞ୍ଜୁରୀ ଭିତରେ ଥାଇବିନା ମାଗେ ଦାନା ଖାଇବାରମଜା ଜାଣିଗଲା,ବସି ଖାଇ, ଶୋଇ ଦିନ କାଟୁଥିଲା । ହେଲେ, ତଥାପି ପାରୁନି ଭୁଲି,ବାହାରର ସେଇ,ଶାନ୍ତ ସୁନୀଳ ଆକାଶ,ସୂର୍ଯ୍ୟର ନିର୍ମଳ ପ୍ରକାଶ,ଶସ୍ୟଶ୍ୟାମଳା ବିସ୍ତୀର୍ଣ୍ଣ ପ୍ରାନ୍ତରସତେ କେତେ ମନେ ପଡୁଥିଲା । ପଞ୍ଜୁରୀ ବାହାରେ ଜୀବନନିସ୍ୱତାରେ ଭରି ରହିଥିଲା,ଖାଇବାକୁ ଦାନା ନାହିଁନିଜର ସାମର୍ଥ୍ୟ ବଳେଦାନା ପାଇବାର ସାଧନ ବି ନାହିଁ,ଉଡ଼ିବାର ସାମର୍ଥ୍ୟ ଥାଇ ବିସେ ଅଥର୍ବ ପାଲଟିଗଲା,ଦାନା ଲୋଭେ,ସତ୍ତାଲୋଭୀ ଶାସକର,ଚାଟୁକାର ହୋଇଗଲା । ତଥାପି, ସ୍ଵାଭିମାନୀ ମନ ଚାହେଁସୁନାର ପଞ୍ଜୁରୀ ଭାଙ୍ଗି,ଦିଗବଳୟର ଏ… - [ମନ ଏକ ଉଡ଼ା ଚଢ଼େଇ](https://odishasahitya.com/mana-eka-uda-chadhei/): ଡମ୍ୱରୁଧର ବେହେରା ପର ଝାଡ଼ି ଉଡ଼ିବୁଲେଭୂମିରୁ ଭୂମାକୁସୁର୍ଯ୍ୟ ଆଲୋକରେମେଘର ମହ୍ଲାରରେପାଖରେ ହେଉ କି ଦୂରରେ,ପ୍ରତ୍ୟେକ ସ୍ଥାନରେମନ, ପ୍ରାଣ ଓ ହୃଦୟରେ …..! ତଥାପି, ମୁଁ ଦ୍ରଷ୍ଟାଟିଏଦେଖୁଥାଏ ନିଜକୁନିଜ ଭିତରେ ଭିତରେକାନ୍ଥ ପରି ନଭାଙ୍ଗି,ଯନ୍ତ୍ରଣାକୁ ପାଥେୟ କରିବଞ୍ଚି, ବଞ୍ଚାଇବାକୁଜୀବନ ଓ ଯନ୍ତ୍ରଣାରଅଧାଗଢ଼ା କାହାଣୀକୁ….! କାରଣ, ଏହି ମନ ପରାଏକ ଉଡ଼ା ଚଢ଼େଇଉଡ଼ିଉଡ଼ି ଚାଲିଯିବକେଉଁ ଏକ ଦିଗବଳୟରପରିଧିକୁ ଡେଇଁତା’ର କଳ୍ପନାରଆରପାରିକୁନିର୍ଜିବତାରୁ ସଜୀବତା ଆଡ଼କୁଦୂରକୁ ଦୂରକୁସ୍ଵପ୍ନରୁ ବାସ୍ତବତା ଆଡ଼କୁସବୁଦିନ ପାଇଁ…..ସବୁଦିନ ପାଇଁ….। ଜଗଦଳପୁର, ବସ୍ତର, ଛତିଶଗଡ଼, ମୋ – ୯୪୩୭୭୮୮୪୬୪ ଲେଖକ ପରିଚୟ ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ,… - [ଦୁଆର ଖୋଲା ଅଛି !](https://odishasahitya.com/the-door-is-open/): ସତ୍ୟନାରାୟଣ ଗନ୍ତାୟତ ଦୁଆର କଥା ଉଠିଲେ ପହିଲେ ମନକୁ ଆସିଯାଏ ଘରଟିଏ ! ଘର ମାନେ ତା’ ଭିତରେ ବଖରା ପରେ ବଖରା ଥାଇ ଚାରି ଦିଗରେ ଥିବା ଚାରି କାନ୍ଥଙ୍କ ଏକ ଘେର, ଯାହା ଲୋକଙ୍କ ରହଣି ପାଇଁ ଉଦ୍ଦିଷ୍ଟ । ଘରର ଲୋକ ଘରେ ଥାଆନ୍ତି । ବେଳେବେଳେ ବାହାରେ ଥାଆନ୍ତି । ବାହାରେ ଥିବା ଲୋକ ନିଶ୍ଚେ ଘରକୁ ଫେରିଥାନ୍ତି । ଠିକ୍ ସେମିତି ଘର ଭିତରେ ଥିବା ଲୋକ ବି ବାହାରକୁ ଯିବା ଲୋଡ଼ା ପଡ଼ିଥାଏ । ଏହି ଉଭୟ କାମ ପାଇଁ ଘର ଆଗରେ ଯାହା ଥାଏ ତାହା ଦୁଆର । ମାନେ ଦୁଆର ଖୋଲା ହେଲେ ହିଁ ଭିତରର ଲୋକ ବାହାରକୁ ଯିବା ସମ୍ଭବ ଓ ବାହାରେ ଥିବା ଲୋକ ଘରକୁ ଆସିବା ସମ୍ଭବ । ସୁତରାଂ ଦୁଆର ଖୋଲା ଅଛି ମାନେ ଆତଯାତ ଚାଲିଛି, ଘରର ପରିବେଶ ଚଳଚଞ୍ଚଳ ଅଛି ବୋଲିବାକୁ… - [ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟ ପାଇବେ ୪୬ ତମ 'ଶାରଳା ପୁରସ୍କାର'](https://odishasahitya.com/renowned-poet-and-orator-devdas-chotraoya-to-receive-46th-sharla-award/): ଭୁବନେଶ୍ଵର : ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ପ୍ରଦାନ କରାଯିବ । ୨୦୨୩ ମସିହାରେ ଟାଇମପାସ ପ୍ରକାଶନୀ ଦ୍ଵାରା ପ୍ରକାଶିତ ତାଙ୍କ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ସେ ଏହି ପୁରସ୍କାର ପାଇବେ । ଅକ୍ଟୋବର ୨୬ ତାରିଖରେ ଏକ ସାରସ୍ଵତ ସମାବେଶରେ ଲେଖକଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଏଥର ‘ଶାରଳା ପୁରସ୍କାର’ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟର ପୁରସ୍ତଗୁଡ଼ିକ ଥିଲା ଦେବଦାସ ଛୋଟରାୟଙ୍କ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ଅପର୍ଣ୍ଣା ମହାନ୍ତିଙ୍କ କବିତା ସଂକଳନ ‘ଅପର୍ଣ୍ଣା ମହାନ୍ତିମାନଙ୍କ ପାଇଁ କବିତା’, ମମତା ଦାଶଙ୍କ କବିତା ସଂକଳନ ‘ଭୂମି ସ୍ପର୍ଶ’, ପଦ୍ମଜ ପାଳଙ୍କ ଉପନ୍ୟାସ ‘ସୀତା ମୁଁ ସୀତା’, ପଦ୍ମଜ ପାଳଙ୍କ ଗଳ୍ପ ସଂକଳନ ‘ଡାହାଣ ପାଦ… - [ସୀତାକାନ୍ତ ମହାପାତ୍ରଙ୍କ କୃତିତ୍ଵକୁ ନେଇ ଆଲୋଚନାଚକ୍ର](https://odishasahitya.com/seminar-on-the-achievements-of-sitakanta-mohapatra/): ଭୁବନେଶ୍ଵର : ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କ କୃତି ଓ କୃତିତ୍ଵକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ରବିବାର ଦିନ ବୁଦ୍ଧି ମନ୍ଦିରରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଅନେକ ବରିଷ୍ଠ ସାହିତ୍ୟିକ ଯୋଗ ଦେଇ ଶ୍ରୀ ମହାପାତ୍ରଙ୍କ ସୃଜନ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଆ କବିତାକୁ ଶ୍ରୀ ମହାପାତ୍ରଙ୍କ ଅବଦାନ ଅତୁଳନୀୟ । ପ୍ରବନ୍ଧ ସାହିତ୍ୟରେ ମଧ୍ୟ ସେ ଅଦ୍ଵିତୀୟ । ତାଙ୍କ କୃତି ଓଡ଼ିଆ ସାରସ୍ଵତ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛି । ଏହାଛଡ଼ା ସେ ଇଂରାଜୀ ଅନୁବାଦ ସାଙ୍ଗକୁ ପୋଥି ସମ୍ପାଦନା କରି ନିଜ କୃତିତ୍ଵର ପରିଚୟ ପ୍ରଦାନ କରିଛନ୍ତି ବୋଲି ଅତିଥିମାନେ କହିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ଚନ୍ଦ୍ରଶେଖର ହୋତାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସାରସ୍ଵତ କାର୍ଯ୍ୟକ୍ରମରେ ଅତିଥି ଭାବେ କଥାକାର ଗୌରହରି ଦାସ, ସାହିତ୍ୟିକ ପ୍ରଫେସର ଦାଶ ବେନହୁରମ ଶିକ୍ଷାବିତ ପ୍ରଫେସର ଓଁକାରନାଥ ମହାନ୍ତି,… - [ଶ୍ୱେତପଦ୍ମା ଶାରଦୀୟ ବିଶେଷାଙ୍କ ୨୦୨୫ ଉନ୍ମୋଚନ](https://odishasahitya.com/shwetapadma-sharadiyas-2025-launch/): ଭୁବନେଶ୍ଵର : ଅନୁଗୁଳ ଜିଲ୍ଲା ପାଠାଗାର ଠାରେ ସଂପାଦିକା ଅନୀତା ପାଣିଙ୍କ ସଂପାଦନାରେ ଶ୍ୱେତପଦ୍ମା ଶାରଦୀୟ ବିଶେଷାଙ୍କ ୨୦୨୫ ଉନ୍ମୋଚନ କରାଯାଇଛି । ଉକ୍ତ ସାରସତ୍ଵ ଉତ୍ସବର ଆଦିପର୍ଯ୍ୟାୟରେ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବରେ ସଭାମୁଖ୍ୟ ଡ଼ଃ ଇନ୍ଦିରା ଦାଶ, ବରେଣ୍ୟବକ୍ତା ସଂଗ୍ରାମ କେଶରୀ ପୃଷ୍ଠି ଓ ଦୁଇ ସଂଯୋଜିକା ଯଥାକ୍ରମେ ଡଃ ଗାୟତ୍ରୀ ପ୍ରିୟମ୍ବଦା ଓ କବୟତ୍ରୀ ନିହାରିକା ସାହୁଙ୍କ ସୁମଧୁର ସଂଯୋଜନା କ୍ରମେ କବିତା ଆସର ଅନୁଷ୍ଠିତ ହୋଇ ଯାଇଥିଲା । କବିତାଗୁଡ଼ିକୁ ସମୀକ୍ଷା କରିଥିଲେ ହିମାଂଶୁ ପରିଡ଼ା ତତସହିତ ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟଅତିଥି ରୂପେ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର, ମୂଖ୍ୟବକ୍ତା ରୂପେ ଧରଣୀ ଧର ନାଥ ,ସମ୍ମାନିତ ଅତିଥି ରୂପେ କବି ପିନାକୀ ମିଶ୍ର, ସାହିତ୍ୟିକ ତପନ କୁମାର ଶତପଥି, ସଭାମୁଖ୍ୟ ଭାବେ ଡଃ ପ୍ରଶାନ୍ତ କୁମାର ନାଥ ମହୋଦୟ ସୌଜନ୍ୟ ଉପସ୍ଥିତି ଗୌରବ ମଣ୍ଡିତ କରିଥିଲେ । ଉତ୍ୟବସରରେ ମୁଖ୍ୟଅତିଥି ପଣ୍ତିତ ଅନ୍ତର୍ଯ୍ୟାମୀ ମିଶ୍ର ସାହିତ୍ୟ… - [ସମାଜ ସଂସ୍କାର, ସମାଲୋଚନାଧର୍ମୀ କବିତା ପାଇଁ ସବୁଜକବି ବୈକୁଣ୍ଠନାଥ ସ୍ମରଣୀୟ](https://odishasahitya.com/green-poet-baikunthanath-is-remembered-for-his-poetry-on-social-reform-and-criticism/): ଭୁବନେଶ୍ଵର : ବଡ଼ମ୍ବା ଟେନିସ ପଡ଼ିଆ ସ୍ଥିତ ବୈକୁଣ୍ଠ ସ୍ମୃତି ସଦନ ପରିସରରେ ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି । ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଜନ୍ମମାଟିରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ବୈକୁଣ୍ଠ ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୈକୁଣ୍ଠ ସାହିତ୍ୟ ସଂସଦ ସଭାପତି କବି ଜଗନ୍ନାଥ ବାରିକ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପ୍ରତିଷ୍ଠିତ ସାହିତ୍ୟିକ ଡ. ବାବାଜୀ ଚରଣ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ଡ. ରଞ୍ଜିତ କୁମାର ପରିଡ଼ା, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ବାଗ୍ମୀ ଦୁର୍ଯ୍ୟୋଧନ ବରାଳ ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚାସୀନ ଅତିଥିମାନେ ସବୁଜକବି ବୈକୁଣ୍ଠନାଥଙ୍କ ଜୀବନଚର୍ଯ୍ୟା ସହ କବିଙ୍କ କୃତି, ଉତ୍ତରାୟଣ ମହାକାବ୍ୟ ଏବଂ ବିଭିନ୍ନ ଭାଷାର ସମାଜ ସଂସ୍କାର ଦିଗରେ ସମାଲୋଚନା ଧର୍ମୀ କବିତା ଉପରେ ଆଲୋଚନା କରିଥିଲେ ।… - [ଆସ୍ଥା](https://odishasahitya.com/astha/): ସତ୍ୟନାରାୟଣ ଗନ୍ତାୟତ ମୂଳରୁ କହି ରଖୁଛୁ ଯେ ଏଠେଇଁ ଆସ୍ଥା କଥା ଉଠିଛି । କୃପା ବହି ଏହାର ଆଦ୍ୟ ଅକ୍ଷର ‘ଅ’ ପଛରେ ‘ନା’ ଶବ୍ଦଟି ଆଉ ଯୋଡ଼ି ପକାନ୍ତୁନି ! ଫେର୍ ତହିଁରେ ବି ସନ୍ତୁଷ୍ଟ ନହୋଇ ସେଇ ନୂଆ ଶବ୍ଦଟି ପଛରେ “ପ୍ରସ୍ତାବ” ଶବ୍ଦଟି ବି ଯଦି ଯୋଡ଼ି ପକାଇବେ ବୋଇଲେ ତହିଁରୁ ଉଦ୍ଭବ ହୋଇଯିବ “ଅନାସ୍ଥା ପ୍ରସ୍ତାବ” ଭଳି ଏକ ପ୍ରଚଣ୍ଡ ଶବ୍ଦ ! ତେଣିକି ‘ମାଛ କାହାର ନଖାଇ ବି ଜଗତ ଜନଙ୍କ ବଇରୀ” ଜାତୀୟ ଆମ ପରିକା ସୁଧାର ସାମାଜିକ ପ୍ରଣୀଟି ତଥା ଚର୍ଚ୍ଚିତ ରାଜନୀତି ଭିତରେ ସାଇତା ପଲିଟିକ୍ସ ନାମଧେୟ ଚିଡ଼ିଆଟି ସହ ଅଯଥାରେ ଯୋଡ଼ି ହୋଇଯିବ ! ଅବଶ୍ୟ ସଦା ନମସ୍ୟ ଆରିଷ୍ଟୋଟଲ ମହୋଦୟ ଏକ ମହତ୍ତର ଚିନ୍ତନ ଦ୍ୱାରା ଚାଳିତ ହୋଇ ଆମ ଭଳି ଦି’ ଗୋଡ଼ିଆ ଜୀବଙ୍କୁ “ସାମାଜିକ ପ୍ରାଣୀ” ବୋଲି ନାମିତ କରିବା ପରେ ତଥା… - [ଶୈଶବର ସମାଧି](https://odishasahitya.com/the-tomb-of-shaishva/): ଭବାନୀ ଶଙ୍କର ନାଥ ମୁଷଳ ଧାରା ବର୍ଷା ସାଙ୍ଗକୁ, ଗଗନ ଫଟା ଘଡ଼ଘଡ଼ି ମନରେ ଶିହରଣ ସୃଷ୍ଟି କରୁଥାଏ । ଦଲକାଏ ଦଲକାଏ ଶୀତଳ ପବନ, ଭିଜାଭିଜା ଦେହକୁ ସ୍ପର୍ଶ ମାତ୍ରେ, ଭୟର ଏକ ନୂତନ ଶିହରଣ ଏବଂ ବ୍ୟସ୍ତତା ସୃଷ୍ଟି କରୁଥାଏ । ଅଫିସରୁ ଘରକୁ ଯିବା ସମୟରେ, ବର୍ଷାର ଏପରି ଉନ୍ମାଦ ସତେଯେପରି ଚିର ଶତ୍ରୁତା ପରି ମନେହୁଏ । ରେଳଷ୍ଟେସନର ଗୋଟେ କାନ୍ଥକୁ ଆଉଜି ଛିଡ଼ା ହୋଇ ଚାହିଁ ରହିଥାଏ, ବର୍ଷା ପ୍ରକୋପର ଅନ୍ତକୁ । ଲମ୍ବାଲମ୍ବା ହୁଇସିଲ ମାରି କେତେ ଯେ ରେଳଗାଡ଼ି ଚାଲିଗଲାଣି । ସମୟ ସନ୍ଧ୍ୟା ୫ ଟାରୁ ୬.୩୦ ହେଲାଣି । ତଥାପି ଇନ୍ଦ୍ରଦେବଙ୍କ କ୍ରୋଧର ଅନ୍ତ ହେଇନି । ସତରେ କଣ ଆଜି ଏ ବର୍ଷା କମିବ ? ଏମିତି ମନରେ ଅନେକ ଆଶା ଆଶଙ୍କା ଭିତରେ ନଜର ପଡ଼େ ପ୍ଲାଟଫମର ଗୋଟେ କୋଣକୁ, ଯୋଉଠି ଗୋଟେ ୧୦ କି… - [ନିଜେ ନିଜର](https://odishasahitya.com/my-own/): ସତ୍ୟନାରାୟଣ ଗନ୍ତାୟତ ଜଣେ ଭୂମିଷ୍ଠ ହେବା ମାତ୍ରେ ପହିଲେ ତ ଗର୍ଭଧାରିଣୀ ଜନନୀଙ୍କର ସନ୍ତାନ ! ପରେ ନିଶ୍ଚେ ଉଭୟ ଜନନୀ ଓ ଜନକଙ୍କର ! ତଦୁତ୍ତାରେ ଅବଲୀଳା କ୍ରମେ ସେ ପରିବାର ଓ ବଂଶାଦି ସହ ସମ୍ପର୍କିତ ଅନ୍ୟାନ୍ୟ ଅନେକଙ୍କର କ’ଣ ନା କ’ଣ ଗୋଟେ ହୋଇ ଯାଇଥାଏ । ତା’ର ଶିଶୁ ସୁଲଭ ଚପଳାମୀ ଭିତରେ କଥା କହିବା ଆରମ୍ଭ ହେଉହେଉ ଲେଖାରମ୍ଭ ଓ ପଢାରମ୍ଭ କଥା ଉଠେ ଓ ନିଜ ଓଜନଠୁ ବେଶୀ ବହି ବସ୍ତାନିର ବୋଝ ଲଦି ଦିଆଯାଏ ତା ପିଠିରେ । ତେଣିକି ସେ ପାଠ ପଢେ, ପରୀକ୍ଷାରେ ଭଲ ଲେଖି ଭଲ ମାର୍କ ଆଣି ସଭିଙ୍କୁ ଟପିବାକୁ ବାଧ୍ୟ । ବାପାମାଆଙ୍କ ଦ୍ୱାରା ତା’କୁ ନେଇ ଦେଖା ଯାଇଥିବା ସେମାନଙ୍କ ନିଜ ସ୍ପପ୍ନ ପୂରଣ କରିବା ହିଁ ତା’ ଜୀବନର ଚରମ ଓ ପରମ ଲକ୍ଷ୍ୟ ଭାବେ ତା’ ଉପରେ ଆରାପିତ କରିଦିଆ… - [ମୁଁ ବାଜ ଆଉ ତୁମେ କାଉ](https://odishasahitya.com/i-am-a-hawk-and-you-are-a-crow/): ଡମ୍ବରୁଧର ବେହେରା ଇଛା କରେ ଅବ୍ୟକ୍ତକୁ ବ୍ୟକ୍ତ କରିବାକୁଇଚ୍ଛା କରେ ଡେଣା ଖୋଲିମୁକ୍ତ ବିହଙ୍ଗ ସମ ଘୁରିଘୁରି ବୁଲିବାକୁକାଳେ ପହଞ୍ଚିଯିବିଜାଣତରେ ହେଉ କି ଅଜଣତରେମୋ ସ୍ଥିରୀକୃତ ଲକ୍ଷ୍ୟ ପାଖରେ …। ବାଜ ପକ୍ଷୀର ମନ ନେଇଯେତେ କଳାକଳା କାଉହେଉଥାଉ ମୋର ପଛେରାଉ….. ରାଉ….ଆଉ ଖୁମ୍ପି ଖୁମ୍ପି କରିଦେଉ ରକ୍ତାକ୍ତମାଂସାଳ ପିଠିର ସବୁ ମାଂସ…। ପୃଥିବୀ ଓ ଆକାଶଯେଉଁଠି ହେଲେ ବି ତଦିଗନ୍ତର ହୋଇଥିବ ଅନ୍ତ …?ହୋଇଥିବ ଯେଉଁଠି ବି ତ ଏକାକାର…? କାଉଟି ରାଉରାଉ ନହୋଇପବନର ଚାପରେ ହେଉ କିଉଚ୍ଚତାର ଦୁରତ୍ଵରେଅଣନିଶ୍ୱାସ ହୋଇଆପଣାଛାଏଁ ବାତା ହତ କଦଳୀ ପ୍ରାୟେଭୂମାତିତ ହୋଇଯିବ ନିଶ୍ଚୟ…। ବାଜ ପକ୍ଷୀର ଆକ୍ରମଣରେ ନୁହଁବରଂ ତା’ର ଉଚ୍ଚତାରେନିରବରେ ନିରୁପାୟନିରବତାର ଆଳରେକାରଣ ମୁଁ ବାଜଆଉ ତୁମେ ସେହି କାଉନରାବି ଆଉ ରାଉ… ରାଉ…!! ଜଗଦଳପୁର, ବସ୍ତର, ଛତିଶଗଡ଼, ମୋ – ୯୪୩୭୭୮୮୪୬୪ ଲେଖକ ପରିଚୟ ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ… - [ସମ୍ବାଦ ସାହିତ୍ୟଘର ଦ୍ୱାରା କଫିଟେବୁଲ ପୁସ୍ତକ ଉନ୍ମୋଚନ](https://odishasahitya.com/coffee-table-book-launch-by-sambad-sahitya-ghara/): ଭୁବନେଶ୍ଵର : ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ଵ ଜଳବାୟୁ ପରିବର୍ତ୍ତନ କାରଣରୁ ପରିବେଶ ଅସନ୍ତୁଳନ ସହ ଜୈବ ବିବିଧତା ହ୍ରାସ ଘଟୁଛି । ଏଥିପ୍ରତି ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ । ବୃକ୍ଷରୋପଣ ସହିତ ବୃକ୍ଷର ସୁରକ୍ଷା ଲାଗି ଆମକୁ ଚେଷ୍ଟିତ ହେବାକୁ ପଡ଼ିବ । ୨୦୨୪ ମସିହାରେ ‘ସମ୍ବାଦ ସାହିତ୍ୟଘର’ ଦ୍ଵାରା ହୋଇଥିବା ସମସ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମର ଫଟୋ ଓ ତଥ୍ୟ ସମ୍ବଳିତ ‘ଗଛ ବଞ୍ଚିଲେ ଆମେ ବଞ୍ଚିବା’ କଫିଟେବୁଲ ପୁସ୍ତକ ଉନ୍ମୋଚନ ଅବସରରେ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ଯରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି । ସମ୍ବାଦ ଭବନରେ ଶ୍ରୀ ପଟ୍ଟନାୟକ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଚିନ୍ତାବ୍ୟକ୍ତ କରି କହିଲେ, ପ୍ରତ୍ୟେକ ବ୍ୟକ୍ତି ନିଜ ଘର ପରିସରରେ ଗୋଟିଏ ଲେଖାଏଁ ଗଛ ଲଗାଇବା ଆବଶ୍ୟକ । ‘ସମ୍ବାଦ’ କେବଳ ଖବର ପରିବେଷଣରେ ସୀମିତ ନରହି ରକ୍ତଦାନ, ବୃକ୍ଷରୋପଣ, ନିଶା ନିବାରଣ ଭଳି ସାମାଜିକ କାର୍ଯ୍ୟରେ ନିଜକୁ… - [କହିବା ନେଇ କଥାଏ](https://odishasahitya.com/kahiba-nei-kathaa-e/): ସତ୍ୟନାରାୟଣ ଗନ୍ତାୟତ ପାଟି ଅଛି ଆଉ ଫୁଟୁଛି ମାନେ ନିଶ୍ଚେ କଥା କହି ହେବ । ତେବେ ଏହି କହିବା ନେଇ କ’ଣ କିଛି କହିବାର ନଥାଏ ? ଏମିତିକା କଥା ମନକୁ ସେତେବେଳେ ଆସିଥାଏ ଯେତେବେଳେ ଦେଖାଯାଏ ଯେ ଜଣେ କହିବାରେ ଲାଗିଛି ଯେ; ଲାଗିଛି । ଆପଣ ଢେର ସମୟ ତଳେ ସେଠି ଥିଲେ, ଯାହା ସହରର ମୁଖ୍ୟ ବଜାରରେ ଥିବା ଆପଣଙ୍କ ଜଣେ ପାରିବାରିକ ବନ୍ଧୁଙ୍କ ଘରର ଡ୍ରଇଂ ରୁମ୍ ସଂଲଗ୍ନ ଷ୍ଟେସନାରୀ ଦୋକାନ । ସେଠାବରେ ଜଣେ ମହାଶୟ ଅବରଣରେ ମଧ୍ୟ ପାତ୍ର ବନି ଅଚାନକ ହାବୁଡ଼ି ଯାଇଥିଲେ । ଆଉ ତୁରିତେ ଆପଣା ଛାଏଁ ଖାଲି ପଡ଼ିଥିବା ଷ୍ଟୁଲଟିକୁ ଅକ୍ତିଆର କରି ନେଇ ତା’ ଉପରେ ଆପଣାକୁ ଗୋଟାପଣେ ଥୋଇ ପକାଇ ସମବେତ ପ୍ରତ୍ୟେକଙ୍କୁ “ଆଉ ଖବର କ’ଣ ?” ଉଚ୍ଚାରଣ ପୂର୍ବକ ଆରମ୍ଭ କରି ଦେଇଥିଲେ ତାଙ୍କର ଚବରଚବର ହେବା ଅର୍ଥାତ କଥା… - [ଭାଷା ଓ ସାହିତ୍ୟକୁ ସମୃଦ୍ଧ କରେ ଶିଶୁସାହିତ୍ୟ](https://odishasahitya.com/childrens-literature-enriches-language-and-literature/): ଭୁବନେଶ୍ଵର : ଯେଉଁ ଭାଷାର ଶିଶୁସାହିତ୍ୟ ଯେତେ ସମୃଦ୍ଧ, ସେହି ଭାଷା ଓ ତାର ସାହିତ୍ୟ ସେତେ ରୁଦ୍ଧିବନ୍ତ । ଭାଷା ଓ ତାର ସାହିତ୍ୟକୁ ସମୃଦ୍ଧ କରିବାରେ ସେହି ଭାଷାର ଶିଶୁସାହିତ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଆଜି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଶିଶୁ-କିଶୋର ସାହିତ୍ୟ ଏକାଡ଼େମୀଙ୍କ ମିଳିତ ସହଯୋଗରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଦିବସୀୟ ଶିଶୁସାହିତ୍ୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ଅତିଥିମାନେ ଏଭଳି କହିଛନ୍ତି । କାର୍ଯ୍ୟକ୍ରମକୁ ଭାଷାବିତ ଦେବୀପ୍ରସନ୍ନ ପଟ୍ଟନାୟକ ଉଦଘାଟନ କରିଥିଲେ । ଓଡ଼ିଆ ସାହିତ୍ୟରେ ଉଚ୍ଚ ମୂଲ୍ୟବୋଧର ପ୍ରତିଷ୍ଠା ଓ ଶ୍ରେଷ୍ଠ ମାନର ପ୍ରବର୍ତ୍ତନ ଦିଗରେ ଶିଶୁସାହିତ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ । ଶିଶୁ-କିଶୋର ସାହିତ୍ୟ ଏକାଡ଼େମୀର ସଭାପତି ପ୍ରଫେସର ଦାଶ ବେନହୁରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପ୍ରକାଶ… - [ପ୍ରାପ୍ତି ଫାଉଣ୍ଡେସନର ପ୍ରଥମ ସାହିତ୍ୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ](https://odishasahitya.com/the-first-literary-promotion-festival-of-the-prati-foundation-was-held/): ଭୁବନେଶ୍ଵର : ଓଡ଼ିଆ ସାହିତ୍ୟର ଉତ୍କର୍ଷ ପାଇଁ ପ୍ରତିବଦ୍ଧ ପ୍ରାପ୍ତି ଫାଉଣ୍ଡେସନର ପ୍ରଥମ ସାହିତ୍ୟ ସମ୍ବର୍ଦ୍ଧନା ଉତ୍ସବ ଗତକାଲି ଶନିବାର ସନ୍ଧ୍ୟାରେ ଭୁବନେଶ୍ଵରର ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୦୨୩ ଟାଇମପାସ ପ୍ରକାଶନ ପ୍ରକାଶିତ କବିତା ପୁସ୍ତକ ‘ଯା କହିଲେ ଯିବିନି’ ପାଇଁ ଯୁବ କବି ଆଶିଷ କୁମାର ମିଶ୍ରଙ୍କୁ ‘ପ୍ରତିଭା ଶତପଥୀ କବିତା ପୁରସ୍କାର’, ୨୦୨୪ ପଶ୍ଚିମା ପ୍ରକାଶନ ‘କାଠ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ଗାଳ୍ପିକ ଅମୀୟ ବେଜଙ୍କୁ ‘ପ୍ରାପ୍ତି କଥା ପୁରସ୍କାର’ ଏବଂ ଅନୁବାଦ ଲାଗି ସାମଗ୍ରୀକ କୃତି ପାଇଁ ସ୍ନେହପ୍ରଭା ଦାସଙ୍କୁ ‘ପ୍ରାପ୍ତି ଅନୁବାଦ ପୁରସ୍କାର’ ପ୍ରଦାନ କରାଯାଇଛି । ପ୍ରତ୍ୟେକଙ୍କୁ ଉତ୍ତରୀୟ, ଫଳକ ଓ ପୁରସ୍କାର ରାଶି ପଚାଶ ସହସ୍ର ପ୍ରଦାନ କରାଯାଇଥିଲା । ପୁରସ୍କାର ପାଇବା ଅବସରରେ ଯୁବ କବି ଆଶିଷ କହିଥିଲେ, ସବୁ ସ୍ଥାନରେ କବିତା ଅଛି ଏବଂ ସମସ୍ତେ କବିତା ଲେଖିବା ଦରକାର । ସେ… - [ଜୀବନ ସୁରକ୍ଷା ବୃକ୍ଷ ହିଁ ଭରସା](https://odishasahitya.com/tree-is-life/): ଛବିରାମ ସେଠି ସବୁଜ ସୁନ୍ଦର ଧରଣୀର କୋଳେସୃଷ୍ଟିର ଅପୂର୍ବ ଲୀଳାଆଦିମ କାଳରୁ ମହୀ ମଣ୍ଡଳରେବୃକ୍ଷ ଲତା ଗିରିମାଳା । ମଣିଷ ସମାଜ ବଞ୍ଚିବା ପାଇଁକିଲୋଡ଼ା ହୁଏ ଗଛଲତାବାତ୍ୟା ମହାବାତ୍ୟା ପ୍ରଳୟଙ୍କରୀରେଭାଙ୍ଗିପଡ଼େ ବୃକ୍ଷ ମଥା । ଋତୁ ସମୟରେ ହେଉନାହିଁ ବର୍ଷାଚାଷ କାମ ହୁଏ ବାଧାତଥାପି ମଣିଷ ବୁଝିପାରେ ନାହିଁଗଛ କରୁଛନ୍ତି ପଦା । ସଡ଼କ ତିଆରି ନିତିଦିନ ଚାଲେନୂତନ ପ୍ରଣାଳୀ ନେଇବହୁତ ପୁରୁଣା ବଡ଼ବଡ଼ ଗଛବଳି ପଡ଼େ ଚାହିଁଚାହିଁ । ପାହାଡ଼ ପର୍ବତ ଦେଖାଯାଉ ନାହିଁଗଲାଣି କୁଆଡ଼େ ଉଡ଼ିପଶୁ ପକ୍ଷୀଙ୍କର ଶୁଭୁନାହିଁ ସ୍ୱରଅକାଳେ ଗଲେଣି ଝଡ଼ି । ମଉସୁମୀ ବର୍ଷା ଆସେନି ଋତୁରେ ଆସେ କାଳ ବଇଶାଖୀବୃକ୍ଷଶୂନ୍ୟ ଭୂଇଁ ବାଢୁଅଛି ଖେଦସମୟ ତାହାର ସାକ୍ଷୀ । ଆସ ଭାଇମାନେ ଏକାଠି ହୋଇବାଲଢିବା ମାଟିର କୋଳେନାନା ଜାତି ଗଛ ଲଗାଇ ଦେବାରେସ୍ଥାନ ଦେଖି ନଦୀ କୂଳେ । ନିଜ ଅଗଣାରେ ବାଡ଼ି ବଗିଚାରେଚାରା ମଞ୍ଜି ଦେବା ପୋତିଯତନରେ ତାକୁ ଜଳ ମୁନ୍ଦେ ଦେଇଗଛକୁ… - [ଛି' ଲୋ ଛତୁ !](https://odishasahitya.com/chhi-lo-chhatu/): ସତ୍ୟନାରାୟଣ ଗନ୍ତାୟତ ଠାଏ ଥୋକେ ଲୋକ ରୁଣ୍ଡ ହୋଇ ହୋହୋ ଘୋଘୋ ହେଉଥିବା ଦେଖି ସେଠାବକୁ ଯାଆନ୍ତେ ଜାଣିଲୁ ଯେ ଜଣେ ଶ୍ରାବଣ ଛତୁ ଧରି ବିକୁଛି ଓ ତା’ ଉପରେ ସଭିଏଁ ଏକରକମ ହାମୁଡ଼ି ପଡ଼ି ବିଚରାକୁ ଘେରି ପକାଇଛନ୍ତି ! “ଓଃ ଏମନ୍ତ କଥା” ବୋଲି ମନକୁ ମନ କହିଲୁ । ଦର କେତେ ବୋଲି ପୁଚ୍ଛିବା ଆଉ ଲୋଡ଼ା ପଡ଼ିଲାନି । କାରଣ ରୁଣ୍ଡ ହୋଇଥିବା ଜନତାଙ୍କ ଭିତରୁ ଜଣେ କିଞ୍ଚିତ ଉଚ୍ଚାଟ ହୋଇ “ବର୍ଷକେ ଥରେ ମିଳୁଥିବା ଜିନିଷ ବୋଲି ଯେତେ କହିଲେ ବି କିଲୋ ହଜାରେ ଟଙ୍କାରେ ବିକିବ ନା’ କଣ ହୋ, ଖାସି ମାଉଁସ ବରଂ ୟାଠଉଁ ଶସ୍ତା !” କହି ବିଳି ବିଳେଇବା ଶୁଣି ଆମେ ଏକରକମ ତାଜୁବ୍ ହୋଇଗଲୁ । ତହୁଁ ଆମ ମନରେ ସତେ ଅବା ଛତୁ ଫୁଟି ଉଠିଲା । ସତକଥା । ଆଜିକାଲି ତ ବର୍ଷ… - [ସାହିତ୍ୟିକ ଶତ୍ରୁଜିତ ପାଇବେ 'ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ '](https://odishasahitya.com/literary-adversary-satrujit-to-receive-pandit-binayak-mishra-literary-award/): ଭୁବନେଶ୍ଵର : ନୟାଗଡ଼ ଜିଲ୍ଲାର ଅନନ୍ୟ ସାରସ୍ଵତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୨ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଅଗଷ୍ଟ ୨୭ ତାରିଖ ୨୦୨୫ ରେ ନୟାଗଡ଼ଠାରେ ଅନୁଷ୍ଠିତ ହେବ । ସମାରୋହରେ ଚଳିତ ବର୍ଷ ତଥାସ୍ତୁ ତରଫରୁ କବି, ପ୍ରାବନ୍ଧିକ ଓ ସଂପାଦକ ଶତ୍ରୁଜିତଙ୍କୁ ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ । ସମାରୋହରେ ଚଳିତ ବର୍ଷ ତଥାସ୍ତୁ ତରଫରୁ କବି, ପ୍ରାବନ୍ଧିକ ଓ ସଂପାଦକ ଶତ୍ରୁଜିତଙ୍କୁ ଏହି ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଛି । ସେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଅନେକ ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି । ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ପାଳନ ପାଇଁ କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ଅଧ୍ୟକ୍ଷତାରେ ଏବଂ… - [ଯାଜପୁର ସଂସ୍କୃତି ଓ ବିକାଶ ପରିଷଦ ପକ୍ଷରୁ ଆଲୋଚନାଚକ୍ର](https://odishasahitya.com/dialogue-organized-by-jajpur-culture-and-development-council/): ଭୁବନେଶ୍ଵର : ଯାଜପୁର ସଂସ୍କୃତି ଓ ବିକାଷ ପରିଷଦ ପକ୍ଷରୁ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ, ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ପୁଣ୍ୟତିଥି ଓ ନାଟ୍ୟକାର କାମପାଳ ମିଶ୍ରଙ୍କ ଜୟନ୍ତୀ ପାଳନ ଅବସରରେ ଏକ ଆଲୋଚନାଚକ୍ର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ନଟବର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ଶିକ୍ଷାବିତ ବିଜୟ କୁମାର ଶତପଥୀ, ମୃତ୍ୟୁଞ୍ଜୟ ରଥ ପ୍ରମୁଖ ଯୋଗ ଦେଇ କବିମଞ୍ଜୁଳ ବସୁ ଓ ନାଟ୍ୟକାର କାମପାଳ ମିଶ୍ରଙ୍କ ସାହିତ୍ୟ କୃତି ଓ ଉଚ୍ଚକୋଟୀର କାବ୍ୟ ରଚନା ଉପରେ ଆଲୋଚନା କରିଥିଲେ । ଏଥିସହିତ ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ଓଡ଼ିଆ ଭାଷାର ପ୍ରସାର ଓ ବହୁ ଶିକ୍ଷାନୁଷ୍ଠାନ ଗଠନରେ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ସାଧାରଣ ସମ୍ପାଦକ ନୀଳମଣି କର ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଉପଦେଷ୍ଟା… - [ଏକେଲା](https://odishasahitya.com/ekla/): ବିନୟ ମହାପାତ୍ର ଦୁନିଆର ଭିଡ଼ଭାଡ୍ ବଜାରଠୁବହୁତ ଦୂରରେ,ସବୁକିଛି ଭୁଲି ଯାଇ,ପର୍ବତଘେରା ସବୁଜ ଉପତ୍ୟକାରଅଜଣା ଏ ଗହନ କାନ୍ତାରେ,ଅବା କେଉଁ ମରୂର,ଉତ୍ତପ୍ତ ଶୈକତ ଶେଜରେ,ମୁଁ ଆଜି ଏକାଏକାନିଜେ ନିଜକୁ ଖୋଜୁଛି,ମୃତ ମୋର ମନ ପାଇଁଦୁଇ ଘଡ଼ି ନିରୋଳା ମୁହୁର୍ତ୍ତ,ଆଉ, ଦୁଇ ବୁନ୍ଦା ଅମୃତ ଚାହୁଁଛି,ସତେ ଅବା ଜ୍ୱଳନ୍ତ ପ୍ରାଣ ପାଇଁବୁନ୍ଦାଏ ମନ୍ଦାକିନୀ, ସଲିଳ ମାଗୁଛି । ସବୁ ସୁଖ, ଦୁଃଖ, ଖଟା ମିଠାଯେତେ ମୋର ଅନୁଭୂତି ଥିଲା,ବିସ୍ମୃତିର କାଳ କୋଠରୀରେସମସ୍ତଙ୍କୁ ବନ୍ଦ କରି ଦେଲି,ଯେତେ ମୋର ସମ୍ବନ୍ଧ, ସବୁ ଭୁଲି ଗଲି,ବିତିଗଲା ଦିନର ରଙ୍ଗିନ୍ ଅବାକଳା ଧଳା କାଣିଚାଏ ସ୍ମୃତିଆଜି ଆଉ ମନେପଡ଼େ ନାହିଁ,ମନ ଡଷ୍ଟବିନ୍ ମୋର,ଆଜି ପୁରା ଶୂନ୍ୟନୂଆ ନୂଆ ଅଳିଆ ପାଇଁ,ଖାଲି କରି ଦେଲି । କଥା ପଦକରେ ମୋରଆଜି କିଏ ଖୁସି ହୋଇଯିବ,ସେଇମିତି ମୋର କେହି ନାହିଁ,ମୋ କାମ, ଅବା କଥା କେଇ ପଦ,କାହା ମନେ ଦୁଃଖ ଦେଇଦେବ,ଆଜି ଆଉ ଡର ଲାଗେ ନାହିଁ,ସେ ଚିନ୍ତା ମୋର, ଆଜି… - [ଲାଳାୟିତ](https://odishasahitya.com/lalayita/): ସତ୍ୟନାରାୟଣ ଗନ୍ତାୟତ ଜାଣିଥିବେ ତ ଲାଳ ଏକ ଝରିବା ଚିଜ ଅଟଇ ! ଏହା ଜିଭ ସହ ସମ୍ପର୍କିତ । ଆଉ ଜିଭ ହେଉଛି ପାଟିର ଏକ ସୁକୋମଳ ଅଂଶ ବିଶେଷ ଯହା ପେଟ ସହ ସମ୍ପର୍କିତ । ଏଠି ସଭିଏଁ ପେଟ ସହ ଜଡ଼ିତ । କୁହାଯାଏନି, ପେଟ ଚାଖଣ୍ଡକ ପାଇଁ କୁଆଡ଼େ ଯାବତ ନାଟ ହୋଇଥାଏ ବୋଲି ? ଅର୍ଥାତ ପେଟ ଆପଣାକୁ ଭରପୁର ରଖିବା ପାଇଁ ଭୋକ ଭିଆଏ । ତେଣୁ ଖାଇବା ଲୋଡ଼ା ପଡିଥାଏ । ଏହି ଖାଇବା ଲୋଡ଼ା ପଡୁ ନଥିଲେ କେବଳ କଥା କହିବାରେ ହିଁ ହୁଏତ ଆପଣା ଭୂମିକାର ସୀମିତ ନିୟୋଜନ କରତଃ ପାଟି ଭିତରେ ହିଁ ସେମିତି ପଡ଼ି ରହିଥାନ୍ତା ଜିଭ ! ସତରେ ଖାଲି ପେଟରେ ରହି ହୁଏନି । ଭୋକ ହୁଏ । ବୋଇଲା ପରି ଉଦର ଜ୍ୱାଳା ସହି ହୁଏନି । ଖାଇବା ଚିଜଙ୍କ କଥା… - [ଯୁବ ଲେଖିକା ମହିମା ଗନ୍ତାୟତଙ୍କୁ ଜ୍ଞାନପ୍ରକାଶ : ୨୦୨୫ ସମ୍ମାନ](https://odishasahitya.com/young-writer-mahami-gantayat-receives-gyanprakash-2025-award/): ଭୁବନେଶ୍ୱର: ରାୟଗଡ଼ାର ମହିଳା ମହାବିଦ୍ୟାଳୟର ଦ୍ୱାଦଶ ଉଚ୍ଚ ମାଧ୍ୟମିକ (କଳା) ଶ୍ରେଣୀର ଛାତ୍ରୀ ମହିମା ଗନ୍ତାୟତଙ୍କୁ ରାଜ୍ୟ ସ୍ତରୀୟ ସଂଗଠନ ଜ୍ଞାନ ପ୍ରକାଶ ଦ୍ୱାରା ଏହାର ସ୍ମରଣୀୟ ଭାବରେ ଆୟୋଜିତ ରାୟଗଡ଼ା ସାହିତ୍ୟ ଅଧିବେଶନରେ ଇଂରାଜୀ ଏବଂ ହିନ୍ଦୀ ସାହିତ୍ୟରେ ତାଙ୍କର ସୃଜନଶୀଳ ଉତ୍କର୍ଷ ପାଇଁ ଜ୍ଞାନ ପ୍ରକାଶ ସମ୍ମାନ :୨୦୨୫ରେ ସମ୍ମାନିତ କରାଯାଇଛି। ଏହି ଅଧିବେଶନରେ ସାହିତ୍ୟିକ ଆଲୋଚନା, ଶିକ୍ଷା, ସାହିତ୍ୟ ଏବଂ ସଂସ୍କୃତି କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସହ ବର୍ଷା ଋତୁ ବିଷୟକ କବିତା ପାଠୋତ୍ସବ ଆୟୋଜନ ହୋଇଥିଲା, ଯହିଁରେ ମହିମା ସ୍ୱଲିଖିତ ହିନ୍ଦୀ କବିତା “बिन मौसम की बारिश”କୁ ମଞ୍ଚରେ ପାଠ କରି ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ କବିତା ପ୍ରେମୀ ଦର୍ଶକମାନଙ୍କ ପ୍ରଶଂସା ଲାଭ କରିଥିଲେ ଏବଂ ଏଥିପାଇଁ ତାଙ୍କୁ ଏକ ପ୍ରଶଂସାପତ୍ର ଏବଂ ସ୍ମାରକୀ ମଧ୍ୟ ମିଳିଛି । - [ଆଜିକାଲି](https://odishasahitya.com/today-tomorrow/): ସତ୍ୟନାରାୟଣ ଗନ୍ତାୟତ ଆଜିକାଲି ଶବ୍ଦଟି ଉଚ୍ଚାରିବା ମାତ୍ରେ ସାମନାକୁ ଆସିଯାଆନ୍ତି ଆଜି ଓ କାଲି । ଆପଣାକୁ ମାଜିମୁଜି ଚକଚକ କରି ଆମ ଆଗରେ ହାଜର ହୋଇଥାଏ ଆଜି । କାଲି କିନ୍ତୁ ଆମ ମଗଜ ମୁଣିରେ ତଥାପି ସଜ ହୋଇ ରହିଥାଏ । ତେବେ ଅର୍ଖ ନୂଆ ଆଜିଟେ ଆସି ଯାଇଛି ମାନେ କାଲି ଧୀରେଧୀରେ ତା ‘ ତାଜାପଣ ହରାଇବାକୁ ବାଧ୍ୟ ହୁଏ !!ସୁତରାଂ ଆଜି ମାନେ ଆଜି : ଏବେ, ଏ ବେଳେ ବା ଏଇ ମୂହୁର୍ତ୍ତରେ ଅଥବା ଆଜିର ଦିନରେ ! ଆମ ମନ ସଦା ଛନଛନ ହେଉଥାଏ ଆଜି ଅନେକ କିଛି ନୂଆନୂଆ ଚିଜ ଓ ନୂଆନୂଆ ଅନୁଭବ ପାଇବା ପାଇଁ ! ତେବେ ସେସବୁ କେତେ ମିଳେ କେତେ ମିଳେନା ତା ଅବଶ୍ୟ ବିଚାରର ବିଷୟ ହୋଇଥିବାବେଳେ ଯାହା କିନ୍ତୁ ସଭିଙ୍କୁ ନିଶ୍ଚିତ ଭାବେ ନୂଆ ହୋଇ ମିଳିଥାଏ ତାହା ହେଲା, ଦିନଟିଏ… - [ହାତ ଟେକିଦେଲି](https://odishasahitya.com/hand-raised/): ବିଜୟ ମହାପାତ୍ର ହାତ ଟେକିଦେଲିଆକାଶ ଓ ସମୁଦ୍ର ଆଡ଼କୁମୋ ପାଦ ତଳର ପୃଥିବୀଏବେ ତରଳୁଛିଭିଟାମାଟି କିଛି ନାଇଁମୁଁ ବନ୍‌ଜରଯେମିତି ଅସଂଖ୍ୟ ତାରା କିଲିଭାଇ ପାରନ୍ତିପୁରାପୁରି ଅନ୍ଧାର ! ଅନ୍ଧାର ତିନି ଭାଗଆଲୁଅ ଏକ ଭାଗଭିତରେ ମୁଁ ବଂଚେମୁଁ ଗୀତ ଗାଏନିଅଣ୍ଟ ହୁଏଆଉ କିଛି ଆକାଶର ନିରବତାଆଉ କିଛି ସମୁଦ୍ରରେଶୋଷି ହୋଇଯିବାରନିଃଶେଷ ହୋଇଯିବାରଅପୂର୍ଣ୍ଣତା । ମୁଁ ଲଟକିଯାଏହାତ ଟେକି ଦିଏମୁଁ ନାହିଁ ଓ ନଥିବାରଶେଷ ସ୍ତବ କରେମୁଁ ମରେ ଓ ଜିଏଁତରଳିବାର ମଧୁକୈଟଭରେମୁଁ ମରେ କି ? ମୁଁହାଣେ ପ୍ରେମ ଦେଲା ପରେତତେ ଯଦିଅଘଟ ହେଲା ସମୁଦ୍ରଯଦି ନିଅଣ୍ଟ ହେଲାମୋ ଆକାଶର ବିସ୍ତାରଯଦି ନିଅଣ୍ଟ ହେଲା ! ମହାଲକ୍ଷ୍ମୀବିହାର, ଭୁବନେଶ୍ୱର, ମୋ – ୮୨୪୯୦୭୯୮୫୩ ଲେଖକ ପରିଚୟ ଏଯାବତ୍ ୪ ଟି କବିତା ବହି ଯଥା “ଭ୍ରମ ଭ୍ରମଣ”, “ଗଭୀର ହେବାଯାଏ”, “ଅଶ୍ରୁ ଅନଳ” ଓ “ହାରିବାର ବିବିଧତା” ସହିତ ଏକ ଭିନ୍ନ ଢଙ୍ଗର ଆଲୋଚନା ପୁସ୍ତକ “ମୟୂରକଣ୍ଠି ନୌକାଟିଏ” ପ୍ରକାଶିତ ହୋଇସାରିଛି… - [ଅପରାଧୀ](https://odishasahitya.com/criminal/): ଚିନ୍ମୟୀ ବାରିକ ଆମର ସେତେବେଳେ କେହି ପଡ଼ୋଶୀ ନଥିଲେ । ଲମ୍ବା ଲମ୍ବା ଇଉକାଲିପଟାସ୍ ଗଛର ଗହଣରେ ବିରାଟ ଏକ ପାଚେରୀ ଭିତରେ ଆମ ଘର ଥିଲା । ପାଚେରୀ ସେପଟରେ ଗୋଟିଏ ଅଣଓସାରିଆ ପିଚୁ ରାସ୍ତା ସାପ ପରି ବଙ୍କି ବଙ୍କି ଆଗକୁ ଯାଇଥିଲା । ସେହି ରାସ୍ତା ଦେଇ ଖୁବ୍ କମ୍ ଲୋକ ଯିବାଆସିବା କରୁଥିଲେ, ଆଉ ଗାଡ଼ିମୋଟର ବି । ମୁଁ ମୋ ଅବସର ସମୟରେ ସେହି ଲମ୍ବା ପାଚେରୀ ଉପରେ ବସେ ଆଉ ସେହି ରାସ୍ତା ଦେଇ ଯାଉଥିବା ଲୋକମାନଙ୍କୁ ଗଣେ । ପ୍ରାୟତଃ ଅଧିକ ପୁରୁଷ ଥାଆନ୍ତି । ମହିଳା କହିଲେ ଯେଉଁମାନେ ମୁଣ୍ଡରେ କାଠବୋଝ ରଖି ଜଙ୍ଗଲରୁ ଫେରୁଥାଆନ୍ତି ଘରମୁହାଁ ହୋଇ ।ସେମାନଙ୍କ ପିଠି ପଛପଟେ ଗୋଟେ ଗୋଟେ ଛୋଟ ଛୁଆ କପଡ଼ାରେ ବନ୍ଧା ହୋଇ ଝୁଲୁଥାଆନ୍ତି । ମୋର ସେଠି ସାଙ୍ଗ କହିଲେ “ମୋତି” ହିଁ ଏକା ଥିଲା । ସେ… - [ଅକ୍ଷୟ ପାଳଙ୍କ 'ପକ୍ଷୀ ପ୍ରାର୍ଥନା' ଲୋକାର୍ପିତ](https://odishasahitya.com/akshay-pauls-bird-prayer-published/): ଭୁବନେଶ୍ଵର : ଦୁଃଖ, କାରୁଣ୍ୟ ଓ ସମ୍ବେଦନା ହେଉଛି କବିତାର ମୂଳ କଥା । ଅନୁଭବ ଓ ସଂପ୍ରିତୀ ବଳରେ କବିତା ଲେଖାଯାଏ । କବି ଅକ୍ଷୟ ପାଳଙ୍କ କବିତା ପୁସ୍ତକ ‘ପକ୍ଷୀ ପ୍ରାର୍ଥନା’ର ଲୋକାର୍ପଣ ଅବସରରେ ଅତିଥିମାନେ ଏହା କହିଛନ୍ତି । ଗୀତଗୋବିନ୍ଦ ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉଦ୍ୟୋଗୀ ସୌମ୍ୟରଞ୍ଜନ ସାମଲ, ପ୍ରଫେସର ବସନ୍ତ କୁମାର ପଣ୍ଡା, ସମାଲୋଚକ ବୈରାଗୀ ଚରଣ ପଟ୍ଟନାୟକ ଯୋଗ ଦେଇ କବିଙ୍କ ଲେଖାର ଆଲୋଚନା କରିଥିଲେ । ଭୁବନେଶ୍ଵର ସାହିତ୍ୟ ସମାଜ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି କବି ରକ୍ଷକ ନାୟକ ସଭାରେ ପୌରହିତ୍ୟ କରିଥିଲେ । ପୁସ୍ତକର କେତେକ କବିତା ବେଦପ୍ରକାଶ ନାୟକ ଓ କବି ସୁଶ୍ରୀ ସୁନ୍ଦର ରାୟ ପାଠ କରିଥିଲେ । କବି ମନୀଷା ବିଶ୍ଵାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଟ୍ରଷ୍ଟର ସଭାପତି କବି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲେ ।… - [ଏମାନେ ଓ ସେମାନେ](https://odishasahitya.com/these-and-those/): ସତ୍ୟନାରାୟଣ ଗନ୍ତାୟତ ତଥାପି ସେମାନଙ୍କ କଥା ପଚାରୁଛ ? ହେଲେ ସେମାନେ ପରା ଆଉ ନାହାଁନ୍ତି । ଗଲେଣି । ଗଲେଣି ବୋଇଲେ ଆମେ ଇ ବିଦା କରିଦେଲୁ ପରା ? “ଗଲାଣି ତ ଗଲା କଥାରେ ସଙ୍ଗୀତ” ବୋଲି ତୁନି ନରହି ଫେର୍ ସେମାନଙ୍କ କଥା ଉଠାଉଛ ? ତେବେ କ’ଣ ଏଇଆ ସମଝିବା ଯେ ସେମାନେ ଛାଡ଼ି ଯାଇଥିଲେ ବି ସେମାନଙ୍କ ସହ ଥିବା ସମ୍ପର୍କର ଛିଡ଼ା ଡୋର ଖଣ୍ଡକ ତଥାପି ଆମକୁ ପକଡ଼ିବାକୁ ଛାଡ଼ି ଯାଇଛନ୍ତି ? ଓଃ ତେଣୁ ଏଇନେ ଭାଳେ ମନ, ସେମାନଙ୍କ କଥା ଘନଘନ ?? ତେବେ ‘ସେମାନେ’ ବିଦା ହେବା ପରେ ପରା ‘ଏମାନେ’ ଯାବତ ଅଉଲ ନମ୍ବରିଆ କଥା ମାନ କହିକହି ଅଇଲେ । ଅମୁକ କରିଦବୁ ସମୁକ କରିଦବୁ, ତୁଚ୍ଛା କ୍ଷୀର ମହୁ ଇ ନୁହଁ, ଏକାନଟେ ପଞ୍ଚାମୃତରେ ଇ ଭସାଇଦେବୁ ଯେ ଗୋଟାପଣେ କ୍ଷୀରସମୁଦ୍ରରେ ଉବୁଟୁବୁ ହୋଇଯିବ… - [ମୁକ୍ତ ଆକାଶ](https://odishasahitya.com/open-sky/): ବିନୟ ମହାପାତ୍ର ତୁମେ ଚାହିଁଥିଲ, ଏକ ମୁକ୍ତ ଆକାଶବାଧାଶୂନ୍ୟ ସ୍ଵାଧୀନ ଜୀବନଆପଣାର ଡେଣା ଝାଡ଼ି,ତୁମେ ଦିନେ ଉଡ଼ିଗଲତୁମର ସେ ଦିଗନ୍ତ ବିସ୍ତାରି ସ୍ୱପ୍ନର ଉନ୍ମୁକ୍ତ ଜୀବନେ,ଅନ୍ତହୀନ ଅନନ୍ତ ଗଗନେ ।ଦ୍ରାଘିମାରୁ ଦ୍ରାଘିମା ପର୍ଯ୍ୟନ୍ତ,ଅକ୍ଷାଂଶର ବିଭକ୍ତିକୁ ଅସ୍ୱୀକାର କରିମେରୁ ଲଙ୍ଘି ଉଡ଼ିବାର ତୁମର ଯେ ଇଚ୍ଛା,ଅନନ୍ତ ଦିଗନ୍ତ ମାପିଯିବା ପାଇଁ ।କୁହ କେମିତି ବୁଝାଇ ଥାଆନ୍ତି ତୁମକୁ,ପ୍ରେମ କେବେ ବନ୍ଧନ ନୁହେଁ,ପ୍ରେମ ନୁହେଁ, ଖାଲି ଦେହ ଆକର୍ଷଣପ୍ରେମ ଏକ ସର୍ତ୍ତହୀନ ଆତ୍ମସମର୍ପଣ । ହଁ, ପ୍ରେମକୁ ତୁମେ ବନ୍ଧନ କହିପାର,ହେଲେ ପାରିବ କି କହି,କିଏ କାହାକୁ ବାନ୍ଧିଛି ?ପ୍ରେମରେ କେବଳ ଥାଏ,‘ଦୁଇ’କୁ ଏକ କରିବାର ସୁତ୍ର,ଏକ ଯୋଗ ଏକ, ଦୁଇ ହୁଏନା ସଦା,ଏକ ଯୋଗ ଏକ, ଏକ ବି ହୁଏ,ବିଚିତ୍ର ଏ ପ୍ରେମର ଗଣିତ ।ଦୁଇ ମନ, ଦୁଇଟି ହୃଦୟ,ଦୁଇ ଆତ୍ମା, ଦୁଇଟି ଶରୀର,ଏକ ଆରେକରେ ମିଶେ,ଏକ ମନ, ଏକ ହୃଦୟଏକାତ୍ମ, ଏକ ଶରୀର,ଅର୍ଦ୍ଧାଙ୍ଗ ଯେ ଏକ ଆରେକର । ପ୍ରେମ ସିଏ… - [AI କେବେ ସୃଜନଶୀଳତାକୁ ଟପି ଯାଇପାରିବ ନାହିଁ](https://odishasahitya.com/ai-can-never-surpass-creativity/): ଭୁବନେଶ୍ଵର : ଅତୀତରେ ସାହିତ୍ୟିକଙ୍କ ପାଇଁ ଆଜି ଭଳି ପୁରସ୍କାର କି ପ୍ରୋତ୍ସାହନ ନଥିଲା । ଜ୍ଞାନପୀଠ ଆରମ୍ଭ ହୋଇ ନଥିଲା କି ସାହିତ୍ୟିକଙ୍କୁ ନୋବେଲ ପୁରସ୍କାର ବି ମିଳୁନଥିଲା । ତଥାପି ଓଡ଼ିଶାରେ ଗଙ୍ଗାଧର ମେହେର, ଫକୀରମୋହନ ସେନାପତି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭଳି ମହାନ ସ୍ରଷ୍ଟା କାଳଜୟୀ ରଚନା କରିଥିଲେ । ପ୍ରତିକୂଳ ପରିସ୍ଥିତିରେ ଓଡ଼ିଶାରେ ଅନେକ ସାହିତ୍ୟର ସର୍ଜନା ହୋଇଥିଲା । ଏବେ ସୁଯୋଗ ଓ ସମ୍ଭାବନା ଯଥେଷ୍ଟ ରହିଛି । ମାତ୍ର ଆଉ ଜଣେ ଗଙ୍ଗାଧର କି ଫକୀରମୋହନଙ୍କୁ ଓଡ଼ିଶା ସୃଷ୍ଟି କରିପାରୁନି କାହିଁକି ? ସମ୍ବଲପୁର ତପସ୍ଵିନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ‘ସମ୍ବାଦ’ର ସହିତ୍ୟୋତ୍ସବ ‘ମହୁଲ ଝାରେ ବରଷିଲା ପାନି’ କୁ ଉଦଘାଟନ ଅବସରରେ ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି କିଛି ପ୍ରଶ୍ନ କରିବା ସହିତ ଏହା ଉପରେ ଗବେଷଣା ଜରୁରୀ ବୋଲି କହିଥିଲେ ।… - [ଗଳ୍ପ ସଂକଳନ 'ଚିର୍ କୁଟ୍' ଉନ୍ମୋଚିତ](https://odishasahitya.com/short-story-collection-chir-kut-launched/): ଭୁବନେଶ୍ଵର : ପ୍ରକାଶନୀ ସଂସ୍ଥା ‘ପେନ୍ ଇନ୍ ବୁକ୍ସ’ ଦ୍ଵାରା ପ୍ରକାଶିତ ଘନଶ୍ୟାମ ପାଣିଗ୍ରାହୀଙ୍କ ତୃତୀୟ ଗଳ୍ପ ସଂକଳନ ‘ଚିର୍ କୁଟ୍’ ପଟିଆ ସ୍ଥିତ ଏକ ତାରକା ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ପ୍ରକାଶନ ସଂସ୍ଥାର ଉପମହାପ୍ରବନ୍ଧକ ତଥା ଲେଖକ ପ୍ରକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଓ ସ୍ତମ୍ଭକାର ଦାଶ ବେହେନୁର ଯୋଗ ଦେଇଥିଲେ । ଅତୀତକୁ ମନେ ପକେଇବା ଏକ ସୁଖଦ ଅନୁଭବ ବୋଲି ସେ କହିଥିଲେ । ଗାଳ୍ପିକ ଶ୍ରୀ ପାଣିଗ୍ରାହୀଙ୍କ ଭଳି ପ୍ରକାଶନ ବିମୁଖ ଲେଖକଙ୍କୁ ‘ପେନ୍ ଇନ୍ ବୁକ୍ସ’ ପ୍ରକାଶ ମନସ୍କ କରେଇପାରିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ଏଥିପାଇଁ ସେ ଦୁଇ ବର୍ଷ ଭିତରେ ତିନିଟି ଲୋକପ୍ରିୟ ଗଳ୍ପ ସଂକଳନ ପ୍ରକାଶ କରିପାରିଛନ୍ତି ବୋଲି ଶ୍ରୀ ବେହେନୁର କହିଥିଲେ । କାର୍ଯ୍ୟକ୍ରମର ମୁଖ୍ୟବକ୍ତା ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ ଯେ… - [ପ୍ରଧ୍ୟାପିକା ଡ. ସୁଚେତା ମିଶ୍ରଙ୍କ ବିୟୋଗରେ ଶୋକ](https://odishasahitya.com/condolences-on-the-passing-away-of-professor-dr-sucheta-mishra/): ଭୁବନେଶ୍ଵର : ଡ. ସୁଚେତା ମିଶ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଡ. ମିଶ୍ର ଜଣେ ସୁସାହିତ୍ୟିକା ଓ ସଂସ୍କୃତ ଗବେଷିକା ଥିଲେ ।ତାଙ୍କ ବିୟୋଗରେ ସାଂସଦ ରୁଦ୍ର ନାରାୟଣ ପାଣି ଗଭୀର ଶୋକ ପ୍ରକାଶ କରିଛନ୍ତି । ଡ.ମିଶ୍ର ସଂସ୍କୃତ ପ୍ରାଧ୍ୟାପିକା ଭାବରେ ୨୦୨୨ ଜୁଲାଇ ମାସରେ ଅବସର ଗ୍ରହଣ କରିବା ପରେ ସାହିତ୍ୟ ସାଧନା ଏବଂ ବିଭିନ୍ନ ଧର୍ମ କାର୍ଯ୍ୟରେ ଜଡ଼ିତ ଥିଲେ । ସେ ଢେଙ୍କାନାଳ ଆର୍ଟ ଅଫ୍ ଲିଭିଙ୍ଗର ସଦସ୍ୟା ସହିତ ଜିଲ୍ଲା ଲେଖକ ସଂସଦର ସଦସ୍ୟା ମଧ୍ୟ ଥିଲେ । ଏହାବ୍ୟତୀତ ଭାରତ ବିକାଶ ପରିଷଦ ଏବଂ ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଶାଖା ସଭାନେତ୍ରୀ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ । ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ବିଭିନ୍ନ ଧାର୍ମିକ ପ୍ରବଚନ କାର୍ଯ୍ୟକ୍ରମରେ ବକ୍ତା ଭାବରେ ଯୋଗଦେବା ସହିତ… - [କବୟିତ୍ରୀ କୃଷ୍ଣପ୍ରିୟା ସାହାଣୀଙ୍କ ଦୁଇଟି କବିତା ପୁସ୍ତକ ପାଠକାର୍ପିତ](https://odishasahitya.com/two-poetry-books-by-poet-krishnapriya-sahani-read-aloud/): ଭୁବନେଶ୍ଵର : ଆଜି ସ୍ଥାନୀୟ ମହିଳା ମହାବିଦ୍ୟାଳୟର ସଭାକକ୍ଷରେ ସେବା ନିବୃତ୍ତା ଇଂରାଜୀ ଭାଷା ସାହିତ୍ୟର ପ୍ରାଧ୍ୟାପିକା କୃଷ୍ଣପ୍ରିୟା ସାହାଣୀଙ୍କ ଦ୍ୱିତୀୟ କବିତା ପୁସ୍ତକ “ଅବ୍ୟକ୍ତ ଈଶ୍ୱର” ଓ ପ୍ରଥମ ଇଂରାଜୀ କବିତା ସଂକଳନ “THE WINGED CHARIOT” ପାଠକାର୍ପିତ ହୋଇଯାଇଛି । ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଅର୍ଚ୍ଚନା ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ସୁଲେଖକ ଓ ଶିକ୍ଷାବିତ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କ୍ରମରେ କବୟିତ୍ରୀଙ୍କ ସାମାଜିକ ପ୍ରତିବଦ୍ଧତା ସମ୍ବନ୍ଧରେ ସୂଚନା ପୂର୍ବକ ରାୟଗଡ଼ାର ସମୃଦ୍ଧ ସାହିତ୍ୟିକ ଐତିହ୍ୟ ସମ୍ପର୍କରେ ସବିଶେଷ ଉଲ୍ଲେଖ କରି ବହୁ ଦିବଙ୍ଗତ ସାଧକଙ୍କ ଅବଦାନକୁ ସଶ୍ରଦ୍ଧ ସ୍ମରଣ କରିଥିଲେ । ରାୟଗଡ଼ା ଉପ-ଜିଲ୍ଲାପାଳ ରମେଶ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜରେ ଶାନ୍ତି ମୈତ୍ରୀ ଓ ଭ୍ରାତୃଭାବର ପୁନଃ ପ୍ରତିଷ୍ଠା ଦିଗରେ ବଳିଷ୍ଠ ମାଧ୍ୟମ ହେଉଛି ସାହିତ୍ୟ ଏବଂ ସାହିତ୍ୟ ମାଧ୍ୟମରେ ହିଁ… - [ମଝିକାନ୍ଥ](https://odishasahitya.com/book-review-majhikantha/): ଶୁଭ ନାରାୟଣ ସ୍ଵାଇଁ ଯୁବ ଗାଳ୍ପିକ ଶିବାଶିଷ ପାଢୀଙ୍କ ନମ୍ର ଭାବ ଓ ମୁହଁର ହସ ପରି ତାଙ୍କର ଗପଗୁଡ଼ିକ ମଧ୍ୟ ଖୁବ୍ ନମ୍ର ଓ ପୁଲକିତ । କଥାକୁହା ଢଙ୍ଗରେ ଖୁବ୍ ସାଧାରଣ ଭାବରେ କଥା କୁହନ୍ତି ତାଙ୍କ ଗପର ପ୍ରତିଟି ଚରିତ୍ର ଏବଂ ତାହା ଭିତରେ ଦୃଶ୍ୟମାନ ହୁଏ ସେମିତି କିଛି ଘଟଣା, ଯାହାକୁ ଆମେ ନିତିଦିନ ଭେଟିଥାଉ କେଉଁଠିନା କେଉଁଠି । ସେହି ଦୃଶ୍ୟକୁ, ଛୋଟ ଛୋଟ କଥାକୁ ଗପ କରି ଗଢନ୍ତି ଗାଳ୍ପିକ ଏବଂ ପାଠକ ହାତରୁ କପେ ଚା’ ଶେଷ ହେବା ଆଗରୁ ପଢି ଶେଷ ହୋଇଯାଏ ଗୋଟିଏ ଗପ । ଖୁବ୍ ଭଲ ଲାଗେ ତାଙ୍କର ଏହି ଛୋଟ ଛୋଟ ଗପ । ଏ ମଧ୍ୟରେ ମୁଁ ପଢିବାକୁ ପାଇଛି ଗାଳ୍ପିକଙ୍କ ପଞ୍ଚମ ଗଳ୍ପ ସଂକଳନ “ମାଟି କାନ୍ଥ” । ଏହି ଗଳ୍ପ ସଂକଳନଟି ବି ସେମିତି ହିଁ କହିଛି କଥା ।… - [ମୁଁ, ତମେ ଆଉ ଏ ଦୁନିଆ](https://odishasahitya.com/i-u-and-society/): ଜୟଶ୍ରୀ ପ୍ରିୟଦର୍ଶିନୀ ମହାପାତ୍ର ଦୁନିଆରେ ଆଉ କଣ ଅଛିସ୍ନେହ ଟିକକ ମୋ ପାଉଣାକଣ ରଖିଥିଲି, କଣ ନେଇଯିବିନାହିଁ ମୋତେ ଏବେ ଅଜଣା ବିଚିତ୍ର ଏଇ ଦୁନିଆରେ ସମସ୍ତେ ମୋର ନିଜରକେହି ନୁହେଁ ପର, ସଭିଙ୍କୁ କରିବି ଆପଣାରହୃଦୟରେ ସ୍ମୃତିଟିଏ ହୋଇ ବଞ୍ଚିବା ଏତେ କମ ନୁହେଁତଥାପି … ରହିଗଲା କିଛି ଅବଶୋଷକିଛି ଅଧାଗଢା ସ୍ଵପ୍ନବଞ୍ଚିବାକୁ ହେବ ଏବେ ସେମିତିସାଥୀ ସହୋଦର ବିନାଜୀବନ ଏବେ ଶୂନ୍ୟମୟ ଦିନ ଚାଲିଯାଏ, ଚିହ୍ନ ହଜିଯାଏଏ ମନ କାହାକୁ ଭଲପାଇ ଯାଏପୁଣି କାହାକୁ ଭୁଲିଯାଏତଥାପି ପ୍ରେମ ମରେନିସେମିତି ସତେଜ ଥାଏନୀଳ କଇଁ ପରି, ପଦ୍ମ ପତ୍ର ପରିଆଉ ଗୋଲାପ କଢିଟିଏ ପରି କଥା ଦିଅ ମୋତେ ମନେରଖିବଯାହା ବି ହେଇଯାଉ ସବୁବେଳେ ହସିବକାହିଁକି ନା, ହସିବାଟା ତୁମ କାମ ଆଉତୁମର ହସ ହସ ମୁହଁ ଦେଖିବା ମୋ କାମ । ବଜ୍ରକବାଟି ରୋଡ଼, କଟକ ଲେଖକ ପରିଚୟ ପିଲାଦିନୁ ଲେଖାଲେଖିରେ ରୁଚି ଥିଲା । କ୍ଲାସରେ ଓଡ଼ିଆ… - [ଚୁମ୍ବନର ମାନଚିତ୍ର](https://odishasahitya.com/map-of-kiss/): ସୁଧୀର କୁମାର ପଣ୍ଡା ଓଠ ଦିଏ ଛୁଆଁ କରେ ସେ କିମିଆ ମନକୁ ହରସ କରେଜାଗା ଛୁଆଁ ନେଇ ଭାବ ସେ ପ୍ରକାଶେ ଭାବ ନେଇ ମନ ଝୁରେ । ହାତଟିକୁ ନେଇ ଓଠରେ ଛୁଆଁଇ ଚୁମାଟିଏ ଯେବେ ଦିଅଭଲ ଭାବ ସହ ସମ୍ମାନ ଅନେକ ଏଇ ଭାବ ବୁଝି ନିଅ । ଦୁଇ ହାତେ ଯେବେ ମଥାଟିକୁ ଧରି ଚୁମ୍ବନ ଦିଅ କପାଳେପ୍ରେମ ସସମ୍ମାନେ ପ୍ରତିଶ୍ରୁତି ମନେ ଭଲପାଏ ସବୁବେଳେ । ନାକର ଉପରେ ସରଳ ଚୁମାଟେ ଯେବେ ହୋଇଯାଏ ଅଙ୍କାପ୍ରେମର ଜ୍ୟାମିତି ଅତିଟି ସରଳ ନାହିଁ କିଛି ଅଙ୍କାବଙ୍କା । କାନର ତୁଳୀରେ ସରାଗ ବୋଳାରେ ଟଣାହୁଏ ଯେ ଚୁମ୍ବନସେ ଚୁମ୍ବନ ଅଟେ ସପନରେ ଭରା ସପନରେ ଭରା ମନ । ମୁଦ୍ରିତ ଚକ୍ଷୁର ପତାର ଉପର ଚୁମ୍ବନ ପରଶ ଭରେଚୁମିଲା ଓଠର ଧରା ହୃଦୟଟି ତୁମ ପାଇଁ ଝୁରି ମରେ । କରି ଆଲିଙ୍ଗନ ନିବିଡ଼ କମ୍ପନ… - [ପ୍ରେମିକ](https://odishasahitya.com/premika-ra-katha/): ଦିପୁନ ପୁହାଣ ମୋର ଏମିତି ଭଲ ପାଇବାର ନଥିଲା ତତେତୋ ଆଖି ସହ ଆଖି ମିଶେଇବାର ହିଁ ନଥିଲା ମୋରକି ଏମିତି ହସ ଆଉ ଲାଜ ବିଞ୍ଚି ଦେବାର ନଥିଲା ତତେପ୍ରତିବଦଳରେ… ବସନ୍ତର ଉତ୍ତଳା ପବନରେ ଝଡ଼ା ପତ୍ର ହେଇଝଡ଼ି ଯିବାର ଥିଲା ଆମର ଏ ଅଳିକ ଦେଖାଚାହାଁତୋ ହାତର ଛୁଆଁ ବାଜି ସବୁଜ ଆଶାଟିଏଗଜୁରିବାର ନଥିଲା ଆଦୌ ମୋ ଭିତରେ । ଧୂଳି ଧୂସରିତ, କ୍ଳାନ୍ତ, ଅବସାଦ ନେଇଖରାର ଧାସରେ ଝାଉଁଳି ଯିବାର ଥିଲାଆମ ପ୍ରେମର ଆତୁରପଣଓଠର ଓଦା ପିଇପିଇ ଏମିତି ବଞ୍ଚିବାର ନଥିଲା ଆମକୁ ତୋ ଛାତିର ସହରରେ ଆତ୍ମଘୋଷିତ ପୋଲିସ୍ ସାଜିତଲାସିବାର ନଥିଲା ମୋତେ ତିଳ ଚିହ୍ନତୋ ପାଦରେ ପାଦ ମିଳେଇ ଚାଲିବାର ନଥିଲାଠିକଣା ବିହୀନ ଏଇ ଆଦିମ ରାସ୍ତାରେ । ଜଳିବାର ନଥିଲା ମୋତେ ତୋ ସହଲୁହ ହେଇ ଝରିବାର ନଥିଲା ତତେ ମୋ ଆଖିରୁ ଡରିବାର ଥିଲା ମୋତେ …ଡରିଡରି ବଞ୍ଚିବାର ଥିଲା ତତେ… - [ଭୁବନେଶ୍ଵର ସାହିତ୍ୟ ସମାଜ ଟ୍ରଷ୍ଟର 'ସାହିତ୍ୟ ମାସିକୀ'](https://odishasahitya.com/literary-monthly-of-bhubaneswar-sahitya-samaj-trust/): ଭୁବନେଶ୍ଵର : ଜୀବନ ସଂଘର୍ଷ ଓ ସଂଗ୍ରାମ ମଣିଷକୁ ଅଧିକ ସଫଳ କରାଏ । ପ୍ରତିକୂଳତା ଆମ ଜୀବନକୁ ଅର୍ଥପୂର୍ଣ୍ଣ କରେ ଓ ତାହା ସୃଜନଶୀଳତାକୁ ଉତ୍ସାହିତ କରେ ବୋଲି ଗାଳ୍ପିକ, ଗୀତିକାର ଓ ସଂଳାପକାର ବିଜୟ ମଲ୍ଲ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ମଲ୍ଲ ତରୁଣ ପ୍ରତିଭାମାନଙ୍କୁ ଅଧିକ ଅଧ୍ୟୟନ ପାଇଁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଥାକାର ଅରବିନ୍ଦ ରାୟ, ଦିଲ୍ଲୀପ ବିଶୋଇ, ପ୍ରିୟରଞ୍ଜନ ସାହୁ, ନନ୍ଦ କିଶୋର ବିଶ୍ଵାଳ, ରମେଶ ପଟ୍ଟନାୟକ ଓ ସଞ୍ଜୟ ମହାନ୍ତି ପ୍ରମୁଖ ବିଭିନ୍ନ ପ୍ରଶ୍ନ କରିଥିଲେ । କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପସଭାପତି ମିନତି ଦାଶଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସତ୍ୟନାରାୟଣ ସିଂହ, ଅକ୍ଷୟ… - [ପରିଚୟେ ଧର୍ମମଙ୍ଗ](https://odishasahitya.com/parichaye-dharmamanga/): ମଧୁମିତା ମିଶ୍ର ଜନ୍ମରୁ ନାମରେ ପରିଚିତ ନର କର୍ମେ ଉତ୍ତର ଜୀବନେପରିବାର ବନ୍ଧୁ ସାଙ୍ଗ ମହଲରେ ଆପଣା ପର ଗହଣେକିଏ ଜାଣେ ସେ ଯେ ସନ୍ତାନ ତାଙ୍କରି କିଏ କୁହେ ସହୋଦରକିଏ ପୁଣି କୁହେ ସଙ୍ଗୀ ତୁମେ ମୋର ଏ ଜନ୍ମ ଆରଜନ୍ମର । ଜୀବନ ଜୀବିକା ପରିଚୟ ଦିଏ ସେବା ସାହାଯ୍ୟ ବି ଦିଏମନ ମଧ୍ୟେ ସ୍ଥିତ ଈଶ୍ୱର ନାମରେ ଧର୍ମ ପରିଚୟ ଦିଏକେଉଁ ରୂପେ ସତେ ଦେଖିବ ପରମେ ଅଦେଖା ରୂପ ଯାହାରିଧାର୍ମିକ ବିଶ୍ୱାସ ବଳେ କିନ୍ତୁ ସଦା ନାମରେ ହୁଏ ଗୁହାରି । ମଣିଷ ଜନ୍ମର ପରିଚୟ କଣ କର୍ମ ହୁଏ ନାହିଁ କେବେସଂକୀର୍ଣ୍ଣ ଧର୍ମର ଦାୟରେ ବିଭକ୍ତ ସତେ ସମାଜ କି ଭବେଧର୍ମ କି ଶିଖାଏ ହିଂସା ଘୃଣା ଦ୍ୱେଷ ଅସହ୍ୟ ଅସୂୟା ଭାବଧର୍ମ କି ଶିଖାଏ ରକ୍ତପାତ ସତେ ରଚେ କି ମୃତ୍ୟୁ ତାଣ୍ଡବ । ସୂର୍ଯ୍ୟ ଚନ୍ଦ୍ର ତାରା ମରୁତ ସମାନ ଅଭିନ୍ନ… - [ରଜସ୍ଵଳା](https://odishasahitya.com/rajaswala/): ଶିବାନୀ ଦାସ “ଆଲୋ ମାଇକିନା ଝିଅଟା ହେଇଚୁ, ଏଡ଼େ ସକାଳ ଯାଏ କଣ ଗଣ୍ଡିଟା ଭଳିଆ ପଡ଼ିଚୁ ବା !! ତେଣେ ରୀତା, ମୀନା ଗାଧେଇ ପାଧେଇ ନୂଆ ଖଣ୍ଡେ ଖଣ୍ଡେ ପିନ୍ଧିଲେଣି । ଆମ ସମୟରେ ରାତି ନପାହୁଣୁ ନଈରେ ବୁଡ଼ ପକେଇ ଆସୁଥିଲୁ, ନୂଆ ନୁଗୁଆ ପିନ୍ଧୁଥିଲୁ, ସ୍ନୋ ପାଉଡ଼ର ଟିକେ ଲଗେଇ ଦେଇ ଓଠ ପଝଉ ଥିଲୁ । ତାପରେ ସାଙ୍ଗମାନଙ୍କ ଘର ବୁଲିବୁଲି ପୋଡ଼ପିଠା, ପାନ ଖଣ୍ଡେ ଖାଇ ଦୋଳି ଖେଳି, ସେ ଝବଡ଼ା ଟୋକା ପଞ୍ଜାଙ୍କ ଠସିଲି ଶୁଣି ଶୁଣି କେଡ଼େ ବେଗି ରଜ ସରି ଯାଉଥିଲା, କିଛି ଜଣା ପଡୁ ନଥିଲା । କଣ କହିବିଲୋ ମାଆ ସେଯୁଗ କଥା ! ଉଠ ବା ମାଆ । ଭୋଅର ୪ଟା ଆସିକି ହେଲାଣି । କାଉ ରାବ ଦେଲାଣି । ଆଲୋ ଉଠ । ମିନୁ ! ଉଠୁନୁ ଲୋ ।” ଜେଜେ… - [ଏ ମୋର ଅଶାନ୍ତ ରାତି](https://odishasahitya.com/e-mor-ashanta-rati/): କେଦାର ମିଶ୍ର ଆକାଶରେ ମିଳେଇ ଯାଇଥିବା ଶେଷ ବିନ୍ଦୁ ପକ୍ଷୀପବନରେ ନିଖୋଜ ମଲ୍ଲିକାର ଶେଷ ପାଖୁଡ଼ା ବାସ୍ନାଛାତିରେ ପଥର ହୋଇଯାଇଥିବା ସର୍ବ ପୁରାତନ ଛାନ୍ଦଶେଷ ଡଙ୍ଗାରେ ସମୁଦ୍ର ଟପିଥିବା ଆମର ବିଷାଦଖାଲି କାଗଜରେ କେହି ବି ଆଉ କବିତା ହେବେ ନାହିଁ । କବିତାରେ ଆଉ ଆସିବ ନାହିଁଅଶାନ୍ତ ଢେଉର ଶଙ୍ଖ ଓ ଶାମୁକାଭୁଲି ହୋଇଯାଇଥିବା ପ୍ରେମ ଓ ବିଶ୍ଵାସଘାତକତାକବିତାରେ ତମର ଦେଖା ଅଦେଖା କିଛି ରହିବ ନାହିଁରହିବ ନାହିଁ ଆମ ସମୟର ଚତୁର ଷଡ଼ଯନ୍ତ୍ରରାଜନୀତିର ଖେଳ ଓ ବିଷକନ୍ୟାର ଚୁମ୍ବନକବିତାରେ ରହିବ ନାହିଁଆମେ ଦୁହେଁ ଏକାକୀ ମାପିଥିବାଶେଷ ଜଙ୍ଗଲ, ଶେଷ ଆକାଶ ଓ ଶେଷ ଛାୟାପଥ । କବିତାରେ ରହିବ ନାହିଁ ଆମ ସମୟର କୋୖଣସି ଅକ୍ଷରମଲା ହଂସ ଓ ଡାଇନୋସରଙ୍କୁ ନେଇପୁରାଣ ସମୟକୁ ନୂଆ କରି ଲେଖିବ କବିତାକବିତା, ଆମ ସମୟର କୁମ୍ଭମେଳାରେଦଳିଚକଟି ଖତମ ହୋଇଯାଇଥିବାମାଟିର ହୃଦୟ । କବିତା ରହିବ ନାହିଁକବିତା ରହିବ ନାହିଁଖାଲି ବାକି ରହିବ… - [ଘୋଷଣା ହେଲା ୨୦୨୫ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର](https://odishasahitya.com/sahitya-akademi-awards-for-2025-announced/): ଭୁବନେଶ୍ଵର : କେନ୍ଦ୍ର ସାହିତ୍ୟ ଏକାଡ଼େମୀର କାର୍ଯ୍ୟନିର୍ବାହୀ ବୈଠକରେ ଆଜି ୨୦୨୫ ବର୍ଷ ନିମନ୍ତେ ଓଡ଼ିଆ ସମେତ ୨୩ଟି ଭାଷା ପାଇଁ ଯୁବ ପୁରସ୍କାର ଘୋଷଣା କରାଯାଇଛି । ଚଳିତଥର ଓଡ଼ିଆ ଭାଷାରେ ଏକାଡ଼େମୀର ଯୁବ ପୁରସ୍କାର ପାଇବେ ଲେଖକ ସୁବ୍ରତ କୁମାର ସେନାପତି । ସେହିପରି ବାଲ୍ ସାହିତ୍ୟ ପୁରସ୍କାର ପାଇବେ ଜଣାଶୁଣା ଶିଶୁ ସାହିତ୍ୟିକ ରାଜକିଶୋର ପାଢୀ । ଗଳ୍ପ ସଂକଳନ ‘କଦମ୍ବ ବନ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ୨୦୨୫ ପାଇବେ ସୁବ୍ରତ କୁମାର ସେନାପତି । ପରବର୍ତ୍ତୀ ସମୟରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ପୁରସ୍କାର ବାବଦକୁ ତାଙ୍କୁ ତାମ୍ର ଫଳକ ସହ ୫୦ ହଜାର ଟଙ୍କା ପୁରସ୍କାର ରଶି ପ୍ରଦାନ କରାଯିବ । ଯୁବ ପୁରସ୍କାର ପାଇଁ ପ୍ରତ୍ୟେକ ଭାଷାରେ ୩ ଜଣିଆ ସଦସ୍ୟ ବିଶିଷ୍ଟ ବିଚାରକ ମଣ୍ଡଳୀ ଗଠନ କରାଯାଇଥିଲା । ସେହି ବିଚାର ମଣ୍ଡଳୀଗୁଡ଼ିକର ସୁପାରିଶ କ୍ରମେ ଏହି… - [ଜୀବନ-କାମନା-ଦୁଃଖ](https://odishasahitya.com/life-sadness-desire/): ବିନୟ ମହାପାତ୍ର ଜୀବନ ମାନେ କି ଯନ୍ତ୍ରଣା ଖାଲି,ଆଉ କେଇ ଟୋପା ଲୁହ,ଆଖିକୋଣୁ ନିତି ଝରି ବୋହିଯାଏ,ଭିଜେ ଆଖିପତା, ଓଠକୁ ଭିଜାଏନା’ ତୁମ କାନି, ନା’ ମୋ ଚିବୁକକେମିତି ଧରିବ କୁହ ।ଯନ୍ତ୍ରଣାର ଏଠି, ଅନ୍ତ ନାହିଁ କେବେଅଥଳ ସାଗର ପରି,ଯନ୍ତ୍ରଣା ଭିତରେ ଜୀବନଟା ଯାହାଛଟପଟ ହୁଏ,ସାଗରେ ଲବଣ ସରି । ଜୀବନରେ ଯେତେ ଯନ୍ତ୍ରଣା ଆସେମଣିଷର ମନ କାମନା ଜାତ,ମନ ମାନେନାହିଁ, ଅବୁଝା ପିଲାଟେସରଗ ଚାନ୍ଦକୁ ବଢାଏ ହାତ,ଜହ୍ନ ମିଳେ ନାହିଁ ମନ ମରିଯାଏହେଲେ ବୁଝେ ନାହିଁ ମନ,ସଞ୍ଜ ନଇଁଲେ ଆକାଶକୁ ଚାହେଁଜହ୍ନ ଖୋଜେ ପ୍ରତିଦିନ । ନଦୀ ବୋହି ଆଣେକେତେ ଯେ ଲବଣ,ମିଶେ ପ୍ରତିଦିନ ସମୁଦ୍ରେ ଜଳେ,ଅନ୍ତହୀନ ଏଠି କାମନାର ଧାରା,ଅନନ୍ତ ଯନ୍ତ୍ରଣା ଜୀବନେ ଭରଇ,ସଙ୍ଗ ଛାଡ଼େ ନାହିଁ, ମରିବା ଯାଏ । କାମନା ବିନାଶେ ଦୁଃଖର ବିନାଶହେଲେ, କାମନା ତ ଅବିନାଶୀ,ପାରିବ ଯଦି କାମନା ମୁହଁରେଲଗାମ ଲଗାଇ,ଦୁଃଖ ବି ଯିବ ଆପଣା ପଥେ,ଜୀବନେ ଫେରିବ ଖୁସି ।… - ['ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର' ପାଇବେ ଶୁଭଶ୍ରୀ ଶୁଭସ୍ମିତା](https://odishasahitya.com/subhasree-subhasmita-to-receive-chandra-kumar-mohanty-poetry-award/): ଭୁବନେଶ୍ଵର : କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି କମିଟି ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର’ ୨୦୨୫ ପାଇଁ କବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର (ଜନ୍ମ ୧୯୮୨) ପାଇବେ ବୋଲି ଗତକାଲି ଏକ ପ୍ରେସ ବିବୃତ୍ତିରେ ଘୋଷଣା କରାଯାଇଛି । ବାଲେଶ୍ଵରର ବିଶିଷ୍ଟ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ସ୍ମୃତି ରକ୍ଷା ନିମନ୍ତେ ଗଠିତ ‘ଚନ୍ଦ୍ର କୁମାର ମହାନ୍ତି ସ୍ମୃତି କମିଟି’ ପକ୍ଷରୁ ୨୦୧୭ରୁ ଆରମ୍ଭ ହୋଇଥିବା ଏହି ସ୍ମୃତି ଉତ୍ସବ ଅବସରରେ ପ୍ରତିବର୍ଷ ୪୫ରୁ ୫୦ ବର୍ଷ ବୟସ ସୀମା ମଧ୍ୟରେ ଜଣେ ଓଡ଼ିଆ କବିଙ୍କୁ ଚୟନ କରାଯାଇ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଚଳିତ ବର୍ଷ ପାଇଁ ମନୋନୀତ ହୋଇଥିବା କବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ୮ଟି କବିତା ପୁସ୍ତକ ଓ ଗୋଟିଏ ପତ୍ର ଉପନ୍ୟାସର ସ୍ରଷ୍ଟା ହୋଇଥିବା ବେଳେ ଓଡ଼ିଆ କବିତା କ୍ଷେତ୍ରରେ ସେ ବେଶ… - [ପଞ୍ଚାନବେ ବର୍ଷ ପରେ ପୁଣି 'ମୁକୁର'](https://odishasahitya.com/again-mukur-after-95-yrs-later/): ଭୁବନେଶ୍ଵର : ଭାଷାଭିତ୍ତିକ ଓଡ଼ିଶା ଗଠନ ତଥା ଓଡ଼ିଆ ଭାଷା ଆନ୍ଦୋଳନକୁ ଏକଦା ଶକ୍ତି ଦେଇଥିବା ପତ୍ରିକା ‘ମୁକୁର’ ସ୍ମୃତିକୁ ଆଧାର କରି ପ୍ରକାଶ ପାଇଛି ‘ଓଡ଼ିଆ ସାହିତ୍ୟର ମୁକୁର’ । କଟକ ସିଡ଼ିଏର ଲୋକେ ଏକାଠି ହୋଇ ଏହି ସାହିତ୍ୟ ପତ୍ରିକା ପ୍ରକାଶନ କରିଛନ୍ତି । ପ୍ରଥମ ସଂଖ୍ୟାକୁ ଉନ୍ମୋଚନ କରି ଜଷ୍ଟିସ ଶଶିକାନ୍ତ ମିଶ୍ର ‘ମୁକୁର’କୁ ଏକ ପ୍ରବାହ ବୋଲି କହିଛନ୍ତି । ପୁନଃପ୍ରକାଶନର ଆବଶ୍ୟକତା ଅନେକ ଥିଲା ଏବଂ ଓଡ଼ିଆ ସାହିତ୍ୟ ପାଇଁ ଏହା ଏକ ପ୍ରବାହ ସାଜିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ସେହିପରି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଗୌରହରି ଦାସ ଯୋଗ ଦେଇ ‘ମୁକୁର’ ଏକ ସମ୍ଭାବନା ମଞ୍ଚ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରିଥିଲେ । ସଦ୍ୟ ପ୍ରକାଶିତ ‘ଓଡ଼ିଆ ସାହିତ୍ୟର ମୁକୁର’ ଷାଣ୍ମାସିକ ଭାବେ ପ୍ରକାଶ ପାଇବ ଏବଂ ଓଡ଼ିଆ ସାହିତ୍ୟର କମ୍ବାଦନ୍ତୀଙ୍କ ଲେଖନୀକୁ ପୁଣିଥରେ… - [ଯୌବନ ଫେରିଗଲା](https://odishasahitya.com/joubana-ferigala/): ବିନୟ ମହାପାତ୍ର ଜୀବନର ଅଗଣାରେକେବେ ଫୁଲ,କେବେ କଣ୍ଟା ବିଛାଇଯୌବନ ମୋ ସାଥେନିତିନିତି ଲୁଚକାଳି ଖେଳୁଥିଲା,ମୋ ହାତ ଛାଡ଼ି ଚାଲିଯିବ ବୋଲିନିତି ନୂଆନୁଆବାହାନା ଖୋଜୁଥିଲା ।ମୁଁ ସଂଶୟରେ ରହିଗଲି,ନା ଫୁଲ ସବୁ ଗୋଟାଇ ପାରିଲି,ନା ପାଦରୁ କଣ୍ଟା ବାହାର କଲି,ନିଜେ ସଂସାରର ବନ୍ଧନରନାଗ ଫାଶେ ବନ୍ଦି ହୋଇଗଲି ।କ୍ଷତାକ୍ତ ପାଦର ଯନ୍ତ୍ରଣା ସହିମୋ ଦାୟିତ୍ଵର ବୋଝ ବୋହିବୋହିନିତି ବାଟବଣା ହେଉଥିଲି,ମୁଣ୍ଡର ବୋଝ ଓହ୍ଲାଇ ହେଲାନି,ଆଉ ଭିନ୍ନଭିନ୍ନ ପରିଚୟ ଖୋଳପାରୁନିଜକୁ ମୁକୁଳାଇ ପାରିଲିନି । ଜୀବନର ଯନ୍ତ୍ରଣା ସହିଆଉ କେତେଦିନ,ବିଚରା ଯୌବନ ମୋତେଅପେକ୍ଷା କରିଥାନ୍ତାସେ ବି ମୁଁହ ମୋଡ଼ିନେଲା,ମୋତେ ଛାଡ଼ି,ଆପଣାର ବାଟେ ଚାଲିଗଲା ।ଆଉ, ମୁଁ ଦୁନିଆର ଭିଡ଼ରେନିଜକୁ ହଜାଇ,ଆଉଥରେ ନିଜକୁ ଖୋଜୁଥିଲି,ଜୀବନର ଅନ୍ଧ ଗଳିରେ ବାଟବଣା ହୋଇନିଜସ୍ୱ ଠିକଣା ପଚାରୁଥିଲି,ମୋର ପୁରୁଣା ଦିନ ସବୁଫେରାଇ ଦେବାକୁ,ଦର୍ପଣ ସାମ୍ନାରେବାରମ୍ବାର ନେହୁରା ହେଉଥିଲି । ଗଲାବେଳେ ଯୌବନକେବଳ ଏତିକି ପଚାରିଲା,ଜୀବନକୁ ଭୋଗିବାକୁକେତେ ଯେ ସୁଯୋଗ ମିଳିଲା,କେତେ ଯେ ସାଧନ ଥିଲା,ହେଲେ ସୁଖ ସବୁ ଭୋଗିବାକୁକିଏ ତୋତେ… - [ଯୁବ କବି ମହିମା ଗନ୍ତାୟତଙ୍କୁ ଶ୍ରେଷ୍ଠ କବି ପୁରସ୍କାର](https://odishasahitya.com/young-poet-mahima-gantayat-wins-best-poet-award/): ଭୁବନେଶ୍ଵର : ମୁମ୍ବାଇ ସ୍ଥିତ ଦେଶର ଅନ୍ୟତମ ପ୍ରସିଦ୍ଧ ପ୍ରକାଶନ ସଂସ୍ଥା ପୋଏଟିକ୍ ଏସେନ୍ସ ପ୍ରକାଶନ ଦ୍ୱାରା ଗତ ଜାନୁଆରୀ ୨୦୨୫ରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଭା ପୁରସ୍କାର ୨୦୨୪ ପ୍ରତିଯୋଗିତାରେ ରାୟଗଡ଼ାର ଯୁବ ଲେଖିକା ମହିମା ଗନ୍ତାୟତ ଇଂରାଜୀ ବର୍ଗରେ ଶ୍ରେଷ୍ଠ କବି ଭାବରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସୃଜନଶୀଳ ସାହିତ୍ୟରେ ଏହି ସଫଳତା ପାଇଁ, ସେ ଅନୁଷ୍ଠାନ ଦ୍ୱାରା ସାକ୍ଷାତକାର ପାଇଁ ଯୋଗ୍ୟା ହେବା ସହ ପ୍ରମାଣପତ୍ର ଏବଂ ସ୍ମାରକୀ ପାଇଛନ୍ତି।ସ୍କୁଲ ଜୀବନରୁ ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ସୃଜନଶୀଳ ଲେଖାରେ ନିୟୋଜିତା ମହିମା, ବିଭିନ୍ନ ପତ୍ରିକାରେ ନିୟମିତ ଭାବରେ ପ୍ରକାଶିତା ହୋଇ ଏବଂ ଅନେକ ସୃଜନଶୀଳ ପ୍ରତିଯୋଗିତା ମାନଙ୍କରେ ପୁରସ୍କୃତା ହୋଇ ଜଣେ ଯୁବ ଲେଖିକା ଭାବରେ ନିଜ ପାଇଁ ଏକ ସମ୍ମାନଜନକ ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କର ଅସାଧାରଣ ବକ୍ତୃତା ପ୍ରଦାନ ଦକ୍ଷତା ପାଇଁ ଜଣାଶୁଣା, ମହିମା ବର୍ତ୍ତମାନ ଦ୍ୱାଦଶ ଶ୍ରେଣୀ (କଳା)… - [ରଞ୍ଜିତା ନାୟକ ପାଇବେ 'ଚେଳିତୋଳ ପୁରସ୍କାର '](https://odishasahitya.com/ranjita-nayak-to-receive-chelitoka-award/): ଭୁବନଶ୍ଵର : ବିଶିଷ୍ଟ କବି ପ୍ରଫେସର ଡ. ରଞ୍ଜିତା ନାୟକ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଚେଳିତୋଳ ପୁରସ୍କାର’ ପାଇବାକୁ ମନୋନୀତ ହୋଇଛନ୍ତି । ଆସନ୍ତା ୫ ତାରିଖ ଦିନ ଚେଳିତୋଳ କଲ୍ଚରାଲ ଏକାଡ଼େମୀର ୩୪ତମ ବାର୍ଷିକ ଉତ୍ସବରେ ଏକାଡ଼େମୀ ପକ୍ଷରୁ ଡ. ନାୟକଙ୍କୁ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ବାବା ବଳିଆ ଏହି ପୁରସ୍କାର ପ୍ରଦାନ କରିବେ । ଏହି ପୁରସ୍କାର ସ୍ଵରୂପ ତାଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯିବ ବୋଲି ଏକାଡ଼େମୀ ସଭାପତି ପ୍ରଫେସର ଡାକ୍ତର ନିମାଇଁ ଚରଣ ପରିଜା ଓ ସମ୍ପାଦକ କୈଳାସ ଚନ୍ଦ୍ର ଦଳାଇ ଏଇ ମିଳିତ ବିବୃତ୍ତିରେ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଡ. ନାୟକ ଏକାଧାରରେ ଜଣେ ଉଚ୍ଚକୋଟିର କବି ଓ ସାହିତ୍ୟ ସମାଲୋଚକ । ସେ ୧୧ ଖଣ୍ଡ କବିତା ଗ୍ରନ୍ଥ ଓ ୭ ଖଣ୍ଡ ସାହିତ୍ୟ ସମୀକ୍ଷା ଗ୍ରନ୍ଥର ସ୍ରଷ୍ଟା । ତାଙ୍କ କୃତି… - [ପୋଷାକ](https://odishasahitya.com/dress-2/): ଏଲି ମହାନ୍ତି ଏଥର ତାକୁ ଯେମିତି ହେଲେ ବି ପୋଷାକଟିଏ ବାଛି ନେବାକୁ ହେବ । ଏତିକି ଭାବି ସେ ହଲରେ ପଶିଲା ଯଦିଓ ଆଗରୁ ବି ସେ ଏଠିକି ଆସି କେତେଥର ଫେରିଛି ମନଦୁଃଖରେ । ମନ ଦୁଃଖରେ ଏଇଥିପାଇଁ ଯେ, ତା ମନଲାଖି ପୋଷାକଟିଏ ତାକୁ ମିଳିନି ଓ କେବେ ଯଦି ମିଳିଛି ବି ସେ ଅନେକ ମୂଲ୍ୟରେ ଯାହା ଦବାକୁ ସେ ସକ୍ଷମ ହେଇପାରିନି । ଏଥର କିନ୍ତୁ ସେ କୌଣସି ଗୋଟେ ପୋଷାକ ନେଇଯିବ ତାକୁ ମାନୁ କି ନମାନୁ । ଏଠି କେତେ ରକମର ପୋଷାକ । କିନ୍ତୁ ସେ ସବୁ ନେବା ପାଇଁ ଅନେକ ସର୍ତ୍ତ । ପୋଷାକ ସହିତ ତୁମକୁ ଦିଆଯିବ କିଛି ସଂଳାପ । ସେ ସବୁ ତୁମକୁ ଅଭିନୟ ସହ କହିବାକୁ ହେବ । ସେ ସଂଳାପ ପୁଣି ତୁମ କିଣିବାର ସାମର୍ଥ୍ୟ ଅନୁସାରେ ଦିଆଯିବ । ତୁମକୁ… - [ନାଆ](https://odishasahitya.com/boat/): ରାମକୃଷ୍ଣ ଏଇ ନାଆ ଖଣ୍ଡିକମୋର ଏକମାତ୍ର ସମ୍ବଳଯାହା ସହିତ ଓହ୍ଲାଇ ଦିଆଗଲା ମୋତେଏ ଅଜ୍ଞାତ ନଈ କୂଳରେଯାହାକୁ ବାହି ନେବାକୁ ହେବବଢିଲା ସ୍ରୋତରେ ସମୁଦ୍ରକୁ …ଆଗକୁ ତାପରେପାରି ହେବାକୁ ଅଛି ସାତଟି ସମୁଦ୍ରଯାହାର କୂଳ କିନାରା, ବ୍ୟାପ୍ତି ଓ ଗଭୀରତାକିଛି ଜଣାନାହିଁ ମୋତେ … ଶୈଶବରେ ଏ ନାଆକୁକାଗଜର ଡଙ୍ଗା କରିଖେଳୁଥିଲି ବର୍ଷା ଜଳରେଗଜା ମେଲୁଥିବା ସ୍ଵପ୍ନ ସବୁଅପେକ୍ଷାରେ ଥିଲେସେ ନାଆରେ ସବାର ହେବାକୁ, ରକ୍ତରେ ଯେତେବେଳେ ଉଠିଲା ଜୁଆରଏ ନାଆରେ ଶରତର ଜହ୍ନ ରାତିରେନୌବିହାର କଲି ଜଳପରୀ ସହିତ … ତାକୁ ପୁଣି ପଠାଇ ଦେଲି ଦିନେସ୍ଵପ୍ନର ସୌଦାଗର ହାତରେଜାଭା ସୁମାତ୍ରା ବାଲି ଓ ବର୍ଣ୍ଣିଓସଂସାର ପାଲଟିଲା ସତେ ବାଫୁଲଫଳରେ ଭର୍ତ୍ତି ଗୋଟେ ଜାହାଜ । ଦିନେ ପୁଣି ତିମି ମାଛର ପିଛା କରିଥିଲିଏ ମୋର ଛୋଟିଆ ନାଆରେସାତ ଦିନ, ସାତ ରାତି ଲଢିଥିଲିସମୁଦ୍ର ସହିତ ଏକାକୀ ନିରସ୍ତ୍ରସମୟର କ୍ଷୁଧାରେ ଯଦିଓତଳିତଳାନ୍ତ ମୋର ସ୍ଵପ୍ନଫେରିଥିଲି ତଥାପି ତାର କଙ୍କାଳ ସହିତମୋର… - [ସାରସ୍ଵତ ସମାଜର ସାହିତ୍ୟ ଆସର](https://odishasahitya.com/saraswat-samajs-literary-evening/): ଭୁବନେଶ୍ଵର : ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ‘ସାରସ୍ଵତ ସମାଜ’ର ମାସିକ କବିତା ଆସର ଓ ଆଲୋଚନାଚକ୍ର ଗୋଦାବରୀଶ ସାହିତ୍ୟ ସଂସଦରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ରାଜକିଶୋର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଅମ୍ବରେଶ ଶତପଥୀ ଯୋଗ ଦେଇଥିଲେ । ନିଜ ଭାଷଣରେ ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ନେଇ ଆମ ଭାଷା ଓ ସାହିତ୍ୟ କେତେ ଉନ୍ନତ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଅଧ୍ୟାପିକା ସରୋଜିନୀ ପାଣି ଆମ ଓଡ଼ିଆ ଭାଷା ବିଶ୍ଵ ଦରବାରରେ ଆଦୃତ ଲାଭ କରିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସେହିପରି ଅନୁଷ୍ଠାନର ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିଲାବେଳେ ଏହି ଅବସରରେ ଅନୁଷ୍ଠିତ କବିତା ଆସରରେ କବିମାନଙ୍କ ମଧ୍ୟରେ କବି କୀର୍ତ୍ତିମୟୀ ମହାନ୍ତି, ସଙ୍ଗୀତ ରଥ, ରଜନୀକାନ୍ତ ପଟ୍ଟନାୟକ, ଅଲେଖ ରାଉତ, ରଞ୍ଜିତ… - [ମଗ୍ନ ବାଟୋଇ](https://odishasahitya.com/an-immersed-traveller/): ଲତିକା ମହାପାତ୍ର ଟିକେ ରହିରହି ଯିବିଟିକେ ରହିରହି ଭୋଗିବି ଏ ପଥକୁପଢ଼ିବି ଏ ବର୍ଣ୍ଣମାଳାଶୁଣିବି ଶୁଣିବି ତା ମନ୍ଦ୍ର ମଧୁର ସଂଗୀତ … ପବନରେ ଭାସୁଥିବା ଶବ୍ଦଙ୍କ ସାଇରୀନାଆଁ ଅଜଣା ଧୂନ ସଂଗୀତର ସାରେଗାମାରାସ୍ତାର ଧାରେଧାରେ ସବୁଜିମାଆକାଶୀ ଐଶ୍ଵର୍ଯ୍ୟ … ମୁଁ ଟିକେ ରହିରହି ଯିବିରହିରହି ମୋର ପହଂଚିବାର ନାହିଁ କେଉଁଠି ବିଚାଲୁଚି ମୁଁ ଚାଲୁଥିବିମତୁଆଲା ହୋଇମୋ ନିଶାରେ ଚୂର ହୋଇମୋ ଗପ କହିକହିହୃଦୟର ଗୀତ ଗୁଣୁଗୁଣେଇନାଆଁ ଅଜଣା ଏଇ ଚଲାପଥ ପରେବାଟୋଇ ମୁଁ ମଗ୍ନ ବାଟୋଇ । ତାଳଚେର, ଅନୁଗୁଳ ଲେଖକ ପରିଚୟ ପିଲାଦିନେ ସାହିତ୍ୟ ବହି ଓ ବିଭିନ୍ନ ପତ୍ରପତ୍ରିକାରୁ କବିତା ପଢି ମୁଗ୍ଧ ହେଉଥିଲି । ବଡ଼ପାଟିରେ ଡଗଡଗ ହୋଇ ଆବୃତ୍ତି କରୁଥିଲି । ସେ ଶିଶୁଲେଖା ହେଉ କି ମନପବନ, ବାରମଜା ହେଉ କି ବିଲୁଆନନା । ଆଉଟିକେ ବଡ଼ ହେଲାପରେ ଘରକୁ ଆସୁଥିବା ଝଙ୍କାର, ସୁଚରିତାରୁ କବିତା ସବୁ ପଢୁଥିଲି ଆଉ ଏକ ବିଚିତ୍ର… - [୮୨ତମ ଭଞ୍ଜ ଜୟନ୍ତୀର ପଞ୍ଚମ ସନ୍ଧ୍ୟା](https://odishasahitya.com/the-fifth-evening-of-the-82nd-bhanj-jayanti/): ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରେ ପ୍ରକୃତିର ବର୍ଣ୍ଣନା କାଳଜୟୀ । ଏହା ଆମ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ଭଞ୍ଜଙ୍କ ସାହିତ୍ୟରେ ପ୍ରକୃତି ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ବର୍ଣ୍ଣନା ରହିଛି ବୋଲି କଳିଙ୍ଗ ଭାରତୀ, ଉତ୍କଳ ଛାତ୍ର ସାହିତ୍ୟ ସମାଜ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସହଯୋଗରେ ଅନୁଷ୍ଠିତ ୮୨ତମ ଭଞ୍ଜ ଜୟନ୍ତୀର ପଞ୍ଚମ ସନ୍ଧ୍ୟାରେ ଯୋଗ ଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ମିଶନ ରୋଡ଼ ସ୍ଥିତ ଭଞ୍ଜମଣ୍ଡପ ଠାରେ ମୁଖ୍ୟ ଅତିଥି ସିଏମସି ମେୟର ସୁବାସ ସିଂ କାର୍ଯ୍ୟକ୍ରମ ଉଦଘାଟନ କରି ଉପେନ୍ଦ୍ର ଭଞ୍ଜ କାବ୍ୟ ଓ ସାହିତ୍ୟ ମାଧ୍ୟମରେ ଓଡ଼ିଆ ଜାତିକୁ ଆଦର୍ଶର ବାର୍ତ୍ତା ଦେଇଛନ୍ତି ବୋଲି କହିଥିଲେ । ଅଧ୍ୟାପକ ଦାଶ ବେହେନୁରଙ୍କ ଅଧ୍ୟକ୍ଷତାରେ ମୁଖ୍ୟବକ୍ତା ଡ. ବାବାଜୀ ଚରଣ ପଟ୍ଟନାୟକ ଓ ସମ୍ମାନିତ ବକ୍ତା କାମରଜୁ ସାହାଣୀ, ଅଧ୍ୟାପକ ନଳିନୀ ପ୍ରଭା ଦାଶ, ଡ. ଅଂଶୁମାନ କର ପ୍ରମୁଖ ଭଞ୍ଜ ସାହିତ୍ୟରେ ପ୍ରକୃତି ଶୀର୍ଷକରେ ଆଲୋଚନା… - [ପକ୍ଷୀ ଓ ପଞ୍ଜୁରୀ](https://odishasahitya.com/bird-and-cage/): ଡମ୍ବରୁଧର ବେହେରା ଉଡ଼ିଯିବା ଆଗରୁଥରୁଟିଏପଚାରିନିଅମୁଁ କେମିତି ଅଛି..?କାହା ସାଥେ ଅଛି..? ଆବଦ୍ଧ ପଞ୍ଜୁରୀରେମୁକ୍ତ ଦୁଆର ଖୋଲା..ଆକାଶର ନୀଳ ଚାଦର ତଳେନିରବରେ ନିରୋଳାରେଦୁଃଖର ଚିନି ମିଶାଲେମ୍ବୁ ଆଉ ଲୁଣ ପାଣିକୁପିଇପିଇ କି… ମରିମରି …ତୁମକୁ ଅପେକ୍ଷା କରିସଞ୍ଜକୁ ସକାଳସକାଳକୁ ସଞ୍ଜମନେ କରି….। ଲୁହକୁ ଝରଣାର ଜଳସେଦିନର କାଳ ରାତ୍ରୀକୁଆଖିର କଜଳ …ଉଡ଼ି ଯାଇଥିବାପକ୍ଷୀର କାକଳି ଶୁଣୁଶୁଣୁକେତେବେଳେ ଉଡ଼ିଗଲମୋତେ ନମାରିମରିବା ଆଗରୁଛାଡ଼ି ଦେଇ ଖାଲି ପଞ୍ଜୁରୀ ଭିତରେ…….!! ଜଗଦଳପୁର, ବସ୍ତର, ଛତିଶଗଡ଼, ମୋ – ୯୪୩୭୭୮୮୪୬୪ ଲେଖକ ପରିଚୟ ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ, ପ୍ରାବନ୍ଧିକ ଓ… - [ଦେଶ ପ୍ରେମିକା](https://odishasahitya.com/country-love/): ଅରୁଣ କୁମାର ମିତ୍ର ଭାରତୀୟ ଦୁଇ ବୀରାଙ୍ଗନାକ’ଣ କଲେ ସନ୍ତ୍ରାସୀର ଘରେଦାନବ ଡରି ନିରବେ ଆଜିବସି କାନ୍ଦଇ ମାଟିର ‘ପରେ । ପ୍ରବେଶ କରି ଦୈତ୍ୟ ଗୃହେଉଗ୍ରବାଦୀ ନିଧନ କଲେବୀର ନୁହଁନ୍ତି ବୀରାଙ୍ଗନାନାରୀ ସମୁଚିତ ଜବାବ ଦେଲେ । ନିଜ ଜୀବନ ହାତରେ ରଖିବୀରଦର୍ପେ ମିଶିକି ଦିହେଁପ୍ରମାଣ କଲେ ମାତୃଜାତିରସିନ୍ଥିର ସିନ୍ଦୁର ଶସ୍ତା ନୁହେଁ । ଦେଖ୍ ରେ ଦାନବ ଅମଣିଷଟେଜୀବନ ନେଲେ କେମିତି ଦୁଃଖନିଜର ଲୋକ ସ୍ଵଜ୍ଜନ ମଲେକେମିତି ବ୍ୟଥା କେମିତି ଶୋକ । କେଉଁ ଶାସ୍ତ୍ରର ଅଧ୍ୟୟନେନିଷ୍ଠୁରତା ଚିତ୍ତେ ଦ୍ୱେଷକେଉଁ ଧର୍ମ ମର୍ମେ ଗୁନ୍ଥିଭରି ରଖିଛୁ ହୃଦୟେ ବିଷ ? କ’ଣ ପାଇବୁ କୁଆଡ଼େ ଯିବୁମଲାପରେ ତ ସଭିଏଁ ଶବଏଇଠି ସ୍ୱର୍ଗ ଏଇଠି ନର୍କଦେଖ୍ ରେ କରି ତୁ ଅନୁଭବ । ଧର୍ମ ଧ୍ଵଜା ଧରି ହାତରେଘୃଣା ଭେଦଭାବ ମଜ୍ଜାରେମାନବ ଧର୍ମ ଛାଡ଼ି କେବଳସୁପ୍ତ ବାସନା ଅନ୍ତରେ । ହୁଅ ମଣିଷ ଶାନ୍ତିପ୍ରିୟମଣିଷ ପାଇଁ କର କାମମାନବ ଧର୍ମ… - [ମୁଁ ଓ ମୋ ମାଆ](https://odishasahitya.com/mothers-day/): ବିନୟ ମହାପାତ୍ର ମାତୃ ଦିବସରେ ଦୁନିଆର ସବୁ ମାଆମାନଙ୍କୁ ମୋର ପ୍ରଣାମ । ମାଆ ବିଷୟରେ ଯେତେ କହିଲେ, ଯେତେ ଲେଖିଲେ ବି, ଲାଗେ ସତେଯେପରି ଆହୁରି ବହୁତ କିଛି କହିବାକୁ, ଲେଖିବାକୁ ବାକି ରହିଗଲା । ମାଆ ଏକ ଅମୂଲ୍ୟ ଆଶିର୍ବାଦ, ମାଆ’ର ସ୍ଥାନ ଆଉ କେହି ପୂରଣ କରି ପାରିବେନି । ଦେବାଦେବୀ ତ ଅନେକ ଅଛନ୍ତି ଆମ ପୁରାଣ ଶାସ୍ତ୍ରରେ, କିଏ ଧନର ଦେବୀ, କିଏ ବୁଦ୍ଧି ବିଦ୍ୟାର ଦେବୀ ତ କିଏ ଶକ୍ତି ସୌର୍ଯ୍ୟର ଦେବୀ, କିନ୍ତୁ ମାଆ ପରି ନିସର୍ତ୍ତ ଭାବେ ଏତେ ମମତା, ଏତେ ପ୍ରେମ ଦେବା ପରି ଦେବୀ ଆଉ କିଏ ହୋଇପାରିବ ? ମାଆଠାରୁ ଅଧିକ ମମତାମୟୀ, କଲ୍ୟାଣମୟୀ ଦୁନିଆଁରେ ଆଉ କିଏ ଅଛି ? ମାଆ’ର ଧୈର୍ଯ୍ୟ, ସହନଶୀଳତାର ତୁଳନା ନାହିଁ । ବେଳେବେଳେ ମନେ ହୁଏ, ସତରେ ମାଆକୁ ସୃଷ୍ଟି କରି ଭଗବାନ ନିଜ ଗୋଡ଼ରେ ନିଜେ… - [ଭିନ୍ନ ଏକ ପ୍ରେମ କାହାଣୀ](https://odishasahitya.com/a-diff-love-story/): ବିନୟ ମହାପାତ୍ର କେହିଜଣେ କହିଲା ରାସ୍ତା ସରି ଆସିଲାଣି, ପ୍ରସ୍ଥାନ ପାଇଁ ଏବେ ପ୍ରସ୍ତୁତି ଆରମ୍ଭ କରିଦିଅ । ହଁ ସତ କଥା, ପଥ ସରେ, ଅଲଗା ଅଲଗା ସମୟରେ ଷ୍ଟେସନ ଆସିଯାଏ, ଯାତ୍ରୀର ଯାତ୍ରା ବି ସରିଯାଏ । ପ୍ରସ୍ଥାନ ପାଇଁ ବିଶେଷ କିଛି ପ୍ରସ୍ତୁତିର ଆବଶ୍ୟକତା ହୁଏନି, ସାଥିରେ କିଛି ଲଗେଜ ବି ନଥାଏ, ଏକା ଏକା ଓହ୍ଲାଇ ପଡ଼ିବାକୁ ହୁଏ ନିର୍ଦ୍ଦଷ୍ଟ ଷ୍ଟେସନରେ । ସାଥିରେ ଆଉକେହି ନାହିଁ ନା ସାଙ୍ଗ ନା ସଙ୍ଗିନୀ । କେଉଁଠି ଗୋଟାଏ ଆର୍ଟିକିଲରେ ପଢିଥିଲି, କେହିଜଣେ ମହାପୁରୁଷ କହିଥିଲେ ତୁମର ପ୍ରକୃତ ‘ଲାଇଫ ପାର୍ଟନର’ କିଏ, ସେ ବିଷୟରେ । ତାଙ୍କ କହିବା ଅନୁସାରେ ମାଆ, ବାପା, ଭାଇ, ଭଉଣୀ, ସନ୍ତାନ କେହି ତୁମର ଜୀବନ ସଙ୍ଗିନୀ ନୁହେଁ, ଏପରିକି ପତ୍ନୀ ବି ନୁହେଁ । ତୁମର ନିଜ ଶରୀର ହିଁ କେବଳ ତୁମର ଜୀବନ ସଙ୍ଗିନୀ । ଜନ୍ମରୁ… - [କିଏ ସେହି ଆତତାୟୀ](https://odishasahitya.com/who-is-that-attacker/): ଗୀତାଞ୍ଜଳି ପୃଷ୍ଟି ମୋ ଦେଶ ମାଟିରେ ମୋତେ ଯଦି ଆଜିମୃତ୍ୟୁର ଦଣ୍ଡ ମିଳେବିନା ଦୋଷେ ମୋର ସରଳ ଜୀବନଅକାଳରେ ଟଳି ପଡେକିଏ ହେବ ଏଠି ଦାୟୀଯାହାର ଗୁଳି ମୋ ବକ୍ଷ ଭେଦକଲାକିଏ ସେହି ଆତତାୟୀ ???? ଜବାବ ମାଗୁଛି ସନ୍ତାନ ମୋରସହଧର୍ମିଣୀର କୋହକେବେ ଆଉ ଆମେ ସ୍ୱାଧୀନ ହୋଇବୁତୁଟାଇ ଜୀବନ ଭୟକିଏ ହେବ ଏଠି ଦାୟୀଗଣତନ୍ତ୍ରର କଣ୍ଠ ଯେ ରୋଧିଲାକିଏ ସେହି ଆତତାୟୀ ???? ଜାତି ପଚାରିଯେ ହତ୍ୟା କରୁଛିକେଉଁ ଧର୍ମେ ସିଏ ଗଣାମଣିଷ ଖୋଳରେ ସୈତାନ ସିଏହେଇଛି ସେ ବାଟ ବଣାଧରିଆଣ ତାକୁ ଯାଇହିଂସ୍ର ବିଧର୍ମୀ କେଉଁଠି ଲୁଚିଛିକିଏ ସେହି ଆତତାୟୀ ???? ମାଆ ବି କାନ୍ଦୁଛି ମାଟି ମୋ କାନ୍ଦୁଛିକାନ୍ଦନ୍ତି ଆତ୍ମୀୟ ଜନହିନ୍ଦୁ ଧର୍ମେ ଜନ୍ମି ଅପରାଧକିବା ତା’ର ପ୍ରୟୋଜନତର୍ଜମା କରିବା ଭାଇକାହାର ବନ୍ଧୁକ ଭରିଦେଲା ଶୋକକିଏ ସେହି ଆତତାୟୀ ???? ସଂଶୟରେ ଆଜି ନିଜକୁ ପଚାରେମୋ ଜାତିର ପରିଚୟମୋ ଦେଶ ଭାରତ ସାର୍ବ ଭୌମତ୍ୱରହୋଇଛିକି ପରାଜୟରକ୍ତ ପରଖି… - [ଭାରତୀୟ ସେନା ତୁହି](https://odishasahitya.com/you-are-indian-army/): ଭବାନୀ ଶଙ୍କର ନାଥ ତୁ ଯୋଦ୍ଧା ତୁ ହାରିବୁ ନାହିଁତୁ ବୀର ତୁ ଡରିବୁ ନାହିଁପ୍ରବଳ ପ୍ରତାପୀ ତୋର ପୁର୍ବଜତୋର ଶତ୍ରୁ ପାଶେ ଭୀତ ନାହିଁ । ତୁ ଯୋଦ୍ଧା ତୁ ହାରିବୁ ନାହିଁ … ଗୁଳିଗୋଳା ବୋମା କର୍କଶ ଗର୍ଜନମାଟି ମାଆ ଆଜି କରୁଛି ରୋଦନବଇରୀ ଛାତିକୁ କରିବାକୁ ବିଦ୍ଧଦଉ ତତେ ଶକ୍ତି ସେହି ପରମବ୍ରହ୍ମ । ଦେଖିବ ବିଜୟ ଏ ସାରା ସଂସାରଭାରତୀୟ ସେନା ତୁହି । ତୁ ଯୋଦ୍ଧା ତୁ ହାରିବୁ ନାହିଁତୁ ବୀର ତୁ ଡରିବୁ ନାହିଁ । ସାମନ୍ତରାପୁର, ତିର୍ତ୍ତୋଲ, ଜଗତସିଂହପୁର ଲେଖକ ପରିଚୟ ପନ୍ଦର ବର୍ଷ ବୟସରୁ ହିଁ କବିତା ଓ କ୍ଷୁଦ୍ର ଗଳ୍ପ ଲେଖାରେ ପାରଦର୍ଶିତା ହାସଲ କରିଥିଲେ ଲେଖକ ମହାଶୟ । କ୍ଷୋବର ବିଷୟ ଏହିକି ଯେ ସେସବୁକୁ ପ୍ରକାଶିତ କରିବାର କୌଣସି ସୁଯୋଗ ତାଙ୍କୁ ମିଳି ପାରିନାଇଁ । ତଥାପି ସେ ଅବିରତ ଲେଖି ଚାଲିଛନ୍ତି ନିଜର ଆତ୍ମ… ## Pages - [ଯୋଗାଯୋଗ](https://odishasahitya.com/contact-us/): Email: editor@odishasahitya.comPhone: +91 94370 80048 - [ନିୟମାବଳୀ](https://odishasahitya.com/rules-and-regulation/): www.odishasahitya.comରେ ନିଜ ଲେଖା ପ୍ରକାଶିତ କରିବାର ନିୟମାବଳୀ ଏହି ଡିଜିଟାଲ୍ ଯୁଗରେ ଓଡିଆ ଭାଷା ଏବଂ ସାହିତ୍ୟକୁ ମଜଭୁତ କରିବାକୁ www.odishasahitya.com ହେଉଛି ଏକ ଅନଲାଇନ୍ ପ୍ରୟାସ | ଓଡିଆ ଭାଷାରେ ଗଳ୍ପ, କାହାଣୀ, ଫିଚର, କବିତା, ପୁସ୍ତକ ସମୀକ୍ଷା, ପ୍ରବନ୍ଧ, ଅନୁବାଦ ଲେଖା, ଓଡିଆ ଭାଷା ଓ ସାହିତ୍ୟ ସମ୍ବନ୍ଧୀୟ ଆଲୋଚନା ଏବଂ ସାହିତ୍ୟ ଖବର ଆଦି ଏହି ଅନଲାଇନ୍ ପ୍ଲାଟଫର୍ମରେ ପ୍ରକାଶିତ ହୋଇଥାଏ | ଏହା ଏକ ଅନଲାଇନ୍ ପ୍ଲାଟଫର୍ମ ହୋଇଥିବାରୁ ଲେଖକ/ଲେଖିକାମାନେ ଯେ କୌଣସି ସମୟରେ ସେମାନଙ୍କ ଲେଖା editor@odishasahitya.com ରେ ପଠାଇ ପାରିବେ | ଏହା ନିମନ୍ତେ କୌଣସି ସମୟ ସୀମା ନାହିଁ | ଲେଖାଗୁଡିକ କେବଳ ଇ-ମେଲ (editor@odishasahitya.com)ରେ କିମ୍ବା ୱେବସାଇଟରେ ଥିବା ‘ଲେଖା ପଠାନ୍ତୁ’ ବଟନ୍ ଦ୍ୱାରା ପଠାଇବାକୁ ଅନୁରୋଧ | ଲେଖାଗୁଡିକ ଆକୃତି କିମ୍ବା ୟୁନିକୋଡ଼ ଫଣ୍ଟରେ ଟାଇପ୍ ହୋଇଥିବା ଆବଶ୍ୟକ | ଲେଖକ/ଲେଖିକାମାନେ ସ୍ପଷ୍ଟ ଅକ୍ଷରରେ କାଗଜରେ ଲେଖା ହୋଇଥିବା… - [ସମ୍ପାଦନା ମଣ୍ଡଳୀ](https://odishasahitya.com/team-member/): ସଂପାଦକ: ପତିତ ପାବନ ସାହୁ ସଂପାଦନା ମଣ୍ଡଳୀ: ସନ୍ତୋଷ କୁମାରପଦ୍ମଲୋଚନ ପ୍ରଧାନସୁନନ୍ଦନ ମିଶ୍ରଶରତ କୁମାର ରାଉତ - [ଆମ ବିଷୟରେ](https://odishasahitya.com/about-us/): ଲେଖା ଓ ଲେଖକଙ୍କୁ (ନୂଆ ଓ ପୁରୁଣା) ଭଲ ପାଉଥିବା କେଇ ଜଣଙ୍କ ମିଳିତ ପ୍ରୟାସ ହେଉଛି- ଓଡ଼ିଶା ସାହିତ୍ୟ । ନିଜ ଲେଖା ପ୍ରକାଶନ ପାଇଁ ଜାଗା ଖୋଜୁଥିବା ଲେଖକଙ୍କ ପାଇଁ ଏହା ଏକ ପ୍ଲାଟ୍‍ଫର୍ମ । ଏଥିରେ ସାହିତ୍ୟ ସଂପର୍କିତ ଲେଖା ସ୍ଥାନ ପାଇବ । ବହୁ ଦିନ ଧରି କିଛି କରିବାର ପ୍ରୟାସ କରି ବିଫଳ ହୋଇ ପୁଣି ମୁଣ୍ଡ ଟେକି ଛିଡ଼ା ହୋଇଥିବା ଗୋଷ୍ଠୀର ଉଦ୍ୟମ ହେଉଛି- ଓଡ଼ିଶା ସାହିତ୍ୟ । [comment]: # (Generated by Hostinger Tools Plugin)